ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

Advertisment
ବାଇକ୍‌ ଦୁର୍ଘଟଣାରେ ଜଣେ ମୃତ, ୨ ଗୁରୁତର

ଉମରକୋଟ: ଉମରକୋଟ ନିକଟସ୍ଥ ଧୋଡ୍ରା ଗାଁକୁ ସଂଯୋଗ କରୁଥିବା ରାସ୍ତାରେ ଏକ ମୋଟର ସାଇକଲ ଦୁର୍ଘଟଣାରେ ଜଣେ ଯୁବକ ମୃତ୍ୟୁବରଣ କରିଥିବା ବେଳେ ୨ଜଣ ଗୁରୁତର ଆହତ ହୋଇଛନ୍ତି। ଦୁଇ ଗୁରୁତର କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଛନ୍ତି। ମିଳିଥିବା ସୂଚନା ଅନୁସାରେ, ଗତକାଲି ରାତି ସାଢେ ୧୧ଟା ବେଳେ ତିନି ଜଣ ଯୁବକ ମୋଟରସାଇକେଲ (ସିଜି ୧୭କେଏନ ୩୧୯୯) ଯୋଗେ ଧୋଡ୍ରାରୁ ଉମରକୋଟ ଫେରୁଥିଲେ। ତେବେ ମୋଟରସାଇକେଲ ଭାରସାମ୍ୟ ହରାଇ ପୋଲ ତଳକୁ ଖସିପଡିବାରୁ ସୁରେନ୍ଦ୍ର ସିଂଙ୍କ ମୁଣ୍ଡରେ ଜୋରରେ ଆଘାତ ଲାଗିଥିଲା। ଫଳରେ ଘଟଣା ସ୍ଥଳରେ ମୃତ୍ୟୁବରଣ କରିଥିଲେ। ତେବେ ଅନ୍ୟ ଦୁହେଁ ଫକିର ପାଇକ(୧୬) ଓ ସୁବାସ ରେଲି(୧୭) ଗୁରୁତର ଆହତ ହୋଇଥିଲେ। ଗ୍ରାମବାସୀ ଖବରପାଇ ୩ଜଣଙ୍କୁ ଉଦ୍ଧାର କରି ଉମରକୋଟ ମେଡିକାଲେ ଭର୍ତି କରିଥିଲେ। ସେଠାରେ ଡାକ୍ତର ସୁରେନ୍ଦ୍ରଙ୍କୁ ମୃତ ଘୋଷଣା କରିଥିବା ବେଳେ ଦୁହେଁଙ୍କୁ କୋରାପୁଟ ମେଡିକାଲ ସ୍ଥାନାନ୍ତର କରାଯାଇଛି। ଆଜି ସୁରେନ୍ଦ୍ରଙ୍କ ଶବ ବ୍ୟବଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି। ପୁଲିସ ଦୁର୍ଘଟଣାଗ୍ରସ୍ତ ମୋଟରସାଇକେଲକୁ ଜବତ କରିବା ସହ ଏକ ମାମଲା ରୁଜୁ କରି ତଦନ୍ତ କରୁଥିବା କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe