ଏସ୍‌ବିଆଇ ଏଟିଏମରୁ ଲୁଟ୍‌, ନିଆଁ ଲାଗି ପୋଡ଼ିଗଲା ଟଙ୍କା‌

ଏସ୍‌ବିଆଇ ଏଟିଏମରୁ ଲୁଟ୍‌, ନିଆଁ ଲାଗି ପୋଡ଼ିଗଲା ଟଙ୍କା‌

TV9 Bangla

ନବରଙ୍ଗପୁର: ନବରଙ୍ଗପୁର ସହର ବ୍ଲକ କାର୍ଯ୍ୟାଳୟ ପାର୍ଶ୍ୱରେ ଥିବା ଏକ ଏସ୍‌ବିଆଇ ଏଟିଏମରୁ ଲୁଟ୍‌ ହୋଇଥିବା ଅଭିଯୋଗ ହୋଇଛି। ଦୁର୍ବୁତ୍ତ ଏଟିଏମ୍‌ ମେସିନକୁ କଟର୍‌ରେ କାଟି ଟଙ୍କା ଲୁଟି ନେଇଥିବା ସନ୍ଦେହ କରାଯାଉଛି।

କଟର ରେ କାଟିଥିବାରୁ ଏଟିଏମ୍‌ରେ ନିଆଁ ଲାଗି ଥିବା ବେଳେ ଖବର ପାଇଁ ନବରଙ୍ଗପୁର ପୁଲିସ୍‌ ପହଞ୍ଚି ନିଆଁକୁ ଆୟତ୍ତ କରିଛି। ତେବେ ଏଟିଏମ୍‌ ତଳେ ପଡ଼ିଥିବା କିଛି ଟଙ୍କା ନିଆଁରେ ପୋଡି ଯାଇଥିବାରୁ ଦୁର୍ବୁତ୍ତମାନେ ଉକ୍ତ ଟଙ୍କାକୁ ଛାଡି ଚାଲିଯାଇଥିବା ଦେଖିବାକୁ ମିଳିଛି।

ରାତିରେ ପୁଲିସ୍ ପେଟ୍ରୋଲିଂ କରୁଥିବା ବେଳେ ଲୁଟର ସୂଚନା ପାଇ ଲୁଟେରାଙ୍କ ପିଛା କରିଥିଲା। ଲୁଟେରାମାନେ ଲୁଟ୍ ସ୍ଥାନରୁ ତିରିଶି କିଲୋମିଟର ଦୂର ଡାବୁଗାଁ ନିକଟସ୍ଥ ଜଙ୍ଗଲରେ ଗାଡ଼ି ଛାଡ଼ି କେଉଁଆଡ଼େ ଲୁଚି ଯାଇଥିବା ସୂଚନା ରହିଛି।

ଏସ୍‌ପି ରୋହିତ ବର୍ମାଙ୍କ ନେତୃତ୍ଵରେ ପୁଲିସ୍ ନାକାବନ୍ଦୀ କରି ଜଙ୍ଗଲରେ ସର୍ଚ୍ଚ ଅପରେସନ କରୁଛି। ବର୍ତ୍ତମାନ ସୁଦ୍ଧା କେତେ ପରିମାଣର ଟଙ୍କା ଚୋରି ହୋଇଛି କିଛି ଜଣାପଡି ନ ଥିବା ବେଳେ ତଦନ୍ତ ପରେ ସ୍ପଷ୍ଟ ସୂଚନା ମିଳିପାରିବ। ବିଳମ୍ବିତ ରାତିରେ ଏଭଳି ଘଟଣା ଘଟିଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe