ନବରଙ୍ଗପୁର (ସୁରେଶ ନାଇଡୁ): ପ୍ରଧାନମନ୍ତ୍ରୀ ରୋଜଗାର ସୃଜନ ଯୋଜନା (ପିଏମଇଜିପି)ରେ ବହୁ ଶିକ୍ଷିତ ଯୁବ ଉଦ୍ୟୋଗୀ ବିଭିନ୍ନ ବ୍ୟବସାୟ, ଦୋକାନ, ହୋଟେଲ, ଛୋଟ ବଡ଼ ଶିଳ୍ପ ପ୍ରତିଷ୍ଠା ପାଇଁ ଆବେଦନ କରିଥିଲେ। ଜିଲ୍ଲା ଦକ୍ଷତା ବିକାଶ ସହ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ଜିଲ୍ଲାପ୍ରଶାସନ ଆଦି ଅନୁମୋଦନ କରି ବ୍ୟାଙ୍କ ଗୁଡ଼ିକୁ ପଠାଉଛନ୍ତି। ବ୍ୟାଙ୍କ ଗୁଡ଼ିକ ଏହି ଆବେଦନକାରୀଙ୍କୁ ଋଣ ଦେଉନି। ଫଳରେ ଜିଲ୍ଲାରେ ଯୁବ ବ୍ୟବସାୟୀ ଓ ଉଦ୍ୟୋଗୀ ଆଗକୁ ବଢ଼ିବାରେ ବାଧା ସୃଷ୍ଟି ହେଉଛି। ନୂଆ କରି ବ୍ୟବସ‌ାୟ ଓ କ୍ଷୁଦ୍ରଶିଳ୍ପ ଆଡକୁ ପାଦ ବଢେଇଥିବା ଉଦ୍ୟୋଗୀମାନେ ଆର୍ଥିକସ୍ତରରେ ସଶକ୍ତନଥିବାରୁ ଉଦ୍ୟୋଗୀ ହେବାକୁ ପଛଘୁଂଚା ଦେଉଛନ୍ତି। ଫଳରେ ବିଭିନ୍ନ ସରକାରୀ ଯୋଜନାର ସୁଫଳ ସହ  ପ୍ରୋତ୍ସାହନ ରାଶି ପାଇ ପାରୁନାହାନ୍ତି।

Advertisment

ସୂଚନା ଅନୁଯାୟୀ, ଅକ୍ଷାଂକା ଜିଲ୍ଲା ହୋଇଥିବାରୁ ପିଏମଇଜିପି ଯୋଜନାରେ ଉତ୍ପାଦନ ଭିତ୍ତିକ ଶିଳ୍ପ ପାଇଁ ୫୦ଲକ୍ଷ ଓ ସେବା ଭିତ୍ତିକ ଶିଳ୍ପ ପାଇଁ ୨୦ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ବ୍ୟାଙ୍କ ଦେଇପାରିବ। ସେହିପରି ସାଧାରଣ ବର୍ଗ ପାଇଁ ୨୫ପ୍ରତିଶତ, ସଂରକ୍ଷିତ ବର୍ଗ (ଅନୁସୂଚିତ ଜାତି, ଜନଜାତି, ପଛୁଆବର୍ଗ ଓ ମହିଳାଙ୍କ ପାଇଁ ୩୫ପ୍ରତିଶତ ପ୍ରୋତ୍ସାହନ ରାଶି ସରକାର ଦେଉଛନ୍ତି। ବ୍ୟାଙ୍କ ଗୁଡିକ ଋଣ ଦେଉନଥିବାରୁ ଜିଲ୍ଲାର କ୍ଷୁଦ୍ରଶିଳ୍ପ ଓବ୍ୟବସାୟ ବି ବଢ଼ି ପାରୁନି। ଜିଲ୍ଲାର ୧୦ ବ୍ଲକ, ୨ ନବରଙ୍ଗପୁର ଓଉମରକୋଟ ପୌରାଂଚଳରୁ ପିଏମଇଜିପି ଯୋଜନାରେ ୧୭୧ଜଣଙ୍କୁ ସାମିଲ କରିବା ଲକ୍ଷ୍ୟ ଜିଲ୍ଲା ଦକ୍ଷତା ବିକାଶ ସହ ନିଯୁକ୍ତି କାର୍ଯ୍ୟାଳୟ ପକ୍ଷରୁ ରଖାଯାଇଥିଲା।୧୫୮ଜଣଙ୍କର କାଗଜପତ୍ର ଯାଂଚ  ପରେ  ସହଯୋଗର ହାତ ବଢ଼ାଇ ଋଣ ଦେବା ପାଇଁ ଜିଲ୍ଲାର ୧୭ଟି ବ୍ୟାଙ୍କକୁ ପଠାଯାଇଥିଲା। ୧୯ଜଣଙ୍କୁ ଋଣ ମଂଜୁର ହୋଇଥିବାବେଳେ ୫୭ଟି ଆବେଦନକୁ ବ୍ୟାଙ୍କ ଗୁଡିକ ଫେରାଇ ଦେଇଛନ୍ତି। ୮୨ଟି ଅବେଦନ ଲଟକାଇ ରଖି ଏ ଯାଏଁ ବ୍ୟାଙ୍କ ଗୁଡିକ ଋଣ ଦେବାକୁ କୁନ୍ତାଉଛନ୍ତି।  

ଆହୁରି ପଢ଼ନ୍ତୁ: Smartphones Banned For Women : ରାଜସ୍ଥାନର ଜାଲୋରରେ ଝିଅ-ବୋହୂଙ୍କୁ କ୍ୟାମେରା ଫୋନ ମନା

ଏସ୍‌ବିଆଇକୁ ମିଳିଛି ୮୫ ଆବେଦନ

ନବରଂଗପୁର ଜିଲ୍ଲାର ୧୬ଟି ବ୍ୟାଙ୍କ ମଧ୍ୟରୁ ଏସବିଆଇକୁ ୮୫ଟି ଆବେଦନପତ୍ର ଯାଇଥିବା ବେଳେ ୧୨ଟି, ୟୁନିୟନ ବ୍ୟାଙ୍କ ୧୨ଟିରୁ ୨ଟି, ପିଏନବି ୯ଟିରୁ ଗୋଟିଏ, ଆଇଡିବିଆଇ ଗୋଟିଏ, ସେଣ୍ଟ୍ରାଲ ବ୍ୟାଙ୍କ ଅଫ ଇଣ୍ଡିଆ ୪ଟିରୁ ଗୋଟିଏ, ବ୍ୟାଙ୍କ ଅଫ ବରୋଦା ୧୧ଟିରୁ ଗୋଟିଏ, ଇଣ୍ଡିଆନ୍ ବ୍ୟାଙ୍କ ୧୦ଟିରୁ ଗୋଟିଏ ଆବେଦାନକାରୀଙ୍କୁ ଋଣ ଦେଇଛନ୍ତି। ବଳକା ବ୍ୟାଙ୍କ ଋଣ ଦେଇନାହାନ୍ତି। ଏସବିଆଇ ସର୍ବାଧିକ ୩୯ଟି ଫେରାଇବା ସହ ୩୪ଟି ଲଟକାଇ ରଖିଛି।

ଆହୁରି ପଢ଼ନ୍ତୁ: Emergency Healthcare:୧୫୦ ନୂଆ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ

ଚେତାବନୀ ଦେଲେ ଜିଲ୍ଲାପାଳ

ଋଣ ନ‌ ଦେଇ ସିଭିଲ ଓ ଅନ୍ୟାନ୍ୟ  କାଗଜପତ୍ର ଆଳରେ କାଗଜପତ୍ର ଫେରାଇବା, ଋଣ ଆବେଦନକୁ ଦୀର୍ଘ ଦିନ ଧରି ପକାଇ ରଖିବା ଆବେଦନକାରୀମାନେ ଅଭିଯୋଗ କରିଛନ୍ତି। କାରଣ ପଚାରିଲେ ଦୁର୍ବବ୍ୟବହାର କରି ଫେରାଉଛନ୍ତି ବୋଲି ସାଂସଦ ଇଂ.ବଳଭଦ୍ର ମାଝୀ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ ପ୍ରମୁଖ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଦୃଷ୍ଟିକୁ ନେଇଥିଲେ। ଜିଲ୍ଲାପାଳ ଡ.ସ୍ବାଇଁ ଲିଡ୍ ବ୍ୟାଙ୍କ ପ୍ରବନ୍ଧକଙ୍କ ଜରିଆରେ ସବୁ ବ୍ୟାଙ୍କକୁ ଡାକି ଏ ନେଇ ସ୍ବତନ୍ତ୍ର ସମୀକ୍ଷା କରିଥିଲେ। ଯେଉଁ ବ୍ୟାଙ୍କ ଏ କ୍ଷେତ୍ରରେ ସହଯୋଗ ନ କଲେ ସେ ସରକାରଙ୍କୁ ଅବଗତ କରିବା ସହ ରିଜର୍ଭ ବ୍ୟାଙ୍କ ଅଫ ଇଣ୍ଡିଆକୁ ଜଣାଇବେ ବୋଲି ଚେତାବନୀ ଦେଇଥିଲେ।