ଦୁର୍ଘଟଣାରେ କାର୍‌ ଚୁରମାର

Advertisment
ଦୁର୍ଘଟଣାରେ କାର୍‌ ଚୁରମାର

ଉମରକୋଟ: ନବରଙ୍ଗପୁର ଜିଲ୍ଲା ଉମରକୋଟ ଠାରୁ ରାଇଘର ଯାଇଥିବା ରାସ୍ତାର ମୃତ୍ତମା ଠାରେ ଗତକାଲି ବିଳମ୍ବିତ ରାତିରେ କାର ଦୁର୍ଘଟଣା ଗ୍ରସ୍ତ ହୋଇ ସଂପୂର୍ଣ୍ଣ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଉମରକୋଟରୁ ରାଇଘର ମାରୁତି କାର (ଓଆର ୨୪ବି ୭୩୯୩) ଦ୍ରୁତ ଗତିରେ ଯିବା ସମୟରେ ନିୟନ୍ତ୍ରଣ ହରାଇ ରାସ୍ତା କଡ଼ରେ ଥିବା ଗୋଟିଏ ଶାଳ ଗଛରେ ଧକ୍କା ହୋଇଥିଲା। ଯାହାଫଳରେ କାର ସମ୍ମୁଖ ଭାଗ ସଂପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା। ଦୁର୍ଘଟଣା ଗ୍ରସ୍ତ ଗାଡ଼ି ଧୋଡ୍ରା ଗାଁର ଆଶୁତୋଷ ବାଲାଙ୍କର ବୋଲି ଜଣାପଡ଼ିଛି। କାରରେ ଆଶୁତୋଷ, ତାଙ୍କ ପୁଅ ସହ ଦୁଇଜଣ ବ୍ୟକ୍ତି ରହିଥିଲେ। ଏଥିରେ କେହି ମୃତାହତ ହୋଇ ନଥିବା ବେଳେ ଥାନାରେ ମାମଲା ରୁଜୁ ହୋଇ ନଥିବା ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe