ସର୍ବଧର୍ମ ସମନ୍ବୟରେ ଜିଲ୍ଲା ପୁଲିସ ଦୁର୍ଗାପୂଜା: ବେଲବରଣ କଲେ ଏସ୍‌ପି

ଜିଲ୍ଲା ଗଠନ ହେବା ପରେ ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ପଡ଼ିଆ ପାର୍ଶ୍ବ ସ୍ଥାୟୀ ଦୁର୍ଗା ପୂଜା ମଣ୍ଡପରେ ଆଜି ରାତି ଠାରୁ ମାଁ’ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜା ଆରମ୍ଭ ହୋଇଛି।

ngp-police durga puja (2)

ନବରଙ୍ଗପୁର: ନୂଆ ଜିଲ୍ଲା ଗଠନ ହେବା ପରେ ନବରଙ୍ଗପୁର ଜିଲ୍ଲା ପୁଲିସ ପକ୍ଷରୁ ସ୍ଥାନୀୟ ପୁଲିସ ପଡ଼ିଆ ପାର୍ଶ୍ବ ସ୍ଥାୟୀ ଦୁର୍ଗା ପୂଜା ମଣ୍ଡପରେ ଆଜି ରାତି ଠାରୁ ମାଁ’ଦୁର୍ଗାଙ୍କ ମୃଣ୍ମୟ ମୂର୍ତ୍ତି ସ୍ଥାପନ କରି ପୂଜା ଆରମ୍ଭ ହୋଇଛି। ଆଜି ସକାଳୁ ଜିଲ୍ଲା ପୁଲିସର ମୁଖ୍ୟ ତଥା ଏସପି ମାଡକର ସନ୍ଦୀପ ସମ୍ପତ ସପରିବାର ନିଜ ପତ୍ନୀ ଓ ଝିଅ ସହ ବେଲବରଣ ପୂଜା କରିଥିଲେ।

ସ୍ଥାନୀୟ ଆଦର୍ଶ ଟାଉନଥାନାରୁ ବାଜାବାଜଣା ସହ ଏସପି ମାଡକର ସନ୍ଦୀପ ସମ୍ପତ, ଏଏସପି ଆଦିତ୍ୟ ସେନ, ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ଥାନା ଅଧିକାରୀ ସମ୍ବିତ କୁମାର ବେହେରା, ଆରଆଇ ଅଜୟ ଏକ୍କା, ପୁଲିସ କନେଷ୍ଟବଲ ଜିଲ୍ଲାସଂଘର ସଭାପତି ଅରୁଣ ସୁନା, ଉପସଭାପତି ସ‌ନ୍ତୋଷ ପରିଚ୍ଛା, ସାଧାରଣ ସମ୍ପାଦକ ମହମ୍ମଦ ରାଇସ, କୋଷାଧ୍ୟକ୍ଷ ସନ୍ତୋଷ ସୌରାଙ୍କ ସହ ଅନ୍ୟ କର୍ମଚାରୀମାନେ ଭାଗ ନେଇ ଜିଲ୍ଲା ଟ୍ରେଜରୀ କାର୍ଯ୍ୟାଳୟ ଯାଏଁ ଯାଇଥିଲେ। ସେଠ‌ାରେ କର୍ତ୍ତା ଏସପିଙ୍କ ସପରିବାର ବେଲଗଛକୁପୂଜା ଅର୍ଚ୍ଚନା କରି ପୁଣି ମଣ୍ଡପକୁ ଆସି ପୂଜା ଆରମ୍ଭ କରିଥିଲେ।

ଆଜି ସକାଳୁ ଜିଲ୍ଲା ପୁଲିସର ମୁଖ୍ୟ ତଥା ଏସପି ମାଡକର ସନ୍ଦୀପ ସମ୍ପତ ସପରିବାର ନିଜ ପତ୍ନୀ ଓ ଝିଅ ସହ ବେଲବରଣ ପୂଜା କରିଥିଲେ।

ଆସନ୍ତା ୨ତାରିଖ ବିଜୟାଦଶମୀ ଯାଏଁ ମାଆ ମଣ୍ଡପରେ ରହିବେ। ୩ତାରିଖ ଦିନ ମାଆଙ୍କ ଭସାଣୀ ଉତ୍ସବ ଅନୁଷ୍ଠିତ ହେବ ବୋଲି ପୁଲିସ ସଂଘ ସଭାପତି ଶ୍ରୀ ସୁନା ସୂଚନା ଦେଇଛନ୍ତି। ଦୀର୍ଘ ୩୩ବର୍ଷ ଧରି ସର୍ବଧର୍ମର ପୁଲିସ କର୍ମଚାରୀ ମାନେ ଭାଇଚାରା ବଜାୟ ରଖି ପୂଜା ଅତ୍ୟନ୍ତ ଆଡମ୍ବର ସହକାରରେ ପାଳନ କରି ଆସୁଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe