୪ ଜଣ ସ୍ବାସ୍ଥ୍ୟ କର୍ମଚାରୀ ସମ୍ମାନିତ

ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୪ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ମାନିତ ହୋଇଛନ୍ତି।

78a8004c-f62d-4f59-9b03-3d6c2cb23dcd

ଝରିଗାଁ: ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଦିବସ ଅବସରରେ ନବରଙ୍ଗପୁର ଜିଲ୍ଲା ସ୍ୱାସ୍ଥ୍ୟ ସମିତି ପକ୍ଷରୁ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର ୪ ଜଣ ସ୍ୱାସ୍ଥ୍ୟ କର୍ମଚାରୀ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ଯୋଗୁଁ ସମ୍ମାନିତ ହୋଇଛନ୍ତି। ସ୍ବାସ୍ଥ୍ୟ ବିଭାଗର ଜିଲ୍ଲାସ୍ତରୀୟ ଅଧିକାରୀମାନେ ଉପସ୍ଥିତ ରହି ମାନପତ୍ର ସହ ଟ୍ରଫି ପ୍ରଦାନ କରିଥିଲେ।

ଏହି ଖବର ପଢ଼ନ୍ତୁ: ସରକାରୀ ଚାକିରି ଅର୍ଥ ଉପାର୍ଜନ ପାଇଁ କରନ୍ତୁ ନାହିଁ: ମୁଖ୍ୟମନ୍ତ୍ରୀ

ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଧୋଡ୍ରା ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର ଚିକିତ୍ସକ ଅଜିତ କୁମାର ଦାସ ଅଣ ସଂକ୍ରମଣ ରୋଗର ନିଦାନ ଓ ଚିକିତ୍ସାର ଶତ ପ୍ରତିଶତ ତଥ୍ୟ ବିଭାଗୀୟ ପୋର୍ଟାଲରେ ସୁଚାଇ ଥିବା ଯୋଗୁଁ ସମ୍ମାନୀତ ହୋଇଥିଲେ।ସେହିପରି ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ଅଧିକାରୀ ଗୋପାଳ କୃଷ୍ଣ ପାଢ଼ୀ ଚଳିତ ବର୍ଷ ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୨୨ ଜଣ ପୁରୁଷଙ୍କ ବନ୍ଧ୍ୟାକରଣ କରିବାରେ ସଫଳ ହୋଇଥିବା ଯୋଗୁଁ ସମ୍ମାନୀତ ହୋଇଥିଲେ।

ସେହିପରି ଝରିଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଅନ୍ତର୍ଗତ ଚିତାବେଡା ଜନ ଆରୋଗ୍ୟ କେନ୍ଦ୍ର ସୁପରଭାଇଜର ପୂର୍ଣ୍ଣ ଚନ୍ଦ୍ର ପ୍ରହରାଜ ଚଳିତ ବର୍ଷ ନବରଙ୍ଗପୁର ଜିଲ୍ଲାରେ ସର୍ବାଧିକ ୬ ଜଣ ପୁରୁଷଙ୍କୁ ସଚେତନ କରି ପରିବାର ନିୟନ୍ତ୍ରଣ କ୍ଷେତ୍ରରେ ବନ୍ଧ୍ୟାକରଣ କରିବାରେ ସଫଳ ହୋଇଥିବା ଯୋଗୁଁ ସମ୍ମାନୀତ ହୋଇଥିଲେ। ଝରିଗାଁ ବ୍ଲକ ବାଣୁଆଗୁଡ଼ା ଗ୍ରାମର ଆଶା କର୍ମୀ ବିମଳା ହରିଜନ ଗର୍ଭବତୀ ମହିଳାମାନଙ୍କ ସ୍ୱାସ୍ଥ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ପାଇଁ ସମ୍ମାନିତ ହୋଇଥିଲେ।

ନବରଙ୍ଗପୁର ଜିଲ୍ଲା ଜନ ସ୍ୱାସ୍ଥ୍ୟ ଅଧିକାରୀ ନବ କିଶୋର ବେହେରାଙ୍କ ସହ ଅନ୍ୟାନ୍ୟ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀ ମାନେ ଉପସ୍ଥିତ ରହି ଝରିଗାଁ ବ୍ଳକର ୪ଜଣ ସ୍ୱାସ୍ଥ୍ୟ କର୍ମଚାରୀଙ୍କୁ ସମ୍ମାନିତ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe