Bood donation camp organised. Photograph: (sambad.in)
ନବରଙ୍ଗପୁର: ରାଜ୍ୟର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ଗ୍ରାମ୍ୟ ବିକାଶ ସଂଗଠନ’ (ଜିବିଏସ)ର ୩୩ତମ ପ୍ରତିଷ୍ଠା ଦିବସରେ ପ୍ରତିବର୍ଷ ପରି ଏହି ବି ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଛି। ଜିଭିଏସ୍ ଓ ‘ସମ୍ବାଦ’-ଆମଓଡିଶା’ର ମିଳିତ ସହଯୋଗରେ ଆୟୋଜିତ ସ୍ବେଚ୍ଛାକୃତ ରକ୍ତଦାନ ଶିବିରରେ ୨୬ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଛି। ଶିବିରକୁ ଜିଲ୍ଲା ଚିକିତ୍ସା ଅଧିକାରୀ ଡ. ସୁକାନ୍ତ ଶତପଥୀ ଯୋଗ ଦେଇ ଉଦଘାଟନ କରିଥିଲେ। ଏଥିରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡା. ସନ୍ତୋଷ କୁମାର ପଣ୍ଡା, ଏଡିପିଏଚଓ ଡ. ରାମହରି ପଣ୍ଡା, ଦିଶା ସି. ପି. ଏମ ଚନ୍ଦ୍ରଶେଖର ପଟ୍ଟନାୟକ, ଚିକିତ୍ସାଅଧିକାରୀ ଡ. ଅରୁଣ କୁମାର ପାଢି, ରିଡ ଅନୁଷ୍ଠାନର ପ୍ରହଲ୍ଲାଦ ତ୍ରିପାଠୀ, ସମାଜସେବୀ ମନୋରମା ମାଝି ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ।
ଅନୁଷ୍ଠାନର କର୍ମଚାରୀ ଦୀପାଂଜଳୀ ମାଝୀ ଓ ବିଶ୍ବଜିତ ବିଶ୍ବାଳ, ହେମନ୍ତ ସାହୁ ପ୍ରଥମେ ରକ୍ତଦାନ କରି ଅନ୍ୟ କର୍ମଚାରୀଙ୍କୁ ରକ୍ତଦାନ କରିବାକୁ ପ୍ରତ୍ସାହିତ କରିଥିଲେ। ନବରଙ୍ଗପୁର ରକ୍ତଭଣ୍ଡାର ବରିଷ୍ଠ ଟେକ୍ନିସିଆନ୍ ଅରୁଣ କୁମାର ସ୍ବାଇଁ, ସରୋଜ କୁମାର ସିଂ, ମନୋଜ କୁମାର ପଟ୍ଟନାୟକ, ସମ୍ବିତ ମିଶ୍ର, କପିଳେନ୍ଦ୍ର ଭତରା ରକ୍ତସଂଗ୍ରହ କରିଥିଲେ। ରକ୍ତଦାତାଙ୍କୁ ଆମଓଡିଶା ଓ ସମ୍ବାଦର ମାନପତ୍ର, ରେଡକ୍ରସର ମାନପତ୍ରଦିଆଯାଇଥିଲା। ସମ୍ବାଦର ନବରଙ୍ଗପୁର ଜିଲ୍ଲା ପ୍ରତିନିଧି ସୁରେଶ କୁମାର ନାଇଡ଼ୁ, ଜିଭିଏସ୍ ଅନୁଷ୍ଠାନର ପରିଚାଳନା ଅଧ୍ୟକ୍ଷ ଇଶ୍ବର ସାବତ, ବାସୁଦେବ ନାୟକ, ଦିବ୍ୟଭାରତି ଭତରା, ଶିବଶଙ୍କର ବିଭାର, ଗୀତାଞଳି ଚୈହାନ, ପ୍ରମୁଖ ଶିବିରକୁ ପରିଚାଳନା କରିଥିଲେ।
ଆହୁରି ପଢ଼ନ୍ତୁ: Humane Sagar: ଲୁହରେ ଭିଜିଲା ଜନ୍ମମାଟି: ହ୍ୟୁମାନଙ୍କ ଶେଷକୃତ୍ୟରେ ସାମିଲ ହେଲେ ଲକ୍ଷାଧିକ ପ୍ରଶଂସକ
ରକ୍ତଦାତା ଜୀବନଦାତା
ଦୀପାଞଳୀ ମାଝୀ, ବିଶ୍ବଜିତ ବିଶ୍ବାଳ, ହେମନ୍ତ ସାହୁ, ଶିବ ଶଙ୍କର ଲମତା, କମଳ ବେହେରା, ପ୍ରିତମ ନାୟକ, ଦୁର୍ଗା ପ୍ରସାଦ ମିଶ୍ର, ପଦ୍ମଲୋଚନ ସେନାପତି, ରାଜ କୁମାର ମାଝି, ନିତେଶ ନାୟକ, ଦିବ୍ୟଭାରତି ଛତରିଆ, କେଦାର ଚରଣ ବାଘ, ଉଦିତ କୁମାର ନାୟକ, ଅନନ୍ତ କୁମାର ହନ୍ତାଳ, ଉମେଶ ଚନ୍ଦ୍ର ଗୌଡ, ବିକାଶ କୁମାର ତାଣ୍ଡି, ତନୁଶ୍ରୀ ମିସ୍ତ୍ରୀ, ପ୍ରିୟଙ୍କା ମିସ୍ତ୍ରୀ, ରେକ୍ସନା ରଥ, ରାଜୀବ ରାଉତ, ସୁବାସ ଚନ୍ଦ୍ର ନାୟକ, ମହେଶ୍ବର ମିଶ୍ର, ପୂଜା ରାୟ, ଝୁଲଣ ମଣ୍ଡଳ, ଦୁତି ମଣ୍ଡଳ, ଶର୍ମିଷ୍ଟା ଦାଶ।
ଆହୁରି ପଢ଼ନ୍ତୁ: Students Strike: ଶୀତୁଆ ସନ୍ଧ୍ୟାରେ ଜଳ ସଂକଟ ନେଇ ଛାତ୍ରୀଙ୍କ ଧାରଣା
Follow Us