କୋଷାଗୁମୁଡ଼ା/କୋଡ଼ିଙ୍ଗା: ଆଦିବାସୀ ଅଧ୍ୟୁଷିତ ନବରଙ୍ଗପୁରଜିଲ୍ଲା କୋଷାଗୁମୁଡ଼ା ବ୍ଲକ ଅନ୍ତର୍ଗତ କୋଡ଼ିଙ୍ଗା ଠାରେ ରାଜ୍ୟ ସରକାରଙ୍କ ତରଫରୁ ଗତବର୍ଷ ଆରମ୍ଭ ହୋଇଥିବା ଡିଗ୍ରି କଲେଜ ୩ଟି କୋଠରୀରେ ପରିଚାଳିତ ହେଉଛି। ତିନିଟି ସମ୍ମାନ ବିଷୟକୁ ନେଇ ଆରମ୍ଭ ହୋଇଥିବା ଏହି ଡିଗ୍ରି କଲେଜରେ ଏବେ ଦୁଇଟି ଶ୍ରେଣୀର ୧୯୨ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଗୋଟିଏ ଶ୍ରେଣୀ ଗୃହରେ ପରଦା ପକାଇ ଦୁଇଟି ବିଭାଗର ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। ଏହି କଲେଜରେ ପିଲାଙ୍କ ପାଠ ପଢ଼ିବା ପାଇଁ ଆବଶ୍ୟକ ଭିତ୍ତିଭୂମି ନାହିଁ।
କୋଡ଼ିଙ୍ଗାରେ ଗତବର୍ଷ ଅଗଷ୍ଟରେ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଡିଗ୍ରି କଲେଜ ଆରମ୍ଭ କରାଯାଇଥିଲା। ରାଜ ଚାଉଁରିଆ ଉଚ୍ଚମାଧ୍ୟମିକ ବିଦ୍ୟାଳୟର ୩ଟି ଶ୍ରେଣୀ ଗୃହରେ ଇତିହାସ, ରାଜନୀତି ବିଜ୍ଞାନ ଓ ଶିକ୍ଷା ବିଭାଗକୁ ନେଇ ପାଠ୍ୟକ୍ରମ ଆରମ୍ଭ ହୋଇ ଥିଲା। କୋଷାଗୁମୁଡ଼ା ବ୍ଲକରେ ଉଚ୍ଚଶିକ୍ଷା ପାଇଁ ଦୂରଦୂରାନ୍ତକୁ ଯିବା ଶହ ବହୁ ଖର୍ଚ୍ଚାନ୍ତ ହେଉଥିବାରୁ ଅନେକ ଛାତ୍ରଛାତ୍ରୀମାନେ ଯୁକ୍ତ +୨ ପରେ ପାଠ ଛାଡୁଥିଲେ। ଅନେକ ପରିବାର ପୋଷଣ ପାଇଁ ବାହାର ରାଜ୍ୟକୁ ଦାଦନ ଖଟିବାକୁ ଚାଲିଯାଉଛନ୍ତି।
ଆହୁରି ପଢ଼ନ୍ତୁ: RJD ଟିକେଟରେ ନିର୍ବାଚନ ଲଢ଼ିବେ ଖେସାରୀ, ଜାଣନ୍ତୁ କେତେ କୋଟିର ମାଲିକ ଅଭିନେତା
ଏହି ଅଞ୍ଚଳରେ ଏଭଳି ସମସ୍ୟା ସ୍ୱାଧୀନତାର ଏତେ ବର୍ଷ ପରେ ମଧ୍ୟ ଲାଗିରହିଛି। ତେଣୁ ସରକାର ରାଜ୍ୟର ଯେଉଁ ବ୍ଲକରେ ଡିଗ୍ରି କଲେଜ ନାହିଁ ସେହି ବ୍ଲକରେ ଗୋଟିଏ ଡିଗ୍ରି କଲେଜ ଗତ ବର୍ଷ ଠାରୁ ଆରମ୍ଭ କରିଛନ୍ତି। ୩ଟି ଶ୍ରେଣୀଗୃହକୁ ନେଇ କୋଡ଼ିଙ୍ଗା ଠାରେ ଆରମ୍ଭ ହୋଇଥିବା କୋଷାଗୁମୁଡା ସରକାରୀ ଡିଗ୍ରୀ କଲେଜ(କଳା)କୁ ଦେଢ଼ ବର୍ଷ ବିତି ଗଲାଣି। ପ୍ରଥମ ବର୍ଷ ୯୬ ଜଣ ଓ ଦ୍ୱିତୀୟ ବର୍ଷ ୯୬ ଜଣ ଛାତ୍ରଛାତ୍ରୀ ଅଧୟନ କରୁଥିବାବେଳେ ସେହି ଅନୁପାତରେ ଭିତିଭୂମି ସୁଦୃଢ ହୋଇପାରିନାହିଁ। ଯାହାଦ୍ୱାରା ୧୯୨ ଜଣ ଛାତ୍ରଛାତ୍ରୀଙ୍କୁ ପଢାଇବା ପାଇଁ ଶ୍ରେଣୀ ଗୃହ ମଝିରେ ପରଦା ପକାଇ ଦୁଇଭାଗକରି ପାଠ ପଢ଼ାଯାଉଛି।
ଆହୁରି ପଢ଼ନ୍ତୁ: Cyber Crime: ସାଇବର ଅପରାଧ ରୋକିବାକୁ ସଚେତନତା ସବୁଠାରୁ ଶକ୍ତିଶାଳୀ ଅସ୍ତ୍ର: ମୁଖ୍ୟମନ୍ତ୍ରୀ
ଏନେଇ କଲେଜ ଅଧ୍ୟକ୍ଷ ରାଜୀବ ଜାଲଙ୍କୁ ପଚାରିବାରୁ ସେ କହିଛନ୍ତି, ପ୍ରଥମେ ଛୋଟ ଛୋଟ ୩ଟି ଶ୍ରେଣୀଗୃହକୁ ନେଇ ପ୍ରଥମ ବର୍ଷ ୯୬ ଜଣ ଛାତ୍ରଛାତ୍ରୀଙ୍କୁ ନେଇ ୩ଟି ବିଭାଗରେ ପାଠପଢା ଆରମ୍ଭ ହୋଇଥିଲା। ଦ୍ୱିତୀୟ ବର୍ଷ ୧୯୨ ଜଣ ପିଲାଙ୍କୁ ପଢ଼ାଇବା ପାଇଁ ୬ଟି ଶ୍ରେଣୀଗୃହ ଆବଶ୍ୟକ ହେଉଥିବାବେଳେ ଯୁକ୍ତ +୨ ବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଦ୍ୱାରା ଦିଆ ଯାଇ ଥିବା ୩ଟି ଶ୍ରେଣୀଗୃହରେ ୩ଟି ବିଭାଗର ପ୍ରଥମ ଓ ଦ୍ବିତୀୟ ବର୍ଷର ଛାତ୍ରଛାତ୍ରୀଙ୍କୁ ପାଠ ପଢାପାଇଁ ପ୍ରତି ଶ୍ରେଣୀଗୃହର ମଝିରେ ପରଦା ପକାଇ ଛାତ୍ରଛାତ୍ରୀଙ୍କୁ ଅଧ୍ୟୟନ କରୁଛନ୍ତି। ଏଭଳି କରାଯିବା ଦ୍ବାରା ଶିକ୍ଷାଦାନରେ ବ୍ୟାଘାତ ସୃଷ୍ଟି ହେଉଛି। ଏହି ଡିଗୀ କଲେଜର ଛାତ୍ରଛାତ୍ରୀଙ୍କ ପାଠ ପଢ଼ାରେ ଏବେଠାରୁ ଏତେ ଗୁଡିଏ ସମସ୍ୟା ଦେଇ ଗତି କରୁଥିବାବେଳେ ପରୀକ୍ଷା ସମୟରେ ଆଉ ଅଧିକ ସମସ୍ୟା ହେଉଛି। ଆସନ୍ତା ବର୍ଷକୁ ୯ଟି ଶ୍ରେଣୀଗୃହ ଆବଶ୍ୟକ ହେବ, ଯାହାକି ଆଗକୁ ସମସ୍ୟା ଅଧିକ ଜଟିଳ ହୋଇପଡ଼ିବ। ସମସ୍ୟା ବିଷୟରେ ପ୍ରଶାସନକୁ ଅବଗତ କରାଯାଇଛି।
ତେଣୁ ଜିଲ୍ଲା ପ୍ରଶାସନ କଲେଜ ପାର୍ଶ୍ୱରେ ବନ୍ଦ ପଡ଼ି ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ଡିଗ୍ରି କଲେଜକୁ ନିଜସ୍ଵ ଶ୍ରେଣୀ ଗୃହ ତିଆରି ନ ହେବା ପର୍ଯ୍ୟନ୍ତ ହସ୍ତାନ୍ତର କରିବା ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।
Nabarangpur | Education
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/01/01/2025-01-01t131417567z-img20250101113910.jpg)
/sambad/media/media_files/2025/10/18/kodinga-2025-10-18-17-38-02.jpg)