ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ, ୧୭ ଗୁରୁତର

ଚନ୍ଦାହାଣ୍ଡି ଘାଟିରେ ଓଲଟିଲା ଅଟୋ, ୧୭ ଗୁରୁତର

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଘାଟିରେ ଏକ ଯାତ୍ରୀବାହୀ ଅଟୋ ଓଲଟିଥିବାର ସୂଚନା ରହିଛି। ଏହାଫଳରେ ୧୭ ଜଣ ଗୁରୁତର ହୋଇଥିବା ଜଣାପଡିଛି। ଅଟୋଟି ଭାରସାମ୍ୟ ହରାଇ ଓଲଟି ପଡ଼ିଥିବା କୁହାଯାଉଛି। ଏଣେ ସମସ୍ତ ଆହତଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି।

publive-image

ସୂଚନା ଅନୁଯାୟୀ, ନିର୍ବାଚନ ଯୋଗୁଁ ପ୍ରାୟ ଗାଡ଼ି  ନିର୍ବାଚନ ଡ୍ୟୁଟିରେ ଥିବା ବେଳେ ଉମରକୋଟ ବ୍ଲକ ସାନଭରଣ୍ଡୀ ଗ୍ରାମର ଛୋଟ ବଡ଼ ମିଶି ପ୍ରାୟ ୨୨ଜଣ ଏକ ଅଟୋ ନମ୍ବର ସିଜି୧୭ଟି(୧୬୦୨) ଯୋଗେ ଚନ୍ଦାହାଣ୍ଡି ବ୍ଲକ ଫୋଟିକି ଗ୍ରାମକୁ ବିଜେପି ସାଂସଦ ପ୍ରାର୍ଥୀ ବଳଭଦ୍ର ମାଝୀଙ୍କୁ ଭେଟିବାକୁ ଯିବା ବେଳେ ପ୍ରାୟ ଦିନ ୯ଟା  ସମୟରେ ଝରିଗାଁ-ଚନ୍ଦାହାଣ୍ଡି ଘାଟିରେ ଭାରସାମ୍ୟ ହରାଇ ଅଟୋ ଓଲଟି ପଡିଥିଲା। ଫଳରେ ଅଟୋରେ ବସିଥିବା ଲୋକମାନେ ଛିଟିକି ହୋଇ ରାସ୍ତାରେ ପଡିଥଲେ। ସେହି ରାସ୍ତା ଦେଇ ଯାଉଥିବା ସମାଜସେବୀ ଗୋକୁଳ ପଟ୍ଟନାୟକ ଏବଂ ଅନିଲ ଜୈନ ଦୁର୍ଘଟଣା ଦେଖି ତୁରନ୍ତ ଗୁରୁତରମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ।ସେହିପରି ଆମ୍ବୁଲାନ୍ସକୁ ଯୋଗାଯୋଗ କରି ଅନ୍ୟ ମାନଙ୍କୁ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଗାଡ଼ିରେ ଥିବା ୨୨ ଜଣ ମଧ୍ୟରୁ ୯ଜଣ ମହିଳା, ଦୁଇ ଜଣ ଶିଶୁ ଏବଂ ୭ଜଣ ପୁରୁଷ ଗୁରୁତର ଥିବା ବେଳେ ବୈଦି ରାଜ ଗଣ୍ଡଙ୍କୁ (୪୫)ଙ୍କ କାନ୍ଧରେ ପ୍ରବଳ ଆଘାତ ହୋଇଥିବା ଯୋଗୁଁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଥିବା ସୂଚନା ମିଳିଛି। ସେହିପରି ଅନ୍ୟ ମାନେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ସୁସ୍ଥ ଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe