ଡାବୁଗାଁ ବସଷ୍ଟାଣ୍ଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

Advertisment
ଡାବୁଗାଁ ବସଷ୍ଟାଣ୍ଡରୁ ଯୁବକଙ୍କ ମୃତ ଦେହ ଉଦ୍ଧାର

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଘରୋଇ ବସଷ୍ଟାଣ୍ଡରୁ ଜଣେ ଯୁବକଙ୍କ ମୃତ ଦେହ ଉଦ୍ଧାର ହୋଇଛି। ମୃତ ଯୁବକ ଜଣକ କୃଷ୍ଣ ଭତରା(୪୦) ଏବଂ ତାଙ୍କ ଘର ପାପଡାହାଣ୍ଡିରେ ବୋଲି ଜଣାପଡିଛି। ସେ ଦୀର୍ଘଦିନ ହେଲା ଡାବୁଗାଁର ବିଭିନ୍ନ ଜଳଖିଆ ଦୋକାନରେ କାମ କରି ଦୋକାନ ବାରଣ୍ଡା ନଚେତ୍‌ ଅନ୍ୟ କାହା ଘର ବାରଣ୍ଡାରେ ରାତ୍ରି ଯାପନ କରୁଥିଲେ। ସୂଚନା ଅନୁଯାୟୀ, ଆଜି କୃଷ୍ଣ ଭତରା(ଅୟାଁ)ଙ୍କ ଶବ ଡାବୁଗାଁ ଘରୋଇ ବସଷ୍ଟାଣ୍ଡର ଏକ ବାରଣ୍ଡାରେ ଶବ ପଡିଥିବା ଦେଖିବାକୁ ମିଳିଥିଲା। ଖବର ପାଇ କୃଷ୍ଣଙ୍କ ସଂପର୍କୀୟ ରାମଚନ୍ଦ୍ର ଭତରା ଡାବୁଗାଁରେ ପହଞ୍ଚି ଏନେଇ ଥାନାରେ ଏତଲା ଦେଇଥିଲେ। ଅଭିଯୋଗ ପରେ ପୁଲିସ ଶବ ଜବତ କରି ବ୍ୟବଚ୍ଛେଦ କରାଇବା ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିବା ତଦନ୍ତକାରୀ ଅଧିକାରୀ ଗଣେଶ ପଟ୍ଟନାୟକ ସୂଚନା ଦେଇଛନ୍ତି। କୃଷ୍ଣ ଫିଟ୍‌ସ ରୋଗରେ ଆକ୍ରାନ୍ତ ଥିବା ନେଇ ଏତଲାରେ ଉଲ୍ଲେଖ ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe