ଚାଷ ଜମି ନିକଟରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ସନ୍ଦେହ

Advertisment
ଯୁବତୀଙ୍କ ଝୁଲନ୍ତା ଶବ ଉଦ୍ଧାର

ଝରିଗାଁ: ନବରଙ୍ଗପୁର ଜିଲ୍ଲାର ଝରିଗାଁ ବ୍ଲକ ଅନ୍ତର୍ଗତ ବକଡ଼ାବେଡା ଗାଁରେ ଚାଷ ଜମି ନିକଟରୁ ଶନିବାର ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି। ସନ୍ୟାସୀ ଭତ୍ରାଙ୍କ ଦୁଇ ପୁଅ ଶୁକ୍ରବାର ମାଛ ଧରିବା ପାଇଁ ଯାଇଥିଲେ। ସାନ ପୁଅ ଘରୁକୁ ଫେରିଥିବା ବେଳେ ବଡ଼ ପୁଅ ଆଉ ଘରକୁ ଫେରି ନଥିଲେ। ଆଜି ସକାଳେ ପରିବାର ପକ୍ଷରୁ ବଡ଼ ପୁଆକୁ ଚଉରବେଡ଼ାସ୍ଥିତ ଚାଷ ଜମିରେ ମୃତ ଅବସ୍ଥାରେ ପଡ଼ିଥିବାର ଦେଖିଥିଲେ। ଏ ନେଇ ଉମରକୋଟ ଥାନାରେ ଲିଖିତ ଅଭିଯୋଗ ହୋଇଛି।

ପ୍ରାପ୍ତ ସୂଚନା ଅନୁସାରେ ଦୁର୍ଯ୍ୟୋଧନ ଭତ୍ରା(୨୬) ଓ ଦୁର୍ଲଭ ଭତ୍ରା (୨୧) ଦୁଇ ଭାଇ ମିଶି ମାଛ ଧରିବାକୁ ଶୁକ୍ରବାର ଅପରାହ୍ନରେ ଚାଷ ଜମିକୁ ଯାଇଥିଲେ। ସାନଭାଇ ଶୁକ୍ରବାର ସନ୍ଧ୍ୟା ୫ଟାରେ ଘରକୁ ଫେରିଥିବା ବେଳ ବଡ଼ ଭାଇ ଆଉ ଟିକିଏ ସମୟ ପରେ ଫେରିବି ବୋଲି କହିଥିଲେ। ବଡ଼ ପୁଅ ରାତି ସୁଦ୍ଧା ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇ ପଡ଼ିଥିଲେ ଓ ସକାଳ ହେବା ମାତ୍ରେ ସେମାନେ ଖୋଜିବାକୁ ଯାଇଥିଲେ।

ପରିବାର ଲୋକଙ୍କ ଅଭିଯୋଗ ଅନୁସାରେ ଦୁର୍ଯ୍ୟୋଧନର ଶରୀରରେ କ୍ଷତ ଚିହ୍ନ ରହିଛି। ତେଣୁ ତାଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ ହେଉଛି। ଅଭିଯୋଗ ପରେ ପୁଲିସ ଘଟଣାସ୍ଥଳକୁ ପହଞ୍ଚି ମୃତଦେହ ଉଦ୍ଧାର କରିଛି। ଘଟଣାର ତଦନ୍ତ ଚାଲିଛି ବୋଲି ଉମରକୋଟ ଏସ୍‌ଡିପିଓ ଗୋପୀନାଥ ମଣିପାତ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe