ହୃଦ୍‌ଘାତରେ କନେଷ୍ଟବଳଙ୍କ ମୃତ୍ୟୁ

Advertisment
ହୃଦ୍‌ଘାତରେ କନେଷ୍ଟବଳଙ୍କ ମୃତ୍ୟୁ

ଗୁଣପୁର: ଗୁଣପୁର କୋର୍ଟରେ କାର୍ଯ୍ୟରତ କନଷ୍ଟେବଲ ଭଣ୍ଡାରୀ ଶତପଥୀ(୫୪)ଙ୍କ ହୃଦ୍‌ଘାତରେ ପରଲୋକ ଘଟିଛି। ଗତକାଲି ହଠାତ୍‌ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ଡାକ୍ତରଖାନାରେ ଭର୍ତି କରାଯାଇଥିଲା। ତେବେ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ। ସେ ଜଣେ କର୍ତ୍ତବ୍ୟନିଷ୍ଠ ଏବଂ ଦାୟିତ୍ୱ ସଂପନ୍ନ କାର୍ଯ୍ୟ ତୁଲାଇ ଆସୁଥିଲେ। ଆଜି ତାଙ୍କ ମର ଶରୀରକୁ ନିଜ ଗ୍ରାମ ଗୁଣପୁର ଉପକଣ୍ଠ ତୁରୁକାନିଗୁଡା ଗ୍ରାମରେ ଶେଷକୃତ୍ୟ ସଂପନ୍ନ କରାଯାଇଛି। ସେଠାରେ ୩ ପୁଅ ଲକି, ରକି ଓ ନବୁଲଙ୍କ ସମେତ ଶିକ୍ଷକ ନରସିଂହ ଶତପଥୀ, ସୁରେନ୍ଦ୍ର ଶତପଥୀ, ପ୍ରଫୁଲ୍ଲ ଶତପଥୀ, ଲଡୁକିଶୋର ଶତପଥୀ ସମେତ ସଂପର୍କୀୟ ଉପସ୍ଥିତ ଥିଲେ। ଖବର ପାଇ ପୁଲିସ ସଂଘ ସଭାପତି ସେକ ମୁସ୍ତାକ, ଉପସଭାପତି ଚିତ ରଂଜନ ରଥ, ବୁନା ପଟନାୟକ, ଏମଆର ପ୍ରଧାନ ପ୍ରମୁଖ ଶେଷ ଦର୍ଶନ କରିଥିଲେ। ତାଙ୍କ ବିୟୋଗରେ ପୁଲିସ ଏବଂ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ ଯେ କିଛି ମାସ ପୂର୍ବେ ସ୍ୱର୍ଗତ ଭଣ୍ଡାରୀ କିଡନି ଜନିତ ରୋଗରେ ଆକ୍ରାନ୍ତ ଥିଲେ ବୋଲି ପରିବାର ପକ୍ଷରୁ ସୂଚନା ମିଳିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe