ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ନନ୍ଦପୁରା-ମାରିଆଗୁଡା ଗାଁ ମଝିରେ ଏକ ଘରୋଇ ବସ୍ ଭାରସାମ୍ୟ ହରାଇ ଜମି ଭିତରେ ପଶି ଯାଇଛି। ଏହି ଦୁର୍ଘଟଣାରେ ଅଳ୍ପ କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଅନ୍ୟ ଯାତ୍ରୀ ମାନେ ସୁରକ୍ଷିତ ରହିଛନ୍ତି।
ସୂଚନା ଅନୁଯାୟୀ, ସକାଳେ ଉମରକୋଟରୁ କ୍ରିଷ୍ଣା ନାମକ ଘରୋଇ ବସ୍(ଓଆର ୧୦ଡି ୮୩୭୪) ନନ୍ଦପୁରା ଦେଇ କୋଷାଗୁମୁଡା ଅଭିମୁଖେ ଯାଉଥିଲା। ତେବେ ସକାଳ ପ୍ରାୟ ୮ଟାରେ ଡାବୁଗାଁ ଥାନା ଅନ୍ତର୍ଗତ ନନ୍ଦପୁରା-ମାରିଆଗୁଡା ରାସ୍ତାର ଏକ ଅଣ ଓସରିଆ ସ୍ଥାନରେ ଭାରସାମ୍ୟ ହରାଇ ବସ୍ଟି ଏକ ଜମି ଭିତରେ ପଶି ଯାଇଥିଲା। ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ବସ୍ଟି ବଡ ଦୁର୍ଘଟଣାରୁ ବର୍ତି ଯାଇଥିଲା। ଏହି ଦୁର୍ଘଟଣାରେ ବସ୍ରେ ଥିବା କିଛି ଯାତ୍ରୀ ସାମାନ୍ୟ ଆହତ ହୋଇଥିଲେ। ନନ୍ଦପୁରା ଗ୍ରାମବାସୀଙ୍କ ସହାୟତାରେ ସମସ୍ତ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିଲା।
Follow Us