ପାଟନା: ଖେସାରୀ ଲାଲ୍ ଯାଦବ ବିହାର ବିଧାନସଭା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିସାରିଛନ୍ତି। ଏଥିପାଇଁ ସେ ନାମାଙ୍କନ ମଧ୍ୟ ଦାଖଲ କରିସାରିଛନ୍ତି। ଚଳଚ୍ଚିତ୍ର ପରେ, ଭୋଜପୁରୀ ସୁପରଷ୍ଟାର ଖେସାରି ଲାଲ ଯାଦବ ଏବେ ରାଜନୀତିରେ ନିଜ ଭାଗ୍ୟ ପରୀକ୍ଷା କରିବେ। ରାଷ୍ଟ୍ରିୟ ଜନତା ଦଳ (ଆରଜେଡି) ତାଙ୍କୁ ସରଣ ଜିଲ୍ଲାର ଛପରା ବିଧାନସଭା ଆସନରୁ ପ୍ରାର୍ଥୀ କରିଛି। ଏମଧ୍ୟରେ ସେ କେତେ କୋଟିର ମାଲିକ ତାହା ସାମ୍ନାକୁ ଆସିଛି।
ଆହୁରି ପଢ଼ନ୍ତୁ: ୨୦୨୭ରେ ODI ବିଶ୍ବକପ ଖେଳିବି; ସ୍ପଷ୍ଟ କଲେ ରୋହିତ ଶର୍ମା
ଆହୁରି ପଢ଼ନ୍ତୁ: ଯୁଦ୍ଧବିରତି ଆଲୋଚନା ପାଇଁ ସର୍ତ୍ତ ଲଖିଲେ ଜେଲେନସ୍କି
ନାମାଙ୍କନ ସମୟରେ ଦାଖଲ କରାଯାଇଥିବା ସତ୍ୟପାଠରେ ଖେସାରୀ ଲାଲ ଯାଦବ ତାଙ୍କର ମୋଟ ସମ୍ପତ୍ତି ୨୪.୮୧ କୋଟି ବୋଲି ଘୋଷଣା କରିଛନ୍ତି। ପ୍ରଥମେ ତାଙ୍କ ପତ୍ନୀ ଚନ୍ଦା ଯାଦବ ଏହି ଆସନରୁ ନିର୍ବାଚନ ଲଢ଼ିବେ ବୋଲି କୁହାଯାଉଥିଲା। କିନ୍ତୁ ଏବେ ଖେସାରୀ ନିଜେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତି।
କେତେ କୋଟିର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି ରହିଛି?
ସତ୍ୟପାଠ ଅନୁଯାୟୀ, ଖେସାରୀ ଲାଲଙ୍କ ପାଖରେ ୧୬.୮୯ କୋଟି ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୭.୯୧ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି। ତାଙ୍କ ପତ୍ନୀ ଚନ୍ଦା ଯାଦବଙ୍କ ପାଖରେ ୯୦.୦୨ ଲକ୍ଷ ମୂଲ୍ୟର ସ୍ଥାବର ସମ୍ପତ୍ତି ଏବଂ ୬.୪୯ କୋଟି ମୂଲ୍ୟର ଅସ୍ଥାବର ସମ୍ପତ୍ତି ଅଛି। ସେମାନଙ୍କର ମୋଟ ସମ୍ପତ୍ତିର ମୂଲ୍ୟ ୨୫ କୋଟି ଟଙ୍କାରୁ ଅଧିକ।
ଆହୁରି ପଢ଼ନ୍ତୁ: ୨୫,୦୦୦ କିଲୋଗ୍ରାମ ଗୋବର ନିଲାମ କରିବ ବିଏମସି
ଯଦି ବିଳାସପୂର୍ଣ୍ଣ ଗାଡ଼ି କଥା କୁହାଯିବ ତେବେ ଖେସାରୀ ଲାଲ ଯାଦବଙ୍କ ପାଖରେ ୩କୋଟି ମୂଲ୍ୟର ଏକ ବିଳାସପୂର୍ଣ୍ଣ କାର୍, ଅନେକ ବ୍ୟାଙ୍କ ଆକାଉଣ୍ଟ ଏବଂ ୩୫ଲକ୍ଷ ମୂଲ୍ୟର ସୁନା ଅଳଙ୍କାର ଅଛି। RJDରେ ଯୋଗଦେବାର ମାତ୍ର ଗୋଟିଏ ଦିନ ପରେ ତାଙ୍କୁ ଟିକେଟ୍ ଦିଆଯାଇଥିଲା। ଶୁକ୍ରବାର ନାମାଙ୍କନ ଦାଖଲ କରିବା ସମୟରେ ସେ କହିଥିଲେ, "ମୋର ହୃଦୟ ସବୁବେଳେ RJD ସହିତ ରହିଛି, ଏବଂ ଏବେ ମୁଁ ଲୋକଙ୍କ ସେବା କରିବା ପାଇଁ ରାଜନୀତିରେ ପ୍ରବେଶ କରିଛି।"
ଆହୁରି ପଢ଼ନ୍ତୁ: ତିରୁପତିରେ ଚିକିତ୍ସାଧୀନ ରୋଗୀଙ୍କୁ ଭେଟିଲେ ଓଡ଼ିଆ ବିଧାୟକ
khesari-lal-yadav | Bihar | Assembly election