Cold Wave: କୁହୁଡ଼ିର ଚାଦର ଘୋଡ଼ି ଶୀତରେ ଥୁରୁଥୁରୁ ନବରଙ୍ଗପୁର... ସଞ୍ଜ ନଇଁଲେ ମାଡ଼ି ଆସୁଛି ଶୀତ, ଜନଜୀବନ ଅସ୍ତବ୍ୟସ୍ତ

Advertisment

ଗତ ମାସେ  ହେବ ଶୀତ କମିବାର ନାଁ ନେଉନି। ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି

ଗତ ମାସେ  ହେବ ଶୀତ କମିବାର ନାଁ ନେଉନି। ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି

winter

winter Photograph: (sambad.in)

ନବରଙ୍ଗପୁର: ଗତ ମାସେ  ହେବ ଶୀତ କମିବାର ନାଁ ନେଉନି। ନବରଙ୍ଗପୁର ସହର ଓ ବ୍ଲକ ସମେତ ତେନ୍ତୁଳିଖୁଣ୍ଟି, ନନ୍ଦାହାଣ୍ଡି, କୋଷାଗୁମୁଡା, ପାପଡାହାଣ୍ଡି, ଉମରକୋଟ, ଡାବୁଗାଁ, ରାଇଘର, ଝରିଗାଁ ଆଦି ବ୍ଲକ ଅଂଚଳରେ ଭୀଷଣ ଥଣ୍ଡା ଅନୁଭୂତ ହେଉଛି । ନବରଙ୍ଗପୁର ସହରରେ ଆଜି ୭ଡିଗ୍ରୀ ସେଲସିଅସ୍ ରେକର୍ଡ କରାଯାଇଛି। ରାତି ଓ ଭୋରରେ କାକର ପଡୁଥିବା ଦେଖିବାକୁ ମିଳିଛି । କୁହୁଡିର ଚାଦରରେ ନବରଙ୍ଗପୁର ସହର ରହିଛି। ପ୍ରବଳ ଥଣ୍ଡା ସହ କାକର ପଡୁଥିବା ଯୋଗୁଁ ଅସ୍ତବ୍ୟସ୍ତ ହୋଇପଡିଛି ସାଧାରଣ ଜନଜୀବନ । ସକାଳ ୮ଟା ଯାଏଁ ଥଣ୍ଡା ସହ ଶୀତ ଲହରି ଓ ପ୍ରବଳ କୁହୁଡି ଯୋଗୁଁ ଲୋକେ ଘରୁ ବାହାରିବା ମୁସ୍କିଲ ହୋଇପଡିଛି । ପାଣିପାଗ କେନ୍ଦ୍ରରୁ ମିଳିବା ସୂଚନା ଅନୁସାରେ ଆଗାମୀ ସପ୍ତାହଯାଏଁ ଶୀତ ଶୀତ ଲହରୀ ଜାରି ରହିବ । ରାଜ୍ୟର ପ୍ରବଳ  ଶୀତ ହେଉଥିବା ଜିଲ୍ଲା ମଧ୍ୟରେ ନବରଙ୍ଗପୁର ଜିଲ୍ଲା ସାମିଲ ହୋଇଛି। ରାତି ୯ଟା ବେଳେ ସହର ଖାଁ ଖାଁ ହୋଇଯାଉଛି।

ଆହୁରି ପଢନ୍ତୁ- Drinking water supply project: ୫ ମେଗା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ମନ୍ଥର

ଶୀତବସ୍ତ୍ର ବେପାରୀ ମାନେ ଶୀତବସ୍ତ୍ରର ପସରା ଖୋଲି ଦେଇଛନ୍ତି। ସ୍ଥାନୀୟ ବେପାରୀଙ୍କ ସହ ଉତ୍ତରପ୍ରଦେଶର ଋତୁକାଳୀନ ବେପାରୀ ମାନେ ରାସ୍ତାକଡ଼ରେ ଶୀତବସ୍ତ୍ର, କମ୍ବଳ,କାରଫେଟ ଆଦି ବିକ୍ରୀ କରିବା ଆରମ୍ଭ କରିଛନ୍ତି।  ସବୁ ରେଡିମେଡ ଓ ବଡ ବଡ ଲୁଗାଦୋକାନରେ ଶୀତବସ୍ତ୍ରର ବେପାର ଜୋର ଧରିବାରେ ଲାଗିଛି।  ସେଭଳି ଗତ କିଛି ଦିନ ହେବ ମିନ୍ତ୍ରା, ଫ୍ଲିପ୍ କାର୍ଟ, ଏଜିଅ, ମିସୋ, ଆମାଜାନ ଆଦିରୁ ବି ବିଭିନ୍ନ ବ୍ରାଣ୍ଡର ଶୀତବସ୍ତ୍ର ମଗାଉଥିବା ଦେଖିବାକୁ ମିଳିଛି। 

ଆହୁରି ପଢନ୍ତୁ- Narendra Modi: ନମୋଙ୍କ ନୂଆ ଷ୍ଟାଇଲ୍: ଓମାନ ଗସ୍ତ ବେଳେ ପ୍ରଧାନମନ୍ତ୍ରୀଙ୍କ ନୂଆ ଲୁକ୍, କାନରେ ଇୟର ରିଙ୍ଗ୍ ପିନ୍ଧିଥିବା ନେଇ ବଢିଲା ଚର୍ଚ୍ଚା…

ସହରରେ ଥିବା ୪ଟି ବଡ ମଲରେ ବି ଶୀତବସ୍ତ୍ରରେ ସ୍ବତନ୍ତ୍ର ଅଫର ଆରମ୍ଭ ହୋଇଛି।  ସକାଳରୁ ୯ଟା ଯାଏଁ ଓ ସଂଧ୍ୟା ନଇଁବା ମାତ୍ରକେ କୁହୁଡିର ଚାଦର ଦେଖିବାକୁ ମିଳୁଛି। ଆମ୍ବପାଣିଘାଟି  ସହ ନବରଙ୍ଗପୁର ସହର, ଇନ୍ଦ୍ରାବତୀ ବ୍ରିଜ ଓଭାରତମାଳା ରାସ୍ତା ଉପରେ ମଧ୍ୟ କୁହୁଡିର ଚାଦର ଦେଖିବାକୁ ମିଳୁଛି। ତେଣୁ ଯାନବାହନ ଗୁଡିକ ଲାଇଟ୍ ଲଗାଇ ଯିବା ଆସିବା କରୁଛନ୍ତି। ପ୍ରବଳ କୁହୁଡି ଯୋଗୁଁ ଜିଲ୍ଲାରେ ଛୋଟ ବଡ ଦୁର୍ଘଟଣା ସହ ଧନଜୀବନ ଓ ସମ୍ପତ୍ତି ନଷ୍ଠ ହେବା  ଜାରୀ ରହିଛି।  ଏହାର ପ୍ରଭାବ ଖାସ୍ କରି ଦିନ ମଜୁରିଆ, ଉଠା ଦୋକାନୀ, ସ୍କୁଲ, କଲେଜ ଛାତ୍ରଛାତ୍ରୀ, ସରକାରୀ କର୍ମଚାରୀ ଆଦିଙ୍କ ଉପରେ ବେଶି ମାତ୍ରାରେ ପଡିଛି।  ଜିଲ୍ଲାପ୍ରଶାସନ ଏହାକୁ ଦୃଷ୍ଟିରେ ରଖି ଶନିବାର ଦିନ ସକାଳୁଆ ସ୍କୁଲ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe