ନୂଆଦିଲ୍ଲୀ: ଅଷ୍ଟ୍ରେଲିଆ ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମା ଜଣେ ବିଶେଷଜ୍ଞ ବ୍ୟାଟସମ୍ୟାନ ଭାବରେ ଖେଳିବାକୁ ଯାଉଛନ୍ତି। ରୋହିତଙ୍କ ସ୍ଥାନରେ ଶୁଭମନ ଗିଲଙ୍କୁ ଦିନିକଆ ଦଳର ଅଧିନାୟକ କରାଯାଇଛି। ରୋହିତଙ୍କ ବ୍ୟତୀତ ବିରାଟ କୋହଲି ମଧ୍ୟ ଦିନିକଆ ସିରିଜର ଅଂଶ ଅଛନ୍ତି। ରୋହିତ ଏବଂ କୋହଲିଙ୍କ ଦିନିକଆ କ୍ୟାରିୟରକୁ ନେଇ ଅନେକ ଆଲୋଚନା ହେଉଛି। ଏହି ଉଭୟ ଷ୍ଟାର ପୂର୍ବରୁ ଟି-୨୦ ଅନ୍ତର୍ଜାତୀୟ ଏବଂ ଟେଷ୍ଟ କ୍ରିକେଟକୁ ଅଲବିଦା କହିସାରିଛନ୍ତି। ଆଗକୁ ଦିନିକିଆ କ୍ରିକେଟରେ ତାଙ୍କର ଭବିଷ୍ୟତ ଯୋଜନା କ’ଣ ତାହା ଜାଣିବାକୁ ଏବେ ଦୁହିଁଙ୍କ ପ୍ରଶଂସକ ଅନାଇ ବସିଛନ୍ତି।

Advertisment

ଆହୁରି ପଢ଼ନ୍ତୁ: ଟ୍ରମ୍ପଙ୍କ ଶୁଳ୍କ ଯୁଦ୍ଧ ସହ ଜିଏସଟି ସଂସ୍କାରର କୌଣସି ସଂପର୍କ ନାହିଁ : ସୀତାରମଣ

୨୦୨୭ରେ ODI ବିଶ୍ବକପ ଖେଳିବେ ରୋହିତ ଶର୍ମା

ଏବେ ରୋହିତ ଶର୍ମା ୫୦ ଓଭର ଫର୍ମାଟରେ ତାଙ୍କ ଭବିଷ୍ୟତ ଯୋଜନାକୁ ନେଇ ଚାଲିଥିବା କଳ୍ପନାଜଳ୍ପନାର ଅନ୍ତ ଘଟାଇଛନ୍ତି। ରୋହିତ କହିଛନ୍ତି ଯେ, ସେ ୨୦୨୭ରେ ହେବାକୁ ଥିବା ODI ବିଶ୍ୱକପ୍ ଖେଳିବାକୁ ଚାହାଁନ୍ତି। 'ମେକ୍-ଏ-ୱିଶ୍ ଫାଉଣ୍ଡେସନ୍‌'ର ପିଲାମାନଙ୍କ ସହ କଥାବାର୍ତ୍ତା କରିବା ସମୟରେ ରୋହିତ ପ୍ରତିଶ୍ରୁତି ଦେଇଥିଲେ ଯେ, ସେ ୨୦୨୭ରେ ହେବାକୁ ଥିବା ଦିନିକିଆ ବିଶ୍ୱକପ୍ ଖେଳିବେ। ଏହା ସହିତ ସେ କଠିନ ପରିଶ୍ରମ କରି ଭାରତକୁ ଟ୍ରଫି ଆଣିବେ ବୋଲି ମଧ୍ୟ ପ୍ରତିଶ୍ରୁତି ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ‘ବାତ୍ୟା ନେଇ ସତର୍କ ସୂଚନା ଜାରି କରାଯାଇ ନାହିଁ’

ଭିଡିଓରେ, ଜଣେ ଯୁବ ପ୍ରଶଂସକ ରୋହିତ ଶର୍ମାଙ୍କୁ ପଚାରୁଛନ୍ତି ଯେ, ସେ ଆଗାମୀ ବିଶ୍ୱକପ୍ ପର୍ଯ୍ୟନ୍ତ ଖେଳିବେ କି ନାହିଁ। ରୋହିତ ହସି ହସି କହୁଛନ୍ତି ଯେ, ସେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଏବଂ ଟ୍ରଫି ଜିତିବା ପାଇଁ ପଡ଼ିଆକୁ ଓହ୍ଲାଇବେ। ଭିଡିଓଟି ସେପ୍ଟେମ୍ବର ମାସର ବୋଲି କୁହାଯାଉଛି। ତେବେ ରୋହିତ ଶର୍ମାଙ୍କ ଅଧିନାୟକତ୍ୱରେ, ଭାରତୀୟ ଦଳ ୨୦୨୩ରେ ODI ବିଶ୍ୱକପ୍ ଫାଇନାଲରେ ଅଷ୍ଟ୍ରେଲିଆଠାରୁ ପରାସ୍ତ ହୋଇଥିଲା। ହେଲେ ପରେ ରୋହିତ ୨୦୨୪ରେ ଟି-୨୦ ବିଶ୍ୱକପ୍ ଏବଂ ୨୦୨୫ରେ ଚାମ୍ପିଅନ୍ସ ଟ୍ରଫିରେ ଭାରତକୁ ବିଜୟୀ କରାଇ ସେହି ପରାଜୟର ଯନ୍ତ୍ରଣାକୁ କମ କରିଥିଲେ।

ଆହୁରି ପଢ଼ନ୍ତୁ: ପୁଣି ଡରାଇଲା ଅକ୍ଟୋବର: ୧୯୯୯ ପରି ଓଡ଼ିଶାକୁ ମାଡ଼ି ଆସୁଛି ୨ଟି ବାତ୍ୟା ! ୨୬ ବର୍ଷ ପରେ କଳା ଇତିହାସର ହେବ କି ପୁନରାବୃତ୍ତି ?

world-cup