ଜାପାନ ଦୂତାବାସରେ କେବିକେ ଅଞ୍ଚଳ ରୂପାନ୍ତର କାର୍ଯ୍ୟ ଉପରେ ଆଲୋଚନା

ନୂଆଦିଲ୍ଲୀର ଜାପାନ ଦୂତାବାସରେ ’ପାଞ୍ଚ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟ ରଖିଥିବା ଭାରତରେ ଦାରିଦ୍ର୍ୟର ସ୍ଥିତି ଓ ଦୁରୀକରଣ’ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି।

ngp-japnese

ନବରଙ୍ଗପୁର: ନୂଆଦିଲ୍ଲୀର ଜାପାନ ଦୂତାବାସରେ ’ପାଞ୍ଚ ଟ୍ରିଲିୟନ ଅର୍ଥ ବ୍ୟବସ୍ଥାର ଲକ୍ଷ୍ୟ ରଖିଥିବା ଭାରତରେ ଦାରିଦ୍ର୍ୟର ସ୍ଥିତି ଓ ଦୁରୀକରଣ’ ବିଷୟରେ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏହି ବୈଠକରେ ଭାରତ ଓ ଜାପାନରେ ଅବସ୍ଥିତ ବିଭିନ୍ନ ଜାପାନୀ ନିଗମର ୨୫୦ରୁ ଅଧିକ ପ୍ରତିନିଧି ଯୋଗ ଦେଇଥିଲେ। ଏହି ଅବସରରେ ଇଟିପିଏ ଫାଉଣ୍ଡେସନ୍ ଫର୍ ସୋସିଆଲ ଡେଭଲପମେଣ୍ଟର ପ୍ରତିଷ୍ଠାତା ତଥା ନିର୍ଦ୍ଦେଶକ ସଞ୍ଜୟ ପଣ୍ଡା ନିଜ ଆକର୍ଷଣୀୟ ଉପସ୍ଥାପନା ମାଧ୍ୟମରେ ଦକ୍ଷିଣ ଓଡ଼ିଶାର ଆଦିବାସୀ ଅଧ୍ୟୁଷିତ କେବିକେ ଅଞ୍ଚଳରେ ଚାଲିଥିବା ରୂପାନ୍ତର କାର୍ଯ୍ୟ ଉପରେ ଆଲୋକପାତ କରିଥିଲେ।

ସାମାଜିକ ସମାନତାକୁ ଗୁରୁତ୍ଵ ଦେଇ  ଇଟିପିଏ ଫାଉଣ୍ଡେସନ୍ ସମାଜର ଗରିବ ଶ୍ରେଣୀର ଲୋକଙ୍କୁ ସଶକ୍ତ କରିବାର ଲକ୍ଷ୍ୟ ସଞ୍ଜୟ ରଖିଥିବା କହିଛନ୍ତି। ନବରଙ୍ଗପୁର ଜିଲ୍ଲାର ଆକାଂକ୍ଷା ବ୍ଲକ ତେନ୍ତୁଳିଖୁଣ୍ଟି ବ୍ଲକର କ୍ଷେତ୍ର ପରିଦର୍ଶନରୁ ସଂଗୃହୀତ ଅନୁଭୂତି ଓ ଫାଉଣ୍ଡେସନ୍ର ପ୍ରୟାସ ତଥା ସ୍ଥାନୀୟ ହିତାଧିକାରୀଙ୍କ ସହଭାଗିତା ସମ୍ପର୍କରେ ଶ୍ରୀ ପଣ୍ଡା ଙ୍କ ପ୍ରଭାବଶାଳୀ ବକ୍ତବ୍ୟ ସମସ୍ତଙ୍କୁ ପ୍ରଭାବିତ କରିଥିଲା। ଏହି ଅବସରରେ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ନବରଙ୍ଗପୁରରେ ଜନ୍ମଗ୍ରହଣ କରିଥିବା ଶ୍ରୀ ପଣ୍ଡା ନବରଙ୍ଗପୁରରୁ ଆନ୍ତର୍ଜାତୀୟ କରିଡର୍ ପର୍ଯ୍ୟନ୍ତ ନିଜ ଯାତ୍ରା ସମ୍ପର୍କରେ ଏକ  ପ୍ରେରଣାଦାୟୀ ବକ୍ତବ୍ୟ ପ୍ରଦାନ କରିଥିଲେ। ସ୍ବର୍ଗତ ନବକିଶୋର ପଣ୍ଡାଙ୍କ ପୁଅ ତଥା ଅଭିନେତା ଶ୍ରୀରାମ ପଣ୍ଡାଙ୍କ ପୁତରା ସଂଜୟ ପଣ୍ଡା ଓଡ଼ିଶାର ନବରଙ୍ଗପୁରରୁ ଅନ୍ୟ ସ୍ଥାନରେ ଶିକ୍ଷା ସମାପ୍ତି ପରେ ଦିଲ୍ଲୀ ବିଶ୍ୱବିଦ୍ୟାଳୟରୁ ଜାପାନୀ ଭାଷାରେ ଶିକ୍ଷାଲାଭ କରିଥିଲେ।

ଜାପାନ ସରକାରଙ୍କ ଠାରୁ ଛାତ୍ରବୃତ୍ତି ଲାଭ କରି ଟୋକିଓସ୍ଥିତ ଗାକୁଗେଇ ବିଶ୍ଵବିଦ୍ୟାଳୟରେ ଅଧ୍ୟୟନ କରିବାର ସୁଯୋଗ ପାଇଥିଲେ। ତତ୍ ପରେ ବ୍ୟାଙ୍କ୍ ଅଫ୍ ଟୋକିଓ ମିତଶୁବିସିରୁ  ନିଜ ବୃତ୍ତିଗତ ଜୀବନ ଆରମ୍ଭ କରି ଟାଟା କନସଲଟାନ୍ସି ସର୍ଭିସେସ ଭଳି ବିଭିନ୍ନ କମ୍ପାନିରେ କାର୍ଯ୍ୟ କରି ଉଚ୍ଚ ପ୍ରଶଂସିତ ହୋଇଛନ୍ତି। ସାମାଜିକ ଉନ୍ନତି ପାଇଁ ଅହରହ କାର୍ଯ୍ୟ କରି ଆସୁଥିବା ଫାଉଣ୍ଡେସନ୍ ମାଧ୍ୟମରେ କେବିକେ ଜିଲ୍ଲାର ବିକାଶ ଶ୍ରୀ ପଣ୍ଡାଙ୍କ ମହତ୍ତ୍ବପୂର୍ଣ୍ଣ ଲକ୍ଷ୍ୟ ବୋଲି କହିଥିଲେ।  

ଜାତୀୟସ୍ତରରେ ଦେଶର ସାମଗ୍ରୀକ ବିକାଶକୁ ନେଇ ଦାରିଦ୍ର୍ୟ ଦୂରୀକରଣ ନିମନ୍ତେ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି ପରିପ୍ରେକ୍ଷୀରେ ଫାଉଣ୍ଡେସନ୍ ଦ୍ଵାରା କେବିକେ  ଅଞ୍ଚଳରେ ସି ଏସ୍ ଆର୍ ପାଣ୍ଠି ବିନିଯୋଗ କରି ଶୈକ୍ଷିକ ଓ  ଅର୍ଥନୈତିକ ପ୍ରଗତି  ଓ  ସାମାଜିକ ବିକାଶ କରିବାକୁ ଶ୍ରୀଯୁକ୍ତ ପଣ୍ଡା ଗୁରୁତ୍ୱ ଆରୋପ କରିଛନ୍ତି। ଫାଉଣ୍ଦେସନକୁ ସ୍ଥାୟୀ ବିକାଶରେ ସମର୍ପିତ ଏହି ବିଶ୍ୱସ୍ତରୀୟ ବୈଠକରେ ସୁଯୋଗ ପ୍ରଦାନ କରିଥିବାରୁ ଫାଉଣ୍ଡେସନ୍ର ନିର୍ଦ୍ଦେଶକ ସଞ୍ଜୟ  ପଣ୍ଡା  ‘ଜାପାନ ଚାମ୍ବର ଅଫ୍ କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି ଇନ୍ ଇଣ୍ଡିଆ’ କୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe