ଉମରକୋଟ: ଜଣେ ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ କରିବା ଅଭିଯୋଗରେ ଉମରକୋଟ ପୁରୁଣା ବସଷ୍ଟାଣ୍ଡ ସ୍ଥିତ ପୁଲିସ ଯାଞ୍ଚ କେନ୍ଦ୍ରରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ପାତ୍ର ବାଘଙ୍କୁ ନବରଙ୍ଗପୁର ଏସ୍ପି ଚାକିରିରୁ ନିଲମ୍ବନ କରିଛନ୍ତି। ପ୍ରକାଶ ଥାଉକି, ଗତ ୨ତାରିଖରେ ପୁରଣା ବସଷ୍ଟାଣ୍ଡ ସ୍ଥିତ ପୁଲିିସ ଯାଞ୍ଚ କେନ୍ଦ୍ର ନିକଟସ୍ଥ ଏକ ଗୁପ୍ଚୁପ୍ ଦୋକାନରେ ଜନୈକ ମହିଳା ଗୁପଚୁପ୍ ଖାଉଥିଲେ। ଏହି ସମୟରେ ପୁଲିିସ ଯାଞ୍ଚ କେନ୍ଦ୍ରରେ କାର୍ଯ୍ୟରତ କନେଷ୍ଟବଳ ସୁରେଶ ପାତ୍ର ବାଘ ନିଶାକ୍ତ ଅବସ୍ଥାରେ ମହିଳା ଜଣକଙ୍କୁ ଅଶ୍ଳୀଳ ଇଙ୍ଗିତ କରିଥିଲେ। ଏହାକୁ ମହିଳା ଜଣକ ବିରୋଧ କରିବାରୁ ଶ୍ରୀ ବାଘ ନୃତ୍ୟ ମଧ୍ୟ କରିଥିଲେ। ଏହି ଘଟଣାରେ ଆଜି କନେଷ୍ଟବଳ ସୁରେଶ ପାତ୍ର ବାଘଙ୍କୁ ନବରଙ୍ଗପୁର ଏସ୍ପି ଚାକିରିରୁ ନିଲମ୍ବନ କରିଥିବା ଜଣାପଡିଛି।
ମହିଳାଙ୍କୁ ଅଶ୍ଳୀଳ ଇଙ୍ଗିତ ଘଟଣା, ନିଲମ୍ବିତ ହେଲେ କନେଷ୍ଟବଳ
Advertisment
Follow Us