ମୁଣ୍ଡରେ ବନ୍ଧୁକ ରଖି ଡକାୟତି: ଲୁଟିନେଲେ ୮ ଲକ୍ଷର ସୁନା ଓ ଟଙ୍କା

ମୁଣ୍ଡରେ ବନ୍ଧୁକ ରଖି ଡକାୟତି: ଲୁଟିନେଲେ ୮ ଲକ୍ଷର ସୁନା ଓ ଟଙ୍କା

ନବରଙ୍ଗପୁର: ବନ୍ଧୁକ ମୂନରେ ଡକାୟତି ଅଭିଯୋଗ। ଲୁଟିନେଲେ ଲକ୍ଷାଧିକ ଟଙ୍କା ଏବଂ ସୁନା ଗହଣା। ନବରଙ୍ଗପୁର ଜିଲ୍ଲା ସଦର ଥାନା ଅନ୍ତର୍ଗତ ଡଙ୍ଗରଭେଜା ଗ୍ରାମର ବିଶିଷ୍ଟ ବ୍ୟବସାୟୀ ସୁନୀଲ ସାହୁଙ୍କ ପୈତୃକ ଘରେ ଭଡ଼ାରେ ରହୁଥିବା ଶିକ୍ଷୟତ୍ରୀଙ୍କ ଘରେ ପଶି ଡକାୟତି କରିଛନ୍ତି ମୁଖାପିନ୍ଧା ଡ଼କାୟତ।

ଅଭିଯୋଗ ଅନୁସାରେ ଗତକାଲି ମଧ୍ୟରାତିରେ ଆଠ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଘରେ ତାଲା ଭାଙ୍ଗି ପଶିଥିଲେ ଏବଂ ଘରେ ଉପସ୍ଥିତ ଥିବା ଶିକ୍ଷୟିତ୍ରୀ ଓ ତାଙ୍କ ସ୍ୱାମୀ ସହ ଛୋଟ ଛୁଆଙ୍କ ମୁଣ୍ଡରେ ବନ୍ଧୁକ ଦେଖାଇ ଧମକାଇବା ସହ ଯାହା ଅଛି ଦେବାକୁ କହିଥିଲେ। ଏହା ସହ ବ୍ୟବସାୟୀ ସୁନୀଲ ସାହୁଙ୍କ ରୁମ୍ ବିଷୟରେ ପଚାରି ସେଠି ମଧ୍ୟ ତନାଘନା କରିଥିଲେ। ଲୁଟ ହୋଇଥିବା ଟଙ୍କା ଓ ସୁନାଗହଣାର ଆନୁମାନିକ ମୂଲ୍ୟ ପ୍ରାୟ ୮ ଲକ୍ଷ ଟଙ୍କା ହେବ ବୋଲି ଜଣାପଡ଼ିଛି।

ଲୁଟ୍ କରିବାକୁ ଆସିଥିବା ଆଠ ଜଣ ଦୁର୍ବୃତ୍ତଙ୍କ ଭିତରୁ ଛଅ ଡକାୟତଙ୍କ ହାତରେ ବନ୍ଧୁକ ଥିବା ବେଳେ ଦୁଇ ଜଣଙ୍କ ହାତରେ ଖଣ୍ଡା ଥିବା କହିଛନ୍ତି ଶିକ୍ଷୟିତ୍ରୀଙ୍କ ସ୍ୱାମୀ। ଡକାୟତମାନେ ଘରେ ଥିବା ଛୋଟ ପିଲା ଏବଂ  ସ୍ୱାମୀ ସ୍ତ୍ରୀଙ୍କୁ ବନ୍ଧୁକ ଦେଖାଇ ଧମକ ଦେବା ସହ ଘରେ ଯାହା ଅଛି ଦେବାକୁ କହିଥିଲେ, ନଚେତ ସେମାନଙ୍କୁ ମାରିଦିଆଯିବ ବୋଲି କହିଥିଲେ। ତେବେ ଘରୁ ସମସ୍ତ ଟଙ୍କା ସୁନା ନେଇ ଡକାୟତମାନେ ଚାଲିଯାଇଥିବା ବେଳେ ଏନେଇ ଡଙ୍ଗରଭେଜା ଫାଣ୍ଡିରେ ଅଭିଯୋଗ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe