କାଜୁ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର; ଗୋଟାଏ ଗାମୁଛାରେ ଝୁଲିଥିଲା ୨ଟି ଶରୀର

Advertisment
କାଜୁ ଗଛରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର; ଗୋଟାଏ ଗାମୁଛାରେ ଝୁଲିଥିଲା ୨ଟି ଶରୀର

The Hans India

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡ଼ାବୁଗାଁ ଥାନା ଅନ୍ତର୍ଗତ ଜବାଗୁଡ଼ା ଗ୍ରାମ ନିକଟସ୍ଥ ଏକ କାଜୁ ବଗିଚା ମଧ୍ୟରେ ଆଜି ସକାଳେ ଏକ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ଶବ ଉଦ୍ଧାର ହୋଇଛି। ଏହି ପ୍ରେମୀ ଯୁଗଳ ସମ୍ପର୍କୀୟ ବୋଲି  ଜଣାପଡିଥିବା ବେଳେ ଦୁହେଁ ଆତ୍ମହତ୍ୟା ପରି ଚରମ ପଦକ୍ଷେପ କାହିଁକି ଗ୍ରହଣ କଲେ ତାହା ଜଣା ପଡିନାହିଁ। ଘଟଣାସ୍ଥଳରେ ଡାବୁଗାଁ ପୁଲିସ ପହଞ୍ଚି ଶବ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି।

ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ଖୁଟୁବାଇ ପଞ୍ଚାୟତ ଅନ୍ତର୍ଗତ ଦାମାପାଲା ଗ୍ରାମର ଡମ୍ବୁରୁ ଧର ହରିଜନ ଓ ଡାବୁଗାଁ ଥାନା ଜବାଗୁଡ଼ା ଗ୍ରାମର ତିଲାଇ ହରିଜନଙ୍କ ମଧ୍ୟରେ କିଛି ବର୍ଷ ହେଲା ପ୍ରେମ ସମ୍ପର୍କ ଗଡି ଉଠିଥିଲା। ଡମ୍ବୁରୁର ମାମୁ ଲାଇବାନ ହରିଜନ ଜବାଗୁଡ଼ା ଗ୍ରାମରେ ରହୁଥିବା ବେଳେ ମାମୁ ଲାଇବାନଙ୍କ ଝିଅ ତିଲାଇ ହରିଜନ ସହ ଗତ କିଛି ବର୍ଷ ହେଲା ଡମ୍ବୁରୁର ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ନିଜ ସମ୍ପର୍କୀୟ ହୋଇଥିବାରୁ ଡମ୍ବୁରୁ ମାମୁ ଘରକୁ ଆସି ତିଲାଇ ସହ ପ୍ରେମ ସମ୍ପର୍କ ରଖିବାରେ କୌଣସି ଅସୁବିଧା ହେଉନଥିଲା।

ପ୍ରତିଦିନ ପରି ଗତକାଲି ମଧ୍ୟ ଡମ୍ବୁରୁ ଧର ଦାମାପାଲା ଗ୍ରାମରୁ ଏକ ବାଇକ୍ ଯୋଗେ ପୂର୍ବାହ୍ନ ସମୟରେ ବୁଲିବାକୁ ଆସି ଦାମାପାଲା ଫେରି ଯାଇଥିଲା। ତେବେ ଅପରାହ୍ନରେ ପୁଣି ଡମ୍ବୁରୁ ଜବାଗୁଡ଼ାକୁ ଏକ ସାଇକେଲରେ ଆସିଥିଲା। ସେହିପରି ତିଲାଇ ହରିଜନ ବାପା ଲାଇବାନ ହରିଜନ ଓ ପରିବାର ସହ ମଙ୍ଗଳବାର ରାତ୍ର ଭୋଜନ ପରେ ଘରୁ ବାହାରିଥିଲା। ଦୁଇ ପ୍ରେମୀ ଯୁଗଳ ଡମ୍ବୁରୁ ଓ ତିଲାଇ ଜବାଗୁଡ଼ା ଗ୍ରାମ ନିକଟ ଏକ କାଜୁ ବଗିଚାରେ ଯାଇ ରାତ୍ର ସମୟରେ ଏକ କାଜୁ ଗଛରେ ଚଢି ଗୋଟିଏ ଗାମୁଛାରେ ଓ ଗୋଟିଏ ଡାଳରେ ବେକରେ ଫାଶୀ ଦେଇ ଆତ୍ମହତ୍ୟା କରିଥିବା ସୂଚନା ରହିଛି।

ବୁଧବାର ସକାଳୁ କାଜୁ ବଗିଚା ଦେଇ ଯାତାୟାତ କରୁଥିବା ଲୋକେ ପ୍ରେମୀଯୁଗଳଙ୍କ ଝୁଲନ୍ତା ଶବ ଦେଖିଥିଲେ। ଜବାଗୁଡ଼ା ଗ୍ରାମରେ ଏହି କଥା ପ୍ରଚାର ହେବା ପରେ ପ୍ରେମୀ ଯୁଗଳଙ୍କୁ ଦେଖିବା ପାଇଁ ଲୋକଙ୍କ ଭିଡ ଜମିଥିଲା।  ପରିବାର ଲୋକ ସେମାନଙ୍କ ପ୍ରେମକୁ ସ୍ଵୀକୃତି ଦେଇ ନ ଥିବାରୁ ଦୁହେଁ ଏଭଳି ପଦକ୍ଷେପ ନେଇ ଥାଇ ପାରନ୍ତି ବୋଲି ସନ୍ଦେହ କରାଯାଉଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe