ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ, ଚିନ୍ତାରେ ଚାଷୀ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷଜମିରେ ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଏହା ଦ୍ଵାରା ମୁଣ୍ଡ ଖାଲ ତୁଣ୍ଡରେ ମାରି ଧାନ ଅମଳ କୁ ଅପେକ୍ଷା କରିଥିବା ଚାଷୀ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି।

crop

ଡାବୁଗାଁ: ନବରଙ୍ଗପୁର ଜିଲ୍ଲା ଡାବୁଗାଁ ବ୍ଲକର ବିଭିନ୍ନ ପଞ୍ଚାୟତରେ ଚାଷଜମିରେ ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଛି। ଏହା ଦ୍ଵାରା ମୁଣ୍ଡ ଖାଲ ତୁଣ୍ଡରେ ମାରି ଧାନ ଅମଳ କୁ ଅପେକ୍ଷା କରିଥିବା ଚାଷୀ ବର୍ତ୍ତମାନ ଚିନ୍ତାରେ ପଡ଼ିଛନ୍ତି।

ସୂଚନା ଅନୁଯାଇ ଡାବୁଗାଁ ବ୍ଲକ ର ଜୁନା ପାଣି, ବୋରିଗାଁ, ଡାବୁଗାଁ ଓ ଚଚରାଗୁଡ଼ା ପଞ୍ଚାୟତର ବିଭିନ୍ନ ଧାନ ଚାଷଜମିରେ କିଛି ଦିନ ହେଲା ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ କରୁଛନ୍ତି। ମାଟିଆ ଗୁଣ୍ଡି ପୋକ ଧାନ ଗଛ ମୂଳରୁ ରସ ଶୋଷିନେବା ସହ ହଳଦିଆ ଦେଖାଯାଇ ପୋଡ଼ି ଯାଇଛି। ଆକ୍ରାନ୍ତ ଧାନ ଗଛରେ କେଣ୍ଡାରେ ଥିବା ଧାନ ଅଗାଡ଼ି ହୋଇ ଗଛ ସବୁ ଶୁଖି ଯାଉଛି।

ଗତ କିଛି ସପ୍ତାହ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ମାଟିଆ ଗୁଣ୍ଡି ପୋକ ଅହେତୁକ ପରିମାଣରେ ବୃଦ୍ଧି ପାଇଛି। ଡାବୁଗାଁ ଅଞ୍ଚଳର ଜିତୁ ବିଶୋଇ, ପଦଲାମ ଜାନି ଓ ସୁଦର୍ଶନ ରେଲିଙ୍କ ଧାନ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗି ଧାନ ଫସଲ ନଷ୍ଟ ହୋଇଥିବା ସୂଚନା ମିଳିଛି। ବିଶେଷ କରି ଡାବୁଗାଁ ବ୍ଲକ ର ଜୁନାପାଣି, ବୋରିଗାଁ, ଡାବୁଗାଁ ଓ ଚଚରାଗୁଡ଼ା ପଞ୍ଚାୟତର ବହୁ ସଂଖ୍ୟାରେ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗିଥିବା ବେଳେ ଅନ୍ୟ ପଞ୍ଚାୟତ ରେ ମଧ୍ୟ କିଛି ଚାଷୀଙ୍କ ଜମିରେ ମାଟିଆ ଗୁଣ୍ଡି ପୋକ ଲାଗିଥିବା ଜଣାପଡ଼ିଛି।

ବିଭିନ୍ନ ସରକାରୀ ଓ ବେସରକାରୀ ବ୍ୟାଙ୍କରୁ ଚାଷୀମାନେ ଧାନ ଚାଷ ପାଇଁ ଋଣ କରିଥିବା ବେଳେ ମାଟିଆ ଗୁଣ୍ଡି ପ୍ରଭାବରେ ଧାନ ଚାଷ ନଷ୍ଟ ହୋଇଥିବାରୁ ଋଣ କିଭଳି ପରିଶୋଧ କରିବେ ସେ ନେଇ ଚିନ୍ତାରେ ପଡ଼ିଛନ୍ତି। କୃଷି ବିଭାଗ ପକ୍ଷରୁ ଏହାର ତଦନ୍ତ କରାଯାଇ ଚାଷୀଙ୍କୁ ମାଟିଆ ଗୁଣ୍ଡି ପୋକ ଦାଉରୁ ରକ୍ଷା ପାଇବା ନେଇ ବିସ୍ତୃତ ସଚେତନ କରାଯିବାକୁ ଡାବୁଗାଁ କୃଷକ ମହାସଂଘ ସଭାପତି ସତ୍ୟ ରଞ୍ଜନ ପାତ୍ର ଓ ଉପସଭାପତି ରାଜେନ୍ଦ୍ର କୁମାର ମିଶ୍ର ଦାବୀ କରିଛନ୍ତି।

Farmers | Nabarangpur

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe