ମେଢ଼ ନିକଟରେ ଭିଡ଼, ରଂଗୀନ ଆଲୋକରେ ଝଲସି ଉଠିଲା ନବରଙ୍ଗପୁର

ମୂଳାଷ୍ଠମୀ ଠାରୁ ନବରଙ୍ଗପୁର ସହରର ଦଶହରା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ସପ୍ତମୀ ଠାରୁ ସାର୍ବଜନୀନ ଦୁର୍ଗା ପୂଜା ନବରଙ୍ଗପୁର ସହରରେ ଆରମ୍ଭ ହୋଇଛି। ସହରରେ ଚଳଚଂଚଳ ଦେଖିବାକୁ ମିଳିଛି।

ngp-durgapuja-gouda stree chawk puja-2

ନବରଙ୍ଗପୁର: ମୂଳାଷ୍ଠମୀ ଠାରୁ ନବରଙ୍ଗପୁର ସହରର ଦଶହରା ମହୋତ୍ସବ ଆରମ୍ଭ ହୋଇଥିବା ବେଳେ ସପ୍ତମୀ ଠାରୁ ସାର୍ବଜନୀନ ଦୁର୍ଗା ପୂଜା ନବରଙ୍ଗପୁର ସହରରେ ଆରମ୍ଭ ହୋଇଛି। ସହରରେ ଚଳଚଂଚଳ ଦେଖିବାକୁ ମିଳିଛି।

ngp-durgapuja-badamstreet puja

ଚାମୁରିଆଗୁଡ଼ା ଛକରେ ଟାଟାପାୱାର ପକ୍ଷରୁ କାର୍ଯ୍ୟାଳୟ ପାର୍ଶ୍ବରେ ପୂଜା କରାଯାଉଛି। ବାଦାମସାହି, ସୌରାସାହି, ଗୌଡସାହିଛକ, ଜିଲ୍ଲାପୁଲିସ, ଘରୋଇ ବସ ମାଲିକ ସଂଘ ଓ କାଠ କରଫରେସନ୍ ପକ୍ଷରୁ ଗତକାଲି ଠାରୁ ମା’ଦୁର୍ଗାଙ୍କ ପ୍ରତିମୂର୍ତ୍ତିକୁ ସାର୍ବଜନୀନ ଦର୍ଶନ ପାଇଁ ମଣ୍ଡପରେ ଖୋଲା ରଖାଯାଇଛି। 

ngp-durgapuja-goudastreet chawk-light decoration

ସେଭଳି ସହରରେ ମାଁଭଣ୍ଡାରଘରଣୀ, ମାଁବୁଢ଼ି ଠାକୁରାଣୀ ପୀଠରେ  ନବରାତ୍ର ପୂଜାଉତ୍ସବ ଅନୁଷ୍ଠିତ ହେଉଛି। ମାଁ ଭଣ୍ଡାରଘରଣୀ ମନ୍ଦିରରେ ଏଥରକ ଶତାଧିକ ଯୁବକ ଓ ଯୁବତୀ ନବରାତ୍ର ଉତ୍ସବ ପାଳନ କରୁଥିବା ଦେଖିବାକୁ ମିଳିଛି। ଧୀରେଧୀରେ ଦଶହରା ଉତ୍ସବ ମାହୋଲ ଦେଖାଦେଇଛି। ସହର ରଂଗୀନ ଆଲେକସଜ୍ଜାରେ ସୁସଜ୍ଜିତ ହୋଇଛି।

ସହରରେ ଥିବା ବିଭିନ୍ନ ମଲ୍ ସହ ଓ ବିଭିନ୍ନ ଲୁଗା କଂପାନି ଗୁଡିକ ବିଭିନ୍ନ ଅଫର ଦେଇଥିବାରୁ ଖାସ୍ କରି ମଲ ଗୁଡିକରେ ବିଶେଷ ଭିଡ଼ ଦେଖିବାକୁ ମିଳିଛି। ଯଦିଓ ସହରର ବିଭିନ୍ନ ଲୁଗା ଦୋକାନ ନିକଟରେ ଭିଡ଼ ହେଉଥିଲେ ହେଁ ସେ ଅନୁପାତରେ ନଥିବା ଦେଖିବାକୁ ମିଳିଛି। ବଜାରରେ ଯାନବାହନ ପୂଜା ଓ ସାଜସଜ୍ଜା ସାମଗ୍ରୀ ବିକ୍ରg ବି ଜୋର ଧରିବାରେ ଲାଗିଛି।

ସହରରେ ଥିବା ବିଭିନ୍ନ ହୋଟେଲ ଗୁଡିକ ବି ଗହଳିକୁ ଦୃଷ୍ଟିରେ ରଖି ସ୍ବତନ୍ତ୍ର ଖାଦ୍ୟ ପ୍ରସ୍ତୁତି କରି ଏଥିରେ ରିହାତି ବି ଘୋଷଣା କରିଛନ୍ତି। ଦଶହରାକୁ ଦୃଷ୍ଟିରେ ରଖି ଦୁଇଓଚାରିଚକିଆର କିଛି ନୂଆ ମୋଡେଲ ଗାଡ଼ି ବି ନବରଙ୍ଗପୁର ବଜାରରେ ପ୍ରବେଶ ହୋଇ ସାରିଥିବାରୁ ଏସବୁର ବିକ୍ରୀ ବି ଜୋର ଧରିଛି।

ngp-durgapuja-ghoribus malik sangh

ngp-durgapuja-district police

ଯାନବାହନ ପରି ବୈଦ୍ୟୁତିକ ସାମଗ୍ରୀର ବିକ୍ରି ବି ଗତ ୨ବର୍ଷ ତୁଳନାରେ ଆଶାତୀତ ଭାବେ ବୃଦ୍ଧି ପାଇଥିବା ସୂଚନା ମିଳିଛି। ସେହିପରି ସ୍ଥାନ୍ତୀୟ ଡଲଫିନ୍ ରିସୋର୍ଟରେ ୫ଦିନିଆ ଦାଣ୍ଡିଆ ନୃତ୍ୟ ପରିବେଷଣ ଆରମ୍ଭ ହୋଇଛି।

ngp-durgapuja-rcd highschool ground-1

ସେହିପରି ଆଜି ସଂଧ୍ୟାରେ ଆରସିଡି ସ୍କୁଲ ପଡିଆରେ ବଜରଙ୍ଗଦଳ ପକ୍ଷରୁ ଦାଣ୍ଡିଆ ନୃତ୍ୟ ପରିବେଷଣ ହେଉଛି। ବଜାରରେ ଫଳ ଦର ଅହେତୁକ ବୃଦ୍ଧି ପାଇଥିବା ବେଳେ ଅଚାନକ ଭାବେ ନଡିଆ ଦର ୫୦ଟଙ୍କାକୁ ବୃଦ୍ଧି ପାଇଛି।

Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe