ପାପଡାହାଣ୍ଡି: ସାପ କାମୁଡ଼ାରେ ଶିଶୁର ମୃତ୍ୟୁ

Advertisment
ପାପଡାହାଣ୍ଡି: ସାପ କାମୁଡ଼ାରେ ଶିଶୁର ମୃତ୍ୟୁ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ପୋଣ୍ଡିକୋଟ ଗ୍ରାମରେ ସାପ କାମୁଡ଼ାରେ ଏକ ଶିଶୁର ମୃତ୍ୟୁ ଘଟିଛି। ମୃତ ଶିଶୁ ପୋଣ୍ଡିକୋଟ ଗ୍ରାମର ଜଗନ୍ନାଥ ଗୌଡ଼ଙ୍କ ଝିଅ ଲକ୍ଷ୍ମୀ ଗୌଡ଼ ବୋଲି ଜଣାପଡିଛି।

ସୂଚନା ଅନୁଯାୟୀ ଜଗନ୍ନାଥ ଗୌଡ଼ ରାତ୍ରିରେ ଖାଇସାରିବା ପରେ ନିଜ ପରିବାର ସହ ଘର ଭିତରେ ଶୋଇପଡ଼ିଥିଲେ। ନିଜ ପରିବାରର ୫ଜଣ ସଦସ୍ୟ ଶୋଇବା ସମୟରେ ରାତ୍ରି ୧ଟା ସମୟରେ ଏକ ବିଷଧାର ସାପ ଲକ୍ଷ୍ମୀକୁ କାମୁଡି ପଲାଇଥିଲା। ପରେ ବାପା ଜଗନ୍ନାଥଙ୍କ ନିଦ ଭାଙ୍ଗିଥିଲା। ସେ ଝିଅକୁ ଦେଖିବା ବେଳେ ଲକ୍ଷ୍ମୀଙ୍କ ମୁହଁରୁ ଫେଣ ବାହାରିବା ଦେଖି ପରିବାର ଲୋକଙ୍କୁ ଉଠାଇଥିଲେ। ପରେ ତୁରନ୍ତ ୧୦୮ ଆମ୍ବୁଲାନ୍ସ ଯୋଗେ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଆଣି ଭର୍ତ୍ତି କରିଥିଲେ। ହେଲେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ଏନେଇ ଜଗନ୍ନାଥ ଗୌଡ଼ ପାପଡାହାଣ୍ଡି ଥାନାରେ ଏତଲା ଦେଇଥିଲେ। ଏତଲାକୁ ଭିତ୍ତି କରି ପାପଡାହାଣ୍ଡି ପୁଲିସ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଥାନା ଅଧିକାରୀ ମୀରା ନାୟକ ସୂଚନା ଦେଇଛନ୍ତି। ଏନେଇ ପାପଡାହାଣ୍ଡି ଥାନା କେଶ ନଂ-୦୫ /୨୨ ରୁଜୁ କରି ଏଏସଆଇ ବଂଶୀଧର ଚାଲାଣ ଘଟଣା ତଦନ୍ତ ଜାରି କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe