ନବରଙ୍ଗପୁର: ଗ୍ରୀଷ୍ମ ଆରମ୍ଭରୁ ଜଙ୍ଗଲରେ ନିଆଁ। ଅଗ୍ନିକାଣ୍ଡରେ ମୂଲ୍ୟବାନ ଗଛ ପୋଡ଼ି ପାଉଁଶ ହେବା ସାଙ୍ଗକୁ ବନ୍ୟପ୍ରାଣୀଙ୍କ ଜୀବନ ମଧ୍ୟ ଯାଉଛି। ନବରଙ୍ଗପୁର ଉମରକୋଟ ତହୋରା ପଞ୍ଚାୟତ ପଦମଝରୀ ଠାରୁ ଅର୍ଜୁନ ପାଣି ଯିବା ରାସ୍ତାକଡ଼ରେ ଥିବା ଜଙ୍ଗଲରେ ନିଆଁ ଲାଗିଥିବା ଦେଖିବାକୁ ମିଳିଛି। ଦୁଇ ଦିନ ହେଲା ଜଙ୍ଗଲ ଜଳୁଥିବା ବେଳେ ଅଗ୍ନିଶମ ବିଭାଗ ପାଖରେ ଖବର ନଥିବା ସ୍ଥାନୀୟ ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି। ସେପଟେ ଖୁବ୍ ଶୀଘ୍ର ଘଟଣାସ୍ଥଳକୁ ଟିମ୍ ପଠାଯାଇ ଅଗ୍ନିକାଣ୍ଡକୁ ନିୟନ୍ତ୍ରଣକୁ ଅଣାଯିବ ବୋଲି କହିଛନ୍ତି ସ୍ଥାନୀୟ ରେଞ୍ଜର।
ଉମରକୋଟ ଜଙ୍ଗଲରେ ନିଆଁ: ମୂଲ୍ୟବାନ ଗଛ ପୋଡ଼ି ପାଉଁଶ
Advertisment
Follow Us