GPLF Building: ୧୫କୋଟି ଜିପିଏଲଏଫ କୋଠା ନିର୍ମାଣ ଅଧାରୁ ବନ୍ଦ

Advertisment

ବିଡିଓମାନଙ୍କ ଅନୁରୋଧକୁ ଜିଲ୍ଲାପାଳଙ୍କ ଅନୁମୋଦନ କରି ରାଜ୍ୟସରକାରଙ୍କ ନିକଟରେ ଦାଖଲ କରାଯାଇଛି। ବହୁତ ଶୀଘ୍ର ନୂଆ ଅନୁଦାନ ମଞୁର ହୋଇ ଆସିବା ସହ ୪୫ଟିର ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ମିଶନଶକ୍ତି ଡିପିସି

ବିଡିଓମାନଙ୍କ ଅନୁରୋଧକୁ ଜିଲ୍ଲାପାଳଙ୍କ ଅନୁମୋଦନ କରି ରାଜ୍ୟସରକାରଙ୍କ ନିକଟରେ ଦାଖଲ କରାଯାଇଛି। ବହୁତ ଶୀଘ୍ର ନୂଆ ଅନୁଦାନ ମଞୁର ହୋଇ ଆସିବା ସହ ୪୫ଟିର ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ମିଶନଶକ୍ତି ଡିପିସି

ngp-gplf building

building Photograph: (photo: sambad.in)

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲାରେ ମହିଳା ସ୍ବୟଂ ସହାୟକ ଦଳକୁ ଆର୍ଥିକସ୍ତରରେ ସଶକ୍ତ କରିବା କଥା କରିପାରିନି। ଗତ ୪ବର୍ଷ ତଳେ ଗ୍ରାମପଂଚାୟତସ୍ତରୀୟ ମହାସଂଘ(ଜିପିଏଲଏଫ) ଜରିଆ‌ରେ ବିଭିନ୍ନ ବ୍ୟବସାୟ, ବୃତ୍ତି, ଚାଷ ଆଦି କରିବା ପାଇଁ ପ୍ରଶିକ୍ଷଣ ଦେବାକୁ ଗୋଟିଏ କୋଠା ନିର୍ମାଣ କରିବାକୁ ତତ୍କାଳୀନ ସରକାର ଚିନ୍ତା କରିଥିଲେ। ଜିଲ୍ଲାରେ ଉମରକୋଟ ବ୍ଲକକୁ ବାଦ ଦେଇ ୯ ବ୍ଲକରେ ୫୦ଟି ଜିପିଏଲଏଫ୍ ପାଇଁ କୋଠା ପିଛା ୩୦ଲକ୍ଷ ଲେଖାଏଁ ୧୫କୋଟି ଟଙ୍କା ଅନୁଦାନ ମିଳିଥିଲା।

ଏଥିରୁ ମାତ୍ର ୫ଟିର ନିର୍ମାଣ ସରିଥିବାବେଳେ ୩ଟି ଆରମ୍ଭ ହୋଇନି ଓ ୪୨ଟି ନିର୍ମାଣାଧୀନ ରହିଛି। ଏବେ ନୂଆ ସରକାର ଆସିବା ପରେ ଏହି କୋଠା ନିର୍ମାଣକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦେଇଥିଲେ। ଅନୁଦାନ ଟଙ୍କା ଫେରିଯାଇଥିଲା। ଏବେ ପୁଣି ନୂଆରେ ବିଡିଓମାନେ ସେହି ପ୍ରକଳ୍ପକୁ ନୂଆ ଆର୍ଥିକ ବର୍ଷରେ ନିର୍ମାଣ କରିବାକୁ ଅନୁମତି ମାଗିଛନ୍ତି। ଏବେ ନୂଆରେ ଆରମ୍ଭ ହେବ ବୋଲି କହିଛନ୍ତି ମିଶନଶକ୍ତି ଡିପିସି ନିରଞନ ଟାଙ୍ଗରଙ୍ଗ।  

ଜିଲ୍ଲାର ୧୦ଟି ବ୍ଲକର ୧୮୯ଟି ପଂଚାୟତରେ ଗ୍ରାମପଂଚାୟତସ୍ତରୀୟ  ମହାସଂଘ(ଜିପିଏଲଏଫ), ୧୮୭୭ଟି କ୍ଲଷ୍ଟରସ୍ତରୀୟ ମହାସଂଘ(ସିଏଲଏଫ), ୧୪,୨୨୪ଟି ଏସଏଚଜି ରହିଛି। ୫୦ଟି ଜିପିଏଲଏଫ୍ କୋଠା ମଧ୍ୟରୁ ଚନ୍ଦାହାଣ୍ଡି ବ୍ଲକର ୨ଟି ଓରାଇଘର ବ୍ଲକର ଗୋଟିଏ ଏଭଳି ୩ଟିର ନିର୍ମାଣ ଏଯାଏଁ ଆରମ୍ଭ ହୋଇପାରିନି। ନବରଙ୍ଗପୁର ବ୍ଲକର ଗୋଟିଏ ଓ ଡାବୁଗାଁ ବ୍ଲକର ୪ଟି ଏଭଳି ୫ଟିର ନିର୍ମାଣ ସରିଛି। ନନ୍ଦାହାଣ୍ଡି ବ୍ଲକରେ ୨ଟି, ତେନ୍ତୁଳିଖୁଣ୍ଟିର ୪ଟି, ଡାବୁଗାଁର ଗୋଟିଏ, ଝରିଗାଁର ୨ଟି, କୋଷାଗୁମୁଡା ବ୍ଲକର ୧୧ଟି, ପାପାଡାହାଣ୍ଡି ବ୍ଲକର ୨ଟି, ନବରଙ୍ଗପୁର ବ୍ଲକର ୮ଟି, ଚନ୍ଦାହାଣ୍ଡି ବ୍ଲକର ୩ଟି, ରାଇଘର ବ୍ଲକର ୯ଟି ଏଭଳି ୪୨ଟିର ନିର୍ମାଣାଧୀନ ରହିଛି।

 ବିଡିଓମାନଙ୍କ ଅନୁରୋଧକୁ ଜିଲ୍ଲାପାଳଙ୍କ ଅନୁମୋଦନ କରି ରାଜ୍ୟସରକାରଙ୍କ ନିକଟରେ ଦାଖଲ କରାଯାଇଛି। ବହୁତ ଶୀଘ୍ର ନୂଆ ଅନୁଦାନ ମଞୁର ହୋଇ ଆସିବା ସହ ୪୫ଟିର ନିର୍ମାଣ ଆରମ୍ଭ ହେବ ବୋଲି କହିଛନ୍ତି ମିଶନଶକ୍ତି ଡିପିସି। ଜିପିଏଲଏଫ୍ କୋଠା ନିର୍ମାଣ ହେବା ଦ୍ବାରା ମହାସଂଘର ମହିଳା ସ୍ବୟଂ ସହାୟକ ଦଳଙ୍କୁ ଏହି କୋଠାରେ ବିଭିନ୍ନ ପ୍ରଶିକ୍ଷଣ ଦେବା ସହ କିଭଳି ଆତ୍ମନିର୍ଭରଶୀଳ ହୋଇପାରିବେ ସେ ଦିଗରେ ସଚେତନ କରି ହେବ। ଏହି‌ କୋଠାରେ ସେମାନେ ଏକଜୁଟ ହୋଇ ନିଜେ କିଭଳି ସଶକ୍ତ ହୋଇ ପାରିବେ ବୋଲି କହିଛନ୍ତି ଓଏଲଏମ୍ ଜିଲ୍ଲା ପ୍ରକଳ୍ପ ପ୍ରବନ୍ଧିକା ସସ୍ମିତା ସାମନ୍ତରାୟ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe