ଡାବୁଗାଁ  ହାଇସ୍କୁଲ:୨୫୭ଛାତ୍ରଛାତ୍ରୀଙ୍କୁ ୨ଶିକ୍ଷକ

ଡାବୁଗାଁ   ହାଇସ୍କୁଲ:୨୫୭ଛାତ୍ରଛାତ୍ରୀଙ୍କୁ ୨ଶିକ୍ଷକ

ଡାବୁଗାଁ: ଡାବୁଗାଁର ସର୍ବ ପୁରାତନ ସରକାରୀ ପଞ୍ଚାୟତ ନୂତନ ଉଚ୍ଚ ବିଦ୍ୟାଳୟରେ ଶିକ୍ଷକ ଅଭାବ ଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହୋଇଛି। ୧୯୭୦ମସିହାରେ ସ୍ଥାପିତ ଏହି ବିଦ୍ୟାଳୟରେ ଚଳିତ ବର୍ଷ ବମ ଓ ଦଶମ ଶ୍ରେଣୀରେ ୨୫୭ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ୨ଜଣ ଶିକ୍ଷୟିତ୍ରୀ ଓ ଜଣେ ଶିକ୍ଷକ ନିଯୁକ୍ତ ହୋଇଥିଲେ। ସ୍ଥାୟୀ ପ୍ରଧାନ ଶିକ୍ଷକ ପଦବି ଖାଲି ପଡିଥିବାରୁ ଶିକ୍ଷୟିତ୍ରୀ ମଞ୍ଜୁ ସାହୁକାର ଅତିରିକ୍ତ ଭାବେ ଏହି ଦାୟିତ୍ୱ ତୁଲାଉଛନ୍ତି। ଅନ୍ୟପଟେ ବସିବା ନିମନ୍ତେ ଚେୟାର ଟେବୁଲର ବ୍ୟବସ୍ଥା ନଥିବାରୁ ନବମ ଶ୍ରେଣୀର ଛାତ୍ରଛାତ୍ରୀ ଚଟାଣରେ ବସି ପଢୁଛନ୍ତି।

ଏହି ସ୍କୁଲରେ ଦୀର୍ଘ ବର୍ଷ ହେଲା ହିନ୍ଦୀ, ସଂସ୍କୃତ, ଓଡିଆ ଓ ଇଂରାଜୀ ଶିକ୍ଷକ ପଦବି ଖାଲି ପଡିଛି। ଏଥିଯୋଗୁଁ ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଗତ ଦିନରେ ଆବଶ୍ୟକୀୟ ଶିକ୍ଷକ ସହ ସ୍ଥାୟୀ ପ୍ରଧାନ ଶିକ୍ଷକ ନିଯୁକ୍ତି କରିବାକୁ ଗ୍ରାମବାସୀ ଅଭିଯୋଗ ଶୁଣାଣିରେ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଇଥିଲେ। ତେବେ ଶିକ୍ଷା ବିଭାଗ ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତ କରିବା ପରିବର୍ତେ ଏହି ସ୍କୁଲର ବିଜ୍ଞାନ ଶିକ୍ଷୟିତ୍ରୀ ମଧୁସ୍ମିତା ଗନ୍ତାୟତଙ୍କୁ ନବରଙ୍ଗପୁର ନିକଟସ୍ଥ ସିନ୍ଧିଗାଁକୁ ବଦଳି କରିବା ପରେ ଗ୍ରାମବାସୀ ଅସନ୍ତୋଷ ପ୍ରକାଶ କରିଛନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟରେ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ବ୍ୟସ୍ତ ରହୁଥିବାରୁ ୨ଟି ଶ୍ରେଣୀର ଛାତ୍ରଙ୍କୁ ଜଣେମାତ୍ର ଶିକ୍ଷକ ପାଠ ପଢାଉଛନ୍ତି। ଛାତ୍ରଛାତ୍ରୀଙ୍କ ପାଠପଢାରେ ବ୍ୟାଘାତ ସୃଷ୍ଟି ହେଉଥିବାରୁ ଅଭିଭାବକ ମାନେ ନିଜ ପିଲାଙ୍କ ଭବିଷ୍ୟତ ନେଇ ଚିନ୍ତାରେ ପଡିଛନ୍ତି। ଯଦି ଶୀଘ୍ର ଆବଶ୍ୟକୀୟ ଶିକ୍ଷକ ନିଯୁକ୍ତ ଓ ଅନ୍ୟ ସମସ୍ୟାର ସମାଧାନ କରାନଯାଏ ତେବେ ଆଗାମୀ ଦିନରେ ବିଦ୍ୟାଳୟରେ ତାଲା ଠୁଙ୍କାଯିବ ବୋଲି ଅଭିଭାବକ ମାନେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe