ଯାତ୍ରୀବାହୀ ବସ୍‌ ସହ ଭାରିଯାନ ମୁହାଁମୁହିଁ: ଟ୍ରକ୍‌ ଡ୍ରାଇଭର ମୃତ, ୨୦ରୁ ଊର୍ଦ୍ଧ୍ବ ଆହତ

ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡ଼କା ନିକଟରେ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି।

bus accident

ମୈଦଲପୁର: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଦେଇ ଯାଇଥିବା ୨୬ ନଂ ଜାତୀୟ ରାଜପଥ ମୈଦଲପୁର ଖଡ଼କା ନିକଟରେ ଟ୍ରକ୍‌ ଓ ଯାତ୍ରୀବାହୀ ବସ୍‌ ମଧ୍ୟରେ ଧକ୍କା ହୋଇଛି। ଫଳରେ ଟ୍ରକ୍‌ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିବା ବେଳେ ୨୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି। ଆହତମାନଙ୍କୁ ମୈଦଲପୁର ପୁଲିସ ଉଦ୍ଧାର କରି ମେଡିକାଲ ପଠାଇଛି। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ରହିଥିବା ବେଳେ କୋକସରା ଓ ପାପଡ଼ାହାଣ୍ଡି ଅଗ୍ନିଶମ ବିଭାଗ ଓ ମୈଦଲପୁର ପୁଲିସ ମିଳିତ ଭାବେ ଉଦ୍ଧାର କରିଥିଲେ।

ସୂଚନା ପ୍ରକାରେ ଏସ୍‌ବିଏମ୍ଏସ୍ ନାମକ ଏକ ଘରୋଇ ବସ୍‌ (ଓଡ଼ି ୧୦ ଇ ୨୨୧୨) ଭବାନୀପାଟଣା ଠାରୁ ଜୟପୁର ଆସୁଥିବା ସମୟରେ ବିପରୀତ ଦିଗରୁ ଯାଉଥିବା ଟ୍ରକ୍‌ (ଡବ୍ଲ୍ୟୁ ବି ୧୫ ଇ ୧୦୦୬) ମୁହାଁମୁହିଁ ଧକ୍କା ହୋଇଥିଲା। ଟ୍ରକ୍‌ ଡ୍ରାଇଭର ଚାପି ହୋଇ ମୃତ ହୋଇଥିବା ବେଳେ ଅଗ୍ନିଶମ ବିଭାଗ ଓ ପୁଲିସ ଦ୍ୱାରା ଉଦ୍ଧାର କରାଯାଇଥିଲା। 

ଯାତ୍ରୀବାହୀ ବସ୍‌ରେ ୫୦ରୁ ୬୦ ଯାତ୍ରୀ ଥିବାବେଳେ ୨୦ରୁ ଊର୍ଦ୍ଧ୍ବ ଆହତ ହୋଇଛନ୍ତି। ଆହତମାନଙ୍କୁ ପୁଲିସ ଗାଡ଼ି ଓ ଆମ୍ବୁଲାନ୍ସ ସାହାଯ୍ୟରେ ମେଡିକାଲ ନିଆଯାଇଥିଲା।

ସୂଚନାଥାଉକି ମୈଦଲପୁର ମେଡିକାଲରେ ସମସ୍ତ ଆହତମାନଙ୍କୁ ଚିକିତ୍ସା ପାଇଁ ନିଆଯାଇଥିଲା। କିନ୍ତୁ ଡାକ୍ତର ଛୁଟିରେ ଥିବା ସମୟରେ କେବଳ ଷ୍ଟାଫ ନର୍ସମାନଙ୍କ ଦ୍ଵାରା ଚିକିତ୍ସା କରାଯାଇଥିଲା। ମୈଦଲପୁର ଅଞ୍ଚଳ ପାଇଁ ଏହି  ମେଡ଼ିକାଲ ଭରସା ଥିବାବେଳେ ଡାକ୍ତର ନ ଥିବାରୁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଉଛନ୍ତି। ସ୍ୱାସ୍ଥ୍ୟ ବିଭାଗ ଏଥିପ୍ରତି ଧ୍ୟାନ ଦେଇ ଏହି ମେଡ଼ିକାଲରେ ଦୁଇ ଜଣ ଡାକ୍ତର ନିଯୁକ୍ତି କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି। ଖଡକା ନିକଟରେ ବାରମ୍ବାର ଦୁର୍ଘଟଣା ଘଟୁଛି ପ୍ରଶାସନ ଧ୍ୟାନଦେଇ ଏହି ସ୍ଥାନରେ ଦୁର୍ଘଟଣା ରୋକିବାକୁ ବ୍ୟବସ୍ଥା କରିବାକୁ ସାଧାରଣ ରେ ଦାବି ହୋଇଛି। ଘଟଣାସ୍ଥଳରେ ମୈଦଲପୁର ଥାନା ଅଧିକାରୀ ବିପିନ କୁମାର କୁଲଦିପ, ଏଏସ୍‌ଆଇ ଲୋକେଶ କୁମାର, ଏସ୍‌ଡିପିଓ ସତ୍ୟଜିତ କାଣ୍ଡାନକେଲ, ନବରଙ୍ଗପୁର ଆଞ୍ଚଳିକ ପରିବହନ ଅଧିକାରୀ, ହାବିଲଦାର ସୁଶୀଲ କୁମାର ଦେଓ ଓ ଅନ୍ୟ ପୁଲିସ କର୍ମଚାରୀ ଉପସ୍ଥିତ ରହିଥିଲେ।

Accident

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe