Mohan Charan Majhi: ସ୍ବର୍ଗତ ଗଙ୍ଗାଧରଙ୍କ ଘରକୁ ଯାଇ ପରିବାରବର୍ଗକୁ ସାନ୍ତ୍ବନା ଦେଲେ ମୁଖ୍ୟମନ୍ତ୍ରୀ

Advertisment

ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ସାମନ୍ତରାୟଙ୍କ ୬୯ ବର୍ଷ ବୟସରେ ଗତ ମାସ ୧୧ତାରିଖ ଦିନ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ଠାରେ ମେଡିକାଲ କଲେଜ ସହ ରାଜ୍ୟସ୍ତରୀୟ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବା ସହ...

ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ସାମନ୍ତରାୟଙ୍କ ୬୯ ବର୍ଷ ବୟସରେ ଗତ ମାସ ୧୧ତାରିଖ ଦିନ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ଠାରେ ମେଡିକାଲ କଲେଜ ସହ ରାଜ୍ୟସ୍ତରୀୟ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବା ସହ...

ngp-cm visit to ganga samntray (2)

ନବରଙ୍ଗପୁର (ସୁରେଶ ନାଇଡୁ): ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ସାମନ୍ତରାୟଙ୍କ ୬୯ ବର୍ଷ ବୟସରେ ଗତ ମାସ ୧୧ତାରିଖ ଦିନ ମୃତ୍ୟୁ ହୋଇଥିଲା। ନବରଙ୍ଗପୁର ଠାରେ ମେଡିକାଲ କଲେଜ ସହ ରାଜ୍ୟସ୍ତରୀୟ ଜଗନ୍ନାଥ ଦର୍ଶନ ଯୋଜନାର ଶୁଭାରମ୍ଭ କରିବା ସହ ୪୪୬କୋଟି ୨୬ଲକ୍ଷର ବିଭିନ୍ନ ପ୍ରକଳ୍ପର ଭୂମିପୂଜା ଓ ଶୀଳାନ୍ୟାସ ଉତ୍ସବରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଯୋଗ ଦେବାକୁ ଆସି ରାଜୁସାହିସ୍ଥ ସ୍ବର୍ଗତ ଗଙ୍ଗାଧର ସାମନ୍ତରାୟଙ୍କ ଘରକୁ  ଯାଇ ତାଙ୍କ ପତ୍ନୀ ଓ ସାନଝିଅ ସରକାରୀ ଓକିଲ ସ୍ବାଗତିକା ସାମନ୍ତରାୟ ଓ  ପରିବାରବର୍ଗକୁ ଭେଟି ସାନ୍ତ୍ବନା  ଦେଇଥିଲେ।

ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତି ପରିଡ଼ା, ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସ୍ବାସ୍ଥ୍ୟ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗ, ସାଂସଦ ଇଂ.ବଳଭଦ୍ର ମାଝୀ, ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ , ଝରିଗାଁ ବିଧାୟକ ନରସିଂହ ଭତରା , କୋଟପାଡ ବିଧାୟକ ରୁପୁ ଭତରା, ମାଲକାନଗିରୀ ବିଧାୟକ ନରସିଂହ ମାଡକାମୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ଚାମ୍ବର ଅଫ କମର୍ସର ସଭାପତି କାହ୍ନୁ ଦାଶ  ତାଙ୍କ ଘରକୁ ‌ସାଙ୍ଗରେ ଯାଇଥିଲେ। ମୁଖ୍ୟମନ୍ତ୍ରୀ ଓ ଅନ୍ୟ ମାନେ ଫଟୋଚିତ୍ରରେ ପୁଷ୍ପମାଲ୍ୟ ପ୍ରଦାନ କରି ପୂଜ୍ୟପୂଜା ପ୍ରଦାନ କରିଥିଲେ। ଦଳର ପ୍ରତିଷ୍ଠାତା ସଭ୍ୟ ତଥା ସଭାପତି ହୋଇ ଦଳକୁ ଏସ୍ଥାନରେ ପହଚାଂଇବା  ଦିଗରେ ସ୍ବର୍ଗତ ସାମନ୍ତରାୟଙ୍କ ଭୂମିକାକୁ ନେଇ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ। ତାଙ୍କ ପରିବାର ସହ ମୁଖ୍ୟମନ୍ତ୍ରୀ ସଦା ସର୍ବଦା ଅଛନ୍ତି ବୋଲି କହିଥିଲେ। ସରକାର ସବୁ ରକମର ସୁବିଧା ଓ ସହଯୋଗ ପରିବାରକୁ କରିବ ବୋଲି ପ୍ରତିଶ୍ରୃତି ଦେଇଥିଲେ ମୁଖ୍ୟମନ୍ତ୍ରୀ।

ନାଗରିକ କମିଟି, ଚାମ୍ବର ଅଫ କମର୍ସ ପକ୍ଷରୁ ମେଡିକାଲ କଲେଜ ସ୍ଥାପନ ପାଇଁ ଦାବି କରି ଆସୁଥିଲେ। ତାହା ଘୋଷଣା ହୋଇଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜ୍ଞାପନ କରି ପୁଷ୍ପଗୁଚ୍ଛ ଓ ଉପଢୌକନ ପ୍ରଦାନ କରିଥିଲେ। ଏଥିରେ ନାଗରିକ କମିଟି ସଭାପତି ଜଗନ୍ନାଥ ମହାପାତ୍ର ,ସମ୍ପାଦକ ରାମ ପ୍ରସାଦ ପାତ୍ର, ଚାମ୍ବର ଅଫ କମର୍ସର ସଭାପତି କାହ୍ନୁ ଦାଶ, ସମ୍ପାଦକ ପିଏଲ୍ ମୂର୍ତ୍ତି ଓ ଅନ୍ୟ ସଭ୍ୟମାନେ କୃତଜ୍ଞତା ଜ୍ଞାପନ କରିଥିଲେ।

ମୁଖ୍ୟମନ୍ତ୍ରୀ ଗସ୍ତ ପାଇଁ ଦକ୍ଷିଣ ପଶ୍ଚିମାଂଚଳ ଡିଆଇଜି ଡ.କେଭି ସିଂ, ଏସପି ମଡକର ସନ୍ଦୀପ ସମ୍ପତ, ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତ୍ରା, ଥାନା ଅଧିକାରୀ ସମ୍ବିତ ବେହେରାଙ୍କ ନେତୃତ୍ବରେ ୧୫ପ୍ଲାଟୁନ୍ ପୁଲିସ ଫୋର୍ସ ଏଏସପି, ଡିଏସପି, ଇନିସପେକ୍ଟର, ସବଇନିସପେକ୍ଟର ଆଦି ଅଫିସର ୧୦୦ଜଣ ନିୟୋଜିତ ହୋଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe