ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ତନାଘନା : ଫରେଷ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼

Advertisment

ଲାଞ୍ଚ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ସବଡିଭିଜନର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ଲାଞ୍ଚ ନେଇ ନବରଙ୍ଗପୁର ଜିଲ୍ଲା ଉମରକୋଟ ସବଡିଭିଜନର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗର ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ

ବିଭିନ୍ନ ସ୍ଥାନରେ ଭିଜିଲାନ୍ସର ତନାଘନା : ଫରେଷ୍ଟରଙ୍କ ଆୟ ବହିର୍ଭୂତ ସମ୍ପତ୍ତିର ଖୋଳତାଡ଼

ଫୁଲବାଣୀ : ଭିଜିଲାନ୍‌ସ କବ୍‌ଜାରେ କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବନଖଣ୍ଡ ବ୍ରାହ୍ମଣୀଗାଁ ଫରେଷ୍ଟର କୈଳାସଚନ୍ଦ୍ର ସାହୁ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଆଜି ରେଂଜ୍‌ ଅଫିସ, ତାଙ୍କ ବାସଭବନ ସମେତ ୭ଟି ସ୍ଥାନରେ ଭିଜିଲାନ୍‌ସ ଟିମ୍‌ ଚଢ଼ଉ ଚଳାଇଛି। ବ୍ରହ୍ମପୁର ଭିଜିଲା‌ନ୍‌ସ ଏସ୍‌.ପି.ଙ୍କ ନିର୍ଦ୍ଦେଶ ମତେ ଫୁଲବାଣୀ ଭିଜିଲା‌ନ୍‌ସ ଡିଏସ୍‌ପି ରବିକାନ୍ତ ସୁନାଙ୍କ ନେତୃତ୍ବରେ ଉଭୟ ଫୁଲବାଣୀ ଓ ବ୍ରହ୍ମପୁର ଟିମ୍ ବାଲିଗୁଡା ଆଚାର୍ଯ୍ୟ କଲୋନିସ୍ଥିତ ନିଜ ବାସଭବନ, ଥାନା ପଛପଟ ମାର୍କେଟ କମ୍ପ୍ଲେକ୍ସ, ଗୁଳିମରାପଦା ସାହି ଘର, ଇଲେକ୍ଟ୍ରିସାହି ଘରେ ଏକକାଳୀନ ଚଢ଼ଉ କରିଛନ୍ତି। ଏଥିସହ ରେଂଜ୍‌ ଅଫିସ ଓ ବ୍ରହ୍ମପୁର ଥିବା ଏକ ଘରେ ବି ଚଢ଼ଉ ହୋଇଥିଲା। ଚଢ଼ଉ ଜାରି ରହିଥିବା ବେଳେ ବହୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ବ୍ୟାଙ୍କଜମା, ଜୀବନବୀମା ଓ ଫିକ୍ସଡ ଡିପୋଜିଟ ବଣ୍ଡ ଜବତ ହୋଇଛି। ଠାବ ହୋଇଥିବା ସମ୍ପତ୍ତିର ମୂଲ୍ୟ ୧ କୋଟି ୧୦ ଲକ୍ଷ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି।

ଲାଞ୍ଚ ନେଇ ସହକାରୀ ନିର୍ବାହୀ ଯନ୍ତ୍ରୀ ଗିରଫ
ନବରଙ୍ଗପୁର/ଉମରକୋଟ : ଠିକାଦାରଙ୍କଠାରୁ ୩୦ ହଜାର ଟଙ୍କା ଲାଞ୍ଚ ନେ‌ବାବେଳେ ଭିଜିଲାନସ ହାତରେ ଧରାପଡିଛନ୍ତି ନବରଙ୍ଗପୁର ଜିଲ୍ଲା ଉମରକୋଟ ସବଡିଭିଜନର ଗ୍ରାମ୍ୟ ଜଳ ଓ ପରିମଳ ବିଭାଗ ସହକାରୀ ନିର୍ବାହୀ ଯନ୍ତ୍ରୀ କେ.ମୋହନ ପାତ୍ର। ନବରଙ୍ଗପୁର ରାଜୁସାହିର ଠିକାଦାର ବାନମ୍ବର ପଣ୍ଡା ଡାବୁଗାଁ ବ୍ଲକ୍‌ର ଫୁଲଭଟା ଗାଁରେ ପାନୀୟ ଜଳ ପ୍ରକଳ୍ପ ନିର୍ମାଣ କରିଥିଲେ। ଏଥି ପାଇଁ ୭୦ ଲକ୍ଷ ୮୩ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା। ଠିକାଦାରଙ୍କ ୩ଟି ରନିଂ ବିଲ୍ ହୋଇସାରିଥିବା ବେଳେ ୪ର୍ଥ ବିଲ୍ ବାବଦରେ ୧୮ ଲକ୍ଷ ୫୮ ହଜାର ୭୭୫ ଟଙ୍କା ପାଇବାର ଥିଲା। ଏହି ବିଲ୍‌କୁ ପାସ୍ କରିବା ପାଇଁ ସହକାରୀ ନିର୍ବାହୀ ଯନ୍ତ୍ରୀ ଇଂ ପାତ୍ର ଠିକାଦାରଙ୍କୁ ୩୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ। ଏ ନେଇ ଠିକାଦାର ଜଣକ ଭିଜିଲାନ୍‌ସକୁ ଜଣାଇବା ପରେ ଆଜି ଭିଜିଲାନ୍‌ସର ଏକ ଟିମ୍ ଲୁଚି ରହିଥିଲେ। ଠିକାଦାର ଜଣକ ସହକାରୀ ନିର୍ବାହୀଯନ୍ତ୍ରୀଙ୍କ ବାସଭବନକୁ ଯାଇ ୩୦ ହଜାର ଟଙ୍କା ଲାଞ୍ଚ ଦେଲାବେଳେ ଲୁଚି ରହିଥିବା ଭିଜିଲାନ୍‌ସ ଟିମ୍ ଚଢ଼ାଉ କରି ଉକ୍ତ ରଙ୍ଗବୋଳା ଲାଞ୍ଚ ଟଙ୍କାକୁ ତାଙ୍କ ହାତରୁ ଜବତ କରିବା ସହ ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କୁ ଗିରଫ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe