Jyepore Hospital: ସମ୍ବାଦ ପ୍ରଭାବ: ଡିଏଚ୍‌ଏଚ୍‌ରୁ ହଟିଲା ମଇଳା

ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଏକ ରିପୋର୍ଟ ‘ଡିଏଚଏଚରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ’ ସମ୍ବାଦରେ ପ୍ରକାଶ ପାଇଥିଲା।

Nabarangpur

Garbage takes from hospital. Photograph: (sambad.in)

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ(ଡିଏଚଏଚ)ରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥାକୁ ନେଇ ଏକ ରିପୋର୍ଟ ‘ଡିଏଚଏଚରେ ପରିମଳ ବ୍ୟବସ୍ଥା ବିପର୍ଯ୍ୟସ୍ଥ’ ସମ୍ବାଦରେ ପ୍ରକାଶ ପାଇଥିଲା। ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଡିଏଚଏଚର ସଫେଇ କାମ ଘରୋଇ ସଂସ୍ଥା ସହ ପୂର୍ତ୍ତବିଭାଗ ପକ୍ଷରୁ କରାଯାଇଛି। ଡିଏଚଏଚରୁ ଜମା ହୋଇଥିବା ମଇଳା ହଟାଯା‌ଇଛି।

ଆହୁରି ପଢ଼ନ୍ତୁ: Dog Attack: ଚନ୍ଦାହାଣ୍ଡିରେ କୁରୁର ଆତଙ୍କ: ମହିଳାଙ୍କ ଓଠ ଛିଣ୍ଡାଇ ଦେଲା

ପ୍ରକାଶଯୋଗ୍ୟ, ଡିଏଚଏଚର ଦୁଇଟି ଭାଗ‌ରେ ରହିଛି। ପୁରୁଣା କୋଠାର ଉପରେ ସଂମ୍ପ୍ରସାରିତ କରାଯାଇଛି ବହୁ ୱାର୍ଡ। ଏଠାରେ ପ୍ରସୁତି ଓଶିଶୁ ବିଭାଗ ଛଡା ଅନ୍ୟ ସବୁ ବିଭାଗ ରହିଛି।  ସିଡିଏମଓ କାର୍ଯ୍ୟାଳୟ ପାର୍ଶ୍ବରେ ରହିଛି ମାତୃ ଓ ଶିଶୁ ୱାର୍ଡ। ଡିଏଚଏଚର ପରିମଳ ବ୍ୟବସ୍ଥାର ବିପର୍ଯ୍ୟସ୍ତ ଅବସ୍ଥାକୁ ନେଇ ଉଭୟ ରୋଗୀ ଓ ସେମାନଙ୍କର ସମ୍ପର୍କୀୟଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଥିଲା।  

ଆହୁରି ପଢ଼ନ୍ତୁ: Prison Escape: ସୋର ଜେଲ୍‌ରୁ ଖସିଗଲା କଏଦୀ

ଡିଏଚଏଚର ପରିମଳ ବ୍ୟବସ୍ଥାକୁ ସୁଧାରିବା ପାଇଁ ମାସିକ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଉଛି। ଏହି ବ୍ୟବସ୍ଥା ଏକ ଘରୋଇ ସଂସ୍ଥା ହାତରେ ନ୍ୟସ୍ତ ରହିଛି।  କିନ୍ତୁ ଏହାର ସୁଫଳ ଦେଖିବାକୁ ମିଳୁନି। ପରିମଳ ବ୍ୟବସ୍ଥା ଏଠାରେ ସମ୍ପୂର୍ଣ୍ଣ ବିପର୍ଯ୍ୟସ୍ତ ହୋଇପଡିଥିଲା। ପୂତ୍ତି ଗନ୍ଦମୟ ପରିବେଶରେ ନାକ ପାଟି ପଡିବା ସହ ବିଭିନ୍ନ ୱାର୍ଡକୁ ଦୁର୍ଗନ୍ଧ ଆସୁଥିବାରୁ ରୋଗୀ ମାନେ ବେଡରେ ରହି ପାରୁ ନଥିଲେ।  ସମ୍ପର୍କୀୟ ମାନେ ଅଳ୍ପ କିଛି ସମୟ ରହି ବାହାରରେ ହିଁ ଅଧିକା ସମୟ ରହୁଥିଲେ। ତେବେ ଏହି ସଫେଇର ଧାରା ଆଗାମୀ ଦିନରେ ନିୟମିତ ଭାବେ ରହିବା ସହ ଡିଏଚଏଚର ପରିମଳବ୍ୟବସ୍ଥା ସଠିକ ରହୁ ବୋଲି ରୋଗୀ ଓ ରୋଗୀଙ୍କ ସମ୍ପର୍କୀୟ ମାନେ କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe