ନବରଙ୍ଗପୁର: ନବରଙ୍ଗପୁର ବ୍ଲକ ବଡକୁମୁଲି ପଞ୍ଚାୟତ ଅନ୍ତର୍ଗତ ଧରଣାବେଡା ଗାଁର ୧ନଂ ଓ୍ଵାର୍ଡରେ ଗତ ୧୦ଦିନ ହେଲା ବିଦ୍ୟୁତ ନଥିବା ଅଭିଯୋଗ ହୋଇଛି। ଗାଁର ବିପିଏଲ ହିତାଧିକାରୀ ବିଦ୍ୟୁତ କଟା ଯାଇଥିବା କଥା କୁହାଯାଉଛି। କିନ୍ତୁ ଏଥିପାଇଁ ଗାଁର ୫ଜଣ ସାଧାରଣ ବର୍ଗର ପରିବାର ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଗାଁର ବିଦ୍ୟୁତ ଉପଭୋକ୍ତା ଅଭିରାମ ସାମନ୍ତ, ନଦିଆ ସାମନ୍ତ, ବୃନ୍ଦାବନ ସାମନ୍ତ, ବାଳକୃଷ୍ଣ ପାତ୍ର ପ୍ରମୁଖ କୌଣସି ବକେୟା ନଥିବା ବେଳେ ବର୍ତମାନ ବିଦ୍ୟୁତ କାଟ ଯୋଗୁଁ ପ୍ରଭାବିତ ହୋଇଛନ୍ତି। ଏହି ପରିବାର ଅଭିଯୋଗ କରିଛନ୍ତି ଯେ ଯଦି ବିପିଏଲ୍ ବିଦ୍ୟୁତ ଉପଭୋକ୍ତା ମାନେ ଯଦି ବିଦ୍ୟୁତ ବିଲ୍ ପୈଠ କରିନାହାନ୍ତି ତେବେ ସେମାନଙ୍କ ବିଦ୍ୟୁତ ବିଚ୍ଛିନ୍ନ କରାଯାଉ। ଆଗକୁ ୧୦ମ ବୋର୍ଡ ପରୀକ୍ଷା ଅଛି। କେବଳ ଦଶମ ବୋର୍ଡ ନୁହେଁ ସମସ୍ତ ଶ୍ରେଣୀର ପରୀକ୍ଷା ମୁଣ୍ଡ ଉପରେ ରହିଥିବାରୁ ପିଲାଙ୍କ ପାଠ ପଢ଼ାରେ ବ୍ୟାଘତ ହେଉଛି। ପୁଣି ଏବେ ଖରା ଗରମ ବୃଦ୍ଧି ପାଉଥିବାରୁ ଉକ୍ତ ପରିବାର ନାନା ଅସୁବିଧା ଭୋଗୁଛନ୍ତି। ଏଣୁ ୧ନଂ ପୂରା ଓ୍ଵାର୍ଡର ବିଦ୍ୟୁତ ବିଚ୍ଛିନ୍ନ କରାନଯାଇ ଯେଉଁ ପରିବାର ନିୟମିତ ବିଲ ପୈଠ କରୁଛନ୍ତି ସେମାନଙ୍କ ବିଦ୍ୟୁତ ସଂଯୋଗ ଦିଆଯାଉ ବୋଲି ଦାବି କରିଛନ୍ତି।
ଧାରଣାବେଡାରେ ୧୦ଦିନ ହେଲା ବିଦ୍ୟୁତ ନାହିଁ
Advertisment
Follow Us