ବିବାହର ୧୦ ଦିନ ପୂର୍ବରୁ ପ୍ରେମିକ ସହ ମିଶି ଆତ୍ମହତ୍ୟା କଲେ ଯୁବତୀ

Advertisment
ବିବାହର ୧୦ ଦିନ ପୂର୍ବରୁ ପ୍ରେମିକ ସହ ମିଶି ଆତ୍ମହତ୍ୟା କଲେ ଯୁବତୀ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାର ଉମରକୋଟ ବ୍ଲକସ୍ଥିତ ମୁର୍ତ୍ତୁମା ଗ୍ରାମରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ଜଣେ ଯୁବତୀ ନିଜ ବାହାଘରର ୧୦ ଦିନ ପୂର୍ବରୁ ପ୍ରେମିକଙ୍କ ସହ ଆତ୍ମହତ୍ୟା କରିଥିବା ସୂଚନା ରହିଛି। ଏହି ପ୍ରେମୀ ଯୁଗଳଙ୍କ ଆତ୍ମହତ୍ୟା ଏବେ ସଂପୃକ୍ତ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି।

ଆଉ ମାତ୍ର ୧୦ ଦିନ ପରେ ବଜିଥାନ୍ତା ସାହାନାଇ। ରୋଷଣି ଧରି ଦୁଆରକୁ ଆସିଥାନ୍ତା ବର। କିନ୍ତୁ ବାହାଘରର ୧୦ ଦିନ ପୂର୍ବରୁ ଯୁବତୀ ନେଲେ ଏଭଳି ଚରମ ନିଷ୍ପତ୍ତି। ପରିବାର ଲୋକଙ୍କ ପସନ୍ଦକୁ ପଛ କରି ସେ ଭଲପାଉଥିବା ମନର ମଣିଷ ସହିତ ଆତ୍ମହତ୍ୟା କରିଛନ୍ତି ଯୁବତୀ ଜଣକ। ମୃତ ଯୁବତୀଙ୍କ ନାଁ ସସ୍ମିତା ମାଝୀ। ପ୍ରେମୀ ଯୁଗଳ କୀଟନାଶକ ପିଇ ପରେ ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି। ଯେଉଁ ଗଛରେ ସେ ଦୁହେଁ ଓଢ଼ଣୀ ଲଗାଇ ଝୁଲିଥିଲେ ସେହି ଗଛମୂଳରୁ କିଛି କେକ୍ ୩ଟି କୀଟନାଶକ ବୋତଲ, ଯୁବତୀଙ୍କ ଚପଲ ସହ ଏକ ସାଇକେଲ ପଡ଼ିଥିବା ଦେଖିବାକୁ ମିଳିଛି । ତେବେ ଯୁବତୀଙ୍କ ବାହାଘର ଉମରକୋଟ ବ୍ଲକ୍ ସୁକିଗାଁ ପଞ୍ଚାୟତର ଡ଼ାବିଡି ଗୁଡ଼ା ଗ୍ରାମରେ ସ୍ଥିର ହୋଇଥିଲା ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe