ବିଷାକ୍ତ ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ

Advertisment
ବିଷାକ୍ତ ସାପ କାମୁଡ଼ାରେ ଶିଶୁକନ୍ୟାର ମୃତ୍ୟୁ

ଝରିଗାଁ: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକ ଅନ୍ତର୍ଗତ ଚିତାବେଡା ପଞ୍ଚାୟତର ଜାମଧଡା ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଆଜି ସକାଳୁ ଏକ ବିଷାକ୍ତ ସାପ କାମୁଡ଼ିବା ଫଳରେ ସାତ ବର୍ଷର ଶିଶୁକନ୍ୟାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି।
ସୂଚନା ପ୍ରକାରେ ଜାମଧଡା ଗ୍ରାମର ଧନ ସାନ୍ତାଙ୍କ ଛୋଟ ଝିଅ ନିଳେନ୍ଦ୍ରୀ ସନ୍ତା (୭ବର୍ଷ) ଆଜି ସକାଳୁ ସକାଳୁ ଘର ଭିତରେ ଖେଳୁଥିଲେ। ଖେଳୁଥିବା ସମୟରେ ଏକ ବିଷାକ୍ତ ସାପ ନିଳେନ୍ଦ୍ରୀର ଡାହାଣ ହାତରେ କାମୁଡ଼ି ଦେଇଥିଲା। ବିଷାକ୍ତ ସାପ କାମୁଡ଼ିବା ପରେ ନିଳେନ୍ଦ୍ରୀ ଜୋରରେ କାନ୍ଦିବା ସହ ପରିବାର ଲୋକଙ୍କୁ ହାତରେ କେହି କାମୁଡ଼ି ଥିବା କହିଥିଲା। ପରିବାର ଲୋକେ ତୁରନ୍ତ ଏକ ବାଇକ ଯୋଗେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ତେବେ ଚିକିତ୍ସାଧୀନ ଅବସ୍ଥାରେ ନିଳେନ୍ଦ୍ରୀର ମୃତ୍ୟ ହୋଇଥିଲା। ଝରିଗାଁ ପୁଲିସ ଖବର ପାଇ ଶବ ଜବତ କରିବା ସହ  ବ୍ୟବଚ୍ଛେଦ ପାଇଁ ପଠାଇଥିବାର ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe