BJD Strike: ମଣ୍ଡି ଅବ୍ୟବସ୍ଥା ନେଇ ଟ୍ରେଲର ଦେଖାଇଲୁ, ପିଲ୍ମ ଦେଖାଇବୁ: ବିଜେଡି

Advertisment

ମଣ୍ଡିରେ ଚାଷୀଙ୍କ ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ପ୍ରତିବାଦରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ  ଆନ୍ଦୋଳନ କରି ରାସ୍ତାରୋକ ୭ଟି ବ୍ଲକରେ କରିଥିଲେ। ଜିଲ୍ଲା ସଦରମହକୁମାରେ ଭଣ୍ଡାର ଘରଣୀ ମନ୍ଦିର ଠାରୁ  ଶହ ଶହ ଚାଷୀଙ୍କ ଗହଣରେ...

ମଣ୍ଡିରେ ଚାଷୀଙ୍କ ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ପ୍ରତିବାଦରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ  ଆନ୍ଦୋଳନ କରି ରାସ୍ତାରୋକ ୭ଟି ବ୍ଲକରେ କରିଥିଲେ। ଜିଲ୍ଲା ସଦରମହକୁମାରେ ଭଣ୍ଡାର ଘରଣୀ ମନ୍ଦିର ଠାରୁ  ଶହ ଶହ ଚାଷୀଙ୍କ ଗହଣରେ...

bjd

ନବରଙ୍ଗପୁର (ସୁରେଶ ନାଇଡୁ): ମଣ୍ଡିରେ ଚାଷୀଙ୍କ ଧାନ କିଣାରେ ହେଉଥିବା ଅବ୍ୟବସ୍ଥା ପ୍ରତିବାଦରେ ଆଜି ଜିଲ୍ଲା ବିଜେଡ଼ି ପକ୍ଷରୁ  ଆନ୍ଦୋଳନ କରି ରାସ୍ତାରୋକ ୭ଟି ବ୍ଲକରେ କରିଥିଲେ। ଜିଲ୍ଲା ସଦରମହକୁମାରେ ଭଣ୍ଡାର ଘରଣୀ ମନ୍ଦିର ଠାରୁ  ଶହ ଶହ ଚାଷୀଙ୍କ ଗହଣରେ ଏକ ରାଲିରେ ପୂର୍ବତନ ସାଂସଦ ପ୍ରଦୀପ ମାଝୀ, ଜିଲ୍ଲା ବିଜେଡି ସଭାପତି ତଥା ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ ଓ ପୁର୍ବତନ ବିଧାୟକ ସଦାଶିବ ପ୍ରଧାନୀ, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ, ଜିଲ୍ଲା ବିଜେଡି ମହିଳା ସଭାପତି ମଞୁଳା ମାଝୀ ପ୍ରମୁଖ  ଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ପହଞ୍ଚିଥିଲେ। ଟ୍ରାକ୍ଟର ଚଳାଇ ପୂର୍ବତନ ସାଂସଦ, ବିଧାୟକ ରାଲିରେ ଭାଗ ନେଇଥିଲେ।  

ଜିଲ୍ଲାପାଳଙ୍କ କାର୍ଯ୍ୟଳୟ ଘେରାଉ କରିବା ସହ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୁଶ ପୁତ୍ତଳିକାକୁ ଦାହ କରା ଯାଇଥିଲା। ଏହି ଅବସରରେ ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଜରିଆରେ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଏକ ସ୍ମାରକ ପତ୍ର ପ୍ରଦାନ କରା ଯାଇଥିଲା। ଚାମୁରିଆଗୁଡା ଛକ, ମାଝୀଗୁଡା ଛକରେ ରାସ୍ତାରୋକ କରାଯାଇଥିବା ବେଳେ ଉଭୟପଟେ ଶତାଧିକ ଭାରୀଯାନ ଟ୍ରକ, ଦ୍ରୁତଗାମୀ ବସ, କାର ଆଦି ରହିଯାଇଥିଲା। ଲୋକେ ହଇରାଣ ହୋଇଥିଲେ। ରାସ୍ତାରୋକ ଚାଳିଥିବା ବେଳେ ବିଏସଏଫ୍ ଯବାନଙ୍କ ବସକୁ ଛାଡିବା ସହ ଜୟ ଜବାନ ଜୟ କିଶାନ ସ୍ଲୋଗାନ ଆନ୍ଦୋଳନକାରୀ ମାନେ ଦେଇଥିଲେ।

ଅଭିଯୋଗ ଆଣିଲେ ସାଂସଦ

ପ୍ରଶାସନିକ ଅଧିକାରୀମାନେ ନିରପେକ୍ଷ ଭାବେ କାମ କରିବା ବଦଳରେ ସରକାରଙ୍କ ଏଜେଣ୍ଟ ଭାବେ କାମ କରୁଛନ୍ତି ବୋଲି ପୂର୍ବତନ ସାଂସଦ ଓ ବିଧାୟକ ଅଭିଯୋଗ କରିଥିଲେ। ମାସକ ହେବ ହଜାର ହଜାର ସଂଖ୍ୟାରେ ଧାନ ବସ୍ତା ବିଭିନ୍ନ ମଣ୍ଡିରେ ଚାଷୀମାନେ ରଖି ଶୀତକାକରରେ ହଇରାଣ ହେଉଛନ୍ତି। ତେଣୁ ଆମକୁ ସଠିକ  ପ୍ରତିଶ୍ରୃତି ଦରକାର। କେତେଦିନ ମଧ୍ୟରେ ମଣ୍ଡିରେ ସଠିକ ପରିମାଣର ଧାନ ଉଠିବ। ଚାଷୀ ଏଣିକି ବସ୍ତାରେ ନୁହଁ ପଲିଥିନ ଜରିରେ ଧାନ ଆଣିବେ, ମଣ୍ଡିରେ ଧାନ ଖାଲି କରି‌କି ଯିବେ ବୋଲି ଉଭୟ କହିଥିଲେ। ଏବେ ୭ଟି ବ୍ଲକରେ ଆନ୍ଦୋଳନ କରି ଏହା ଟ୍ରେଲର ଦେଖାଇଛୁ, ସମ୍ପୁର୍ଣ୍ଣ ପିଲମ୍ ଦେଖାଇବୁ ବୋଲି ଉଭୟ ଚେତାବନୀ ଦେଇଥିଲେ। ବିଭାଗୀୟ ମନ୍ତ୍ରୀ କିଭଳି ମିଛ କହୁଛନ୍ତି ୮୦ପ୍ରତିଶତ ଧାନ ଉଠିଗଲା ବୋଲି। ପ୍ରକୃତରେ ନବରଙ୍ଗପୁର ଜିଲ୍ଲାରେ ସରକାରୀ ତଥ୍ୟ ଅନୁଯାୟୀ ୨୪ପ୍ରତିଶତ ଧାନ ହିଁ ଉଠିଛି। ବଳକା ୭୬ପ୍ରତିଶତ ସବୁ ଧାନ କେବେ ଉଠାଇବ ବୋଲି ପ୍ରଶ୍ନ କରିଥିଲେ।

ଆହୁରି ପଢ଼ନ୍ତୁ: Radio Chocolate: ୧୬ରୁ ରେଡିଓ ଚକଲେଟ୍ କର୍ପୋରେଟ୍ କ୍ରିକେଟ୍ ଲିଗ୍

ଟୋକନ ସମସ୍ୟା

ପଂଜୀକରଣ କରିଥିବା ଛୋଟ ବଡ଼ ଚାଷୀଙ୍କ ଠାରୁ ଭାଗଚାଷୀଙ୍କ ଟୋକେନ୍ ଆସିନି। ଯେଉଁ ମାନଙ୍କର ଟୋକନ ଆସିଛି‌ ସେମାନଙ୍କର କଟନିଛଟନି କରି ଧାନ କଟାଯାଉଛି। ଏହାକୁ ତୁରନ୍ତ ବନ୍ଦ କରାଯାଉ ବୋଲି ଦାବି କରିଥିଲେ। ମିଲର୍ସ ମାନେ ବ୍ଲାକମେଲିଂ କରୁଥିବା ବେଳେ ସରକାରର କିଛି ଉଦେଶ୍ୟ ଥିବାରୁ ଶୁଣୁଛି। ମଣ୍ଡିରେ ଚାଷୀ ପଞିକରଣ ସକାଳ ୯ଠାରୁ ଅପରାହ୍ନ ୪ଟା ଯାଏଁ କରାଯାଉ, ମଣ୍ଡିରେ ଭିତ୍ତିଭୂମି ସୁଧାର କରି, ସଂମ୍ପୂର୍ଣ୍ଣ କଟନିଛଟନି ବନ୍ଦ ସହ ପାଣି, ତାରଫୋଲିନ, ଶୌଚାଳାୟ ଆଦି ତୁରନ୍ତ ସେବା ଦିଆଯାଉ ବୋଲି କହିଥିଲେ। ଜିଲ୍ଲା ପ୍ରଶାସନ ପକ୍ଷରୁ ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ, ଉପଜିଲ୍ଲାପାଳ ପ୍ରକାଶ ଚନ୍ଦ୍ର ମିଶ୍ର, ସିଏସଓ ଦେବାଶିଷ ମହାନ୍ତି, ଏସିଏସଓ ବାସୁଦେବ ପ୍ରଧାନ, ଆରଏମସି ସଂପାଦକ କପିଲେଶ୍ବର ସାସମଲ, ଏଆରସିଏସ ଶ୍ରଦ୍ଧାନନ୍ଦ ବେହେରା ଆନ୍ଦୋଳନ କାରୀଙ୍କ ସହ ଆଲୋଚନ କରି ମଣ୍ଡିରେ ସାତଦିନ ମଧ୍ୟରେ ଧାନ ଉଠାଇବା, ମିଲର୍ସମାନେ ବ୍ୟାଗ ପ୍ରଦାନ କରିବେ ବୋଲି ପ୍ରତିଶ୍ରୃତି ଦେଇ ଚିଠି ପ୍ରଦାନ କରିଥିଲେ। ଏଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ସତ୍ୟଜିତ୍ କାଣ୍ଡେନକଲ, ଥାନାଅଧିକାରୀ ସମ୍ବିତ ବେହେରା ଶାନ୍ତି ଶୃଙ୍ଖଳା ରକ୍ଷା କରିଥିଲେ। 

ଆହୁରି ପଢ଼ନ୍ତୁ: Donald Trump: ଇରାନ ବିରୋଧରେ ସାମରିକ କାର୍ଯ୍ୟାନୁଷ୍ଠାନ ସ୍ଥଗିତ: ତେହେରାନର ବାର୍ତ୍ତାକୁ ଅପେକ୍ଷା କରିଛନ୍ତି ଟ୍ରମ୍ପ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe