ପଦାରେ ପଡିଲା ଚନ୍ଦାହାଣ୍ଡି ବିଜେପିର ଅନ୍ତଃକନ୍ଦଳ, ସାଂସଦଙ୍କ ପ୍ରତିନିଧି ବିଧାୟକଙ୍କ ପ୍ରତିନିଧିଙ୍କୁ ମାଡ଼ ମାରୁଥିବା ଭିଡିଓ ଭାଇରାଲ

Advertisment

ସାରା ରାଜ୍ୟରେ ବିଜେପି ନିଜ ସଂଗଠନ କୁ ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ଚନ୍ଦାହାଣ୍ଡି ବିଜେପି ରେ ଅନ୍ତଃ କନ୍ଦଳ ପଦାରେ ପଡିଛି ।  ଚନ୍ଦାହାଣ୍ଡି ବ୍ଲକ କାର୍ଯାଳୟ ପରିସରରେ ସାଂସଦ ଙ୍କ ପ୍ରତିନିଧି ଙ୍କ ଗୋଷ୍ଠୀ ବିଧାୟକ ପ୍ରତିନିଧି ଙ୍କୁ ଅତର୍କିତ ଆକ୍ରମଣ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି ।

Updated On

ସାରା ରାଜ୍ୟରେ ବିଜେପି ନିଜ ସଂଗଠନ କୁ ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ଚନ୍ଦାହାଣ୍ଡି ବିଜେପି ରେ ଅନ୍ତଃ କନ୍ଦଳ ପଦାରେ ପଡିଛି ।  ଚନ୍ଦାହାଣ୍ଡି ବ୍ଲକ କାର୍ଯାଳୟ ପରିସରରେ ସାଂସଦ ଙ୍କ ପ୍ରତିନିଧି ଙ୍କ ଗୋଷ୍ଠୀ ବିଧାୟକ ପ୍ରତିନିଧି ଙ୍କୁ ଅତର୍କିତ ଆକ୍ରମଣ କରୁଥିବା ଏକ ଭିଡିଓ ଭାଇରାଲ ହୋଇଛି ।

ଅଦ୍ୟତନ ହୋଇଛି
ବବ

ନବରଙ୍ଗପୁର /ଚନ୍ଦାହାଣ୍ଡି (ଇମିସ ) ସାରା ରାଜ୍ୟରେ ବିଜେପି ନିଜ ସଂଗଠନ କୁ ମଜବୁତ କରିବାକୁ ଲାଗି ପଡ଼ିଥିବା ବେଳେ ଚନ୍ଦାହାଣ୍ଡି ବିଜେପି ରେ ଅନ୍ତଃ କନ୍ଦଳ ପଦାରେ ପଡିଛି ।  ଚନ୍ଦାହାଣ୍ଡି ବ୍ଲକ କାର୍ଯାଳୟ ପରିସରରେ ସାଂସଦ ଙ୍କ ପ୍ରତିନିଧି ଙ୍କ ଗୋଷ୍ଠୀ ବିଧାୟକ ପ୍ରତିନିଧି ଙ୍କୁ ଅତର୍କିତ ଆକ୍ରମଣ କରୁଥିବା ଏକ ଭିଡିଓ ଏବେ ମୋବାଇଲ ରୁ ମୋବଇଲ କୁ ଘୁରି ବୁଲୁଛି।

ସୂଚନାରୁ ପ୍ରକାଶ ଆଜି ଚନ୍ଦାହାଣ୍ଡି ବ୍ଲକ କାର୍ଯ୍ୟାଳୟ ସଭାଗୃହ ରେ ଆଜି ସମିତି ବୈଠକ ଅନୁଷ୍ଠିତ ହୋଇଥିଲା। ବୈଠକ ରୁ ବିଧାୟକ ପ୍ରତିନିଧି ପ୍ରତାପ ଚନ୍ଦ୍ର ବାଘ ବାହାରୁଥିବା ସମୟରେ ସାଂସଦ ପ୍ରତିନିଧି ଓ ବିଧାୟକ ପ୍ରତିନିଧିଙ୍କ  ଙ୍କ ମଧ୍ୟରେ  କଥା କଟା କଟି ହୋଇଥିବା ପ୍ରତେକ୍ଷ ଦର୍ଶୀ ଙ୍କ ସୂତ୍ରରୁ ପ୍ରକାଶ। ସାଂସଦ ପ୍ରତିନିଧି ତଥା ନବରଙ୍ଗପୁର ସାଂସଦ ଙ୍କ ଭାଇ ବସନ୍ତ ମାଝୀ ବିଧାୟକ ପ୍ରତିନିଧି ପ୍ରତାପ ଙ୍କ ଉପରେ ଆକ୍ରମଣ କରିବା ଓ ପରେ ସେଠାରେ ଥିବା ବହୁ କର୍ମୀ  ପ୍ରତାପ ଙ୍କୁ ଚପଲ ରେ  ମାଡ ମାରୁଥିବା ଭିଡିଓ ଏବେ ଭାଇରାଲ ହେବାରେ ଲାଗଛି। ତେବେ ଠିକା କାମ ବିକ୍ରି କୁ ନେଇ ଦୁଇ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ହୋଇଥିବା ଚର୍ଚ୍ଚା  ହେଉଛି। ଏପରି ଧସ୍ତା ଧସ୍ତି ବହୁ ସମୟ ଧରି ଚାଲିଥିଲା ବେଳେ ବାହାରେ ଥିବା ଲୋକ ଦର୍ଶକ ସାଜି ଘଟଣାର ଭିଡିଓ ଉତୋଳନ କରି ଦୃଶ୍ୟକୁ ଉପଭୋଗ କରିଥିଲେ। ତେବେ ଏହି ଘଟଣା କୁ ବୁଦ୍ଧିଜୀବୀ ମହାଲରେ ତୀବ୍ର ନିନ୍ଦା କରାଯାଇଛି।ସାଂସଦ ପ୍ରତିନିଧି ଙ୍କ ସହ ତାଙ୍କ ସମର୍ଥକ  ଚନ୍ଦାହାଣ୍ଡି ଥାନା କୁ ଯାଇଥିଲେ  କିନ୍ତୁ ଉଭୟ ପକ୍ଷରୁ ଥାନା ରେ ଏତଲା ଦିଆ ହୋଇ ନଥିବା ଜଣା ପଡିଛି।ଗଣ୍ଡଗୋଳ ରେ ଉଭୟ ଙ୍କ ସାର୍ଟ ଚିରି ଯାଇଥିବା ଭିଡିଓ ରେ ଦେଖା ଯାଉଛି। ଏ ନେଇ ପୂର୍ବତନ ସାଂସଦ ରମେଶ ମାଝୀ ନିଜ ପ୍ରତିକ୍ରିୟା ରେ କହିଛନ୍ତି ସରକାର ଗଢିବାର 8 ମାସ ବିତିନି ଠିକା କାମକୁ ନେଇ ଦିନ ଦିପହରେ ମାର ପିଟ ହୋଇଛନ୍ତି, ନିଜ ସ୍ୱାର୍ଥକୁ ନେଇ ଲଢ଼ୁଥିବା ନେତା ଲୋକଙ୍କ ପାଇଁ କଣ କାମ କରିବେ ବୋଲି କହିଛନ୍ତି। କଂଗ୍ରେସ ନେତା କ୍ଷମରାଜ ବାଘ ଏହି ଘଟଣା କୁ ନିନ୍ଦା କରିବା ସହିତ ଏପରି ଘଟଣା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ ବୋଲି ପ୍ରକାଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe