ଲକ୍ଷାଧିକ ଟଙ୍କାର ସାଇବର ଠକେଇ

ମାତିଛନ୍ତି ସାଇବର ଠକ୍। ବେକାର ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଏକ ମୋବାଇଲ୍ ଆପରେ ଟଙ୍କା ଲଗାଇ ନେଟୱାର୍କ କରି ଲକ୍ଷାଧିକ ଟଙ୍କା କମାଇବା ଆଶାରେ ହୋଇଛି ଠକାମି। ଏଭଳି ଠକାମିର ଶୀକାର ହୋଇ ଡାବୁଗାଁ ଅଂଚଳର ୧୨ଜଣ ଯୁବକ ଡାବୁଗାଁ ପୁଲିସର ଦ୍ବାରସ୍ଥ ହୋଇ ଦେଇଛନ୍ତି ଏତଲା।

ngp-dabugaon

ନବରଙ୍ଗପୁର/ଡାବୁଗାଁ: ମାତିଛନ୍ତି ସାଇବର ଠକ୍। ବେକାର ଶିକ୍ଷିତ ଯୁବକ ଓ ଯୁବତୀଙ୍କୁ ଏକ ମୋବାଇଲ୍ ଆପରେ ଟଙ୍କା ଲଗାଇ ନେଟୱାର୍କ କରି ଲକ୍ଷାଧିକ ଟଙ୍କା କମାଇବା ଆଶାରେ ହୋଇଛି ଠକାମି। ଏଭଳି ଠକାମିର ଶୀକାର ହୋଇ ଡାବୁଗାଁ ଅଂଚଳର ୧୨ଜଣ ଯୁବକ ଡାବୁଗାଁ ପୁଲିସର ଦ୍ବାରସ୍ଥ ହୋଇ ଦେଇଛନ୍ତି ଏତଲା।

କେବଳ ଡାବୁଗାଁ ବ୍ଲକ ନୁହେଁ ଜିଲ୍ଲାର କୋଷାଗୁମୁଡା, ନବରଙ୍ଗପୁର, ଉମରକୋଟ, ତେନ୍ତୁଳିଖୁଣ୍ଟି, ରାଇଘର, ଝରିଗାଁ ଆଦି ବ୍ଲକରେ ବି ଏଭଳି ଠକାମି ହୋଇଥିବା ଧୀରେଧୀରେ କଥା ବାହାରକୁ ଆସିଛି। ଏଭଳି ୧୨ଜଣଙ୍କ ଠାରୁ ୧୧ଲକ୍ଷ ୨୩ହଜାର ଟଙ୍କାର ଠକେଇ ହୋଇଥିବା ଏମାନେ ପୁଲିସରେ ଅଭିଯୋଗ କରିଛନ୍ତି। ଡାବୁଗାଁ ପୁଲିସ ଅଭିଯୋଗକୁ ଗ୍ରହଣ କରି ମାମଲା ରୁଜୁ କରିଛି।

କୋଟାଗାଁ ଅଂଚଳର ଜୈନେକ ଯୁବକ ଏହି ଯୁବକଙ୍କୁ ଏହି ଆପରେ ଟଙ୍କା ନିବେଶ କରିବାକୁ କହିବା ସହ ଆପ୍ ଯୋଗାଇଥିବା ଅଭିଯୋଗ ହୋଇଛି। ଏପରିକି କିଛି ଯୁବକ ଜମି, ସୁନା ଆଦି ବନ୍ଧକ ପକାଇବି ଏହି ଆପରେ ଟଙ୍କା ନିବେଶ କରି ଠକାମିର ଶୀକାର ହୋଇଥିବା କହିଛନ୍ତି। ଜିଲ୍ଲାରେ ଉପରୋକ୍ତ ବ୍ଲକ ସହ ଅନ୍ୟ ବ୍ଲକ ମିଶାଇ ଶତାଧିକ ଯୁବକ ଓ ଯୁବତୀ ଏହି ଠକାମୀର ଶୀକାର ହୋଇଥିବା ଏହି ୧୨ଜଣ ଯୁବକ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe