Nabarangapur: ପୂର୍ବତନ ଆଇନଜୀବୀ ଗଙ୍ଗାଧର ସାମନ୍ତରାୟଙ୍କ ପରଲୋକ, ମୁଖାଗ୍ନି ଦେଲେ ଝିଅ

Advertisment

ଶେଷ ଇଛା ପୂରଣ କଲା ଝିଅ, ବାପାଙ୍କୁ ଦେଲା ମୁଖାଗ୍ନୀ। ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହାସୀ ଝିଅ ସରକାରୀ ଆଇନଜୀବୀ ସ୍ୱାଗତିକା ସାମନ୍ତରାୟ।

ଶେଷ ଇଛା ପୂରଣ କଲା ଝିଅ, ବାପାଙ୍କୁ ଦେଲା ମୁଖାଗ୍ନୀ। ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହାସୀ ଝିଅ ସରକାରୀ ଆଇନଜୀବୀ ସ୍ୱାଗତିକା ସାମନ୍ତରାୟ।

ngp-ganga samntray (1)

ନବରଙ୍ଗପୁର (ସୁରେଶ ନାଇଡୁ): ଶେଷ ଇଛା ପୂରଣ କଲା ଝିଅ, ବାପାଙ୍କୁ ଦେଲା ମୁଖାଗ୍ନୀ। ରୁଢୀବାଦୀ ଚିନ୍ତାଧାରାକୁ ଶକ୍ତ ଚାପୁଡା ଦେଇ ଚର୍ଚ୍ଚାରେ ନବରଙ୍ଗପୁରର ସାହାସୀ ଝିଅ ସରକାରୀ ଆଇନଜୀବୀ ସ୍ୱାଗତିକା ସାମନ୍ତରାୟ। ଘରେ ପୁଅ ନଥିବାରୁ ଶେଷ ସମୟରେ ଝିଅ ହିଁ ମୁଖାଗ୍ନି ଦେଉ ବୋଲି ବାପା ସ୍ବର୍ଗତ ଗଙ୍ଗାଧର ସାମନ୍ତରାୟଙ୍କ ଇଛା ଥିଲା। ବାପାଙ୍କର ଏହି ଶେଷ ଇଚ୍ଛାକୁ ପୂରଣ କରିଛି ଝିଅ, ନବରଙ୍ଗପୁରରେ ଏଭଳି ଘଟଣାକୁ ନେଇ ଚର୍ଚ୍ଚା। ନବରଙ୍ଗପୁରର ଏହି ଘଟଣା ସାରା ରାଜ୍ୟରେ ଆଲୋଚନାର ବିଷୟ ପାଲଟିଛି।

ନବରଙ୍ଗପୁର ଜିଲ୍ଲା ଭାରତୀୟ ଜନତା ଦଳର ପ୍ରତିଷ୍ଠାତା ସଦସ୍ୟ ଗଙ୍ଗାଧର ସାମନ୍ତରାୟଙ୍କ ୬୯ ବର୍ଷ ବୟସରେ ଆଜି ସକାଳ ୮.୧୦ ମି. ସମୟରେ ବିୟୋଗ ହୋଇଛି। ସେ' ଜିଲ୍ଲାରେ ଭାରତୀୟ ଜନତା ଦଳର ପୂର୍ବତନ ସଭାପତି ମଧ୍ୟ ଥିଲେ। ସେ ଦୀର୍ଘବର୍ଷ ଧରି ସରକାରୀ ଆଇନଜୀବୀ ଭାବେ ଜିଲ୍ଲା ଅଦାଲତରେ ଦକ୍ଷତାର ସହ କାର୍ଯ୍ୟ କରିଥିଲେ। ଜିଲ୍ଲା ଆଇନଜୀବୀ ସଂଘର ସଭାପତି ରହି ସଂଘର ବିଭିନ୍ନ ଉନ୍ନୟନ ମୂଳକ କାର୍ଯ୍ୟ କରିଥିଲେ। ପୂର୍ବରୁ ଦଳ ତରଫରୁ ନବରଙ୍ଗପୁର ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ଭାବେ ପ୍ରତିଦ୍ବନ୍ଦ୍ବିତା କରିଥିଲେ। ଦୀର୍ଘ ବର୍ଷର ଅସୁସ୍ଥତା କାରଣରୁ ତାଙ୍କ ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କ ଧର୍ମପତ୍ନୀ, ଦୁଇ ବିବାହିତା ଝିଅ, ସାନ ଝିଅ, ଭାଇ ଓ ପରିବାରବର୍ଗ ଘରେ ଉପସ୍ଥିତ ଥିଲେ। ତାଙ୍କ ସାନ ଝିଅ ସରକାରୀ ଆଇନଜୀବୀ ସ୍ୱାଗତିକା ସାମନ୍ତରାୟ ମୁଖାଗ୍ନୀ ଦେଇଥିଲେ।

ଶ୍ରଦ୍ଧାଞ୍ଜଳି ଜଣାଇଲେ ନେତା

ଏହି ଦୁଃଖଦ ଖବର ପାଇ ଗଣଶିକ୍ଷା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ନବରଙ୍ଗପୁର ସାଂସଦ ବଳଭଦ୍ର ମାଝୀ, ବିଧାୟକ ଗୌରୀଶଙ୍କର ମାଝୀ, ପୂର୍ବତନ ସାଂସଦ ପର୍ଶୁରାମ ମାଝୀ, ‌ପୌରଅଧ୍ୟକ୍ଷ କୁନୁ ନାୟକ, ଆଇନଜୀବୀ ସୁଧାକର ପଟ୍ଟନାୟକ, ଅରବିନ୍ଦ ପ୍ରସାଦ ପଟ୍ଟନାୟକ, ଜିଲ୍ଲା ଆଇନଜୀବୀ ସଂଘର ପୂର୍ବତନ ସମ୍ପାଦକ ରାମ ପ୍ରସାଦ ପାତ୍ର, ଆଇନଜୀବୀ ରବିନ୍ଦ୍ର ପ୍ରସାଦ ପାଢୀ, ସୁନୀଲ ସାହୁ, ହରି ନାରାୟଣ ବେହେରା, ସତୀଶ ଚନ୍ଦ୍ର ନାୟକ, ସନ୍ତୋଷ ନାୟକ, ଶ୍ୟାମ ପ୍ରସାଦ ମାଝୀ, ସର୍ବେଶ୍ବର ପାତ୍ର, ମୁନା ତ୍ରିପାଠୀ,ଜିଲ୍ଲା ବଣିକ ସଂଘ ଓ ମିଲର୍ସ ସଂଘ ସଭାପତି କାହ୍ନୁ ଦାଶ, ସହରର ମାନ୍ୟଗଣ୍ୟ ବ୍ୟକ୍ତିମାନେ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।

ଆହୁରି ପଢ଼ନ୍ତୁ: Rajasthan Temperature: ରାଜସ୍ଥାନର ଫତେପୁରରେ ପାରଦ ବିଯୁକ୍ତ ୩.୪ ଡିଗ୍ରି ତଳେ, ଯାନବାହନରେ ତୁଷାରପାତ

ସାନ ଝିଅ ‌ଦେଲେ ମୁଖାଗ୍ନି

ହିନ୍ଦୁ ଧର୍ମର ପରମ୍ପରା ଅନୁସାରେ ବାପାଙ୍କୁ ପୁଅ ମୁଖାଗ୍ନି ଦେବା ପରମ୍ପରା ଥିବାବେଳେ ଏହି ପରମ୍ପରାକୁ ଭାଙ୍ଗି ସାନ ଝିଅ ସ୍ବାଗତିକା ଦେଇଥିଲେ ମୁଖାଗ୍ନି। ଧୌର୍ଯ୍ୟର ସହିତ ଜଳୁଥିବା ଜୁଇ ପାଖରେ ଥିଲେ ଝିଅ। ଆଖି ପିଛୁଳାକେ ଗଙ୍ଗାଧରଙ୍କ ଅସ୍ତି ଲୀନ ହୋଇଗଲା ପଞ୍ଚଭୂତରେ। ପରେ ଯେଉଁ କର୍ମ ବାକି ରହିଥିଲା। ସେସବୁକୁ ସମ୍ପନ୍ନ କଲେ ଝିଅ। ଏହି ଖବରକୁ ଏବେ ଚାରିଆଡୁ ମିଳୁଛି ପ୍ରଶଂସା । ତେବେ ସମାଜ ପାଇଁ ଝିଅ ପୁଅର ଦ୍ୱନ୍ଦ ଭିତରେ ଏକ ବଡ ବାର୍ତ୍ତା ଦେଇଛନ୍ତି  ସ୍ବାଗତିକା।

ଆହୁରି ପଢ଼ନ୍ତୁ: Attack on Suvendu Adhikari: ପୁରୁଲିଆରେ ଶୁଭେନ୍ଦୁ ଅଧିକାରୀଙ୍କ ଗାଡ଼ି ଉପରେ ଆକ୍ରମଣ; କେନ୍ଦ୍ର ଗୃହ ମନ୍ତ୍ରାଳୟ ମାଗିଲା ରିପୋର୍ଟ

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe