Raid: ଖଣି ବିଭାଗର ଚଢଉ: ହାଇୱା-ଟ୍ରାକ୍ଟର ଜବତ

ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଘୋଡାଖୁଣ୍ଟା ଆରଆଇ ସାର୍କିଲ ଅନ୍ତର୍ଗତ ନନ୍ଦପୁରା ଠାରେ ଆଜି ଖଣି ବିଭାଗ ଏନ୍‌ଫୋର୍ସମେଣ୍ଟ ଦଳ ଚଢଉ କରି ଗୋଟିଏ ବଜରି ଭର୍ତ୍ତି ହାଇୱା ଓ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ କରିଛନ୍ତି।

ae3e60cf-6ff9-4632-a292-7c054eb8404e

Tractor Seized Photograph: (sambad.in)

ଡାବୁଗାଁ (ସଂଜୟ ପାଢ଼ୀ): ନବରଙ୍ଗପୁର ଜିଲ୍ଲା ଡାବୁଗାଁ ତହସିଲ ଘୋଡାଖୁଣ୍ଟା ଆରଆଇ ସାର୍କିଲ ଅନ୍ତର୍ଗତ ନନ୍ଦପୁରା ଠାରେ ଆଜି ଖଣି ବିଭାଗ ଏନ୍‌ଫୋର୍ସମେଣ୍ଟ ଦଳ ଚଢଉ କରି ଗୋଟିଏ ବଜରି ଭର୍ତ୍ତି ହାଇୱା ଓ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ କରିଛନ୍ତି। ଗତ କିଛି ଦିନ ହେଲା ଡାବୁଗାଁ ତହସିଲ ଅଧୀନ ବିଭିନ୍ନ ବାଲିଘାଟରୁ ବାଲି ଓ ପଥର ଚୋରା ଚାଲାଣ ହେଉଥିବା ବେଳେ ଖଣି ବିଭାଗ ଏଥିପ୍ରତି ନଜର ରଖିଥିଲା।

ଡାବୁଗାଁ ତହସିଲଦାର ଗୀତା ମୁର୍ମୁଙ୍କ ନେତୃତ୍ୱରେ ଏନ୍‌ଫୋର୍ସମେଣ୍ଟ ଦଳ ଘୋଡାଖୁଣ୍ଟା ଆରଆଇ ସାର୍କିଲ ଅନ୍ତର୍ଗତ ନନ୍ଦପୁରା ଗ୍ରାମ ନିକଟରେ ବିଭିନ୍ନ ବାଲିଘାଟ ଚଢଉ କରିଥିଲେ। ସେଠାରେ ଏକ ବାଲି ଭର୍ତ୍ତି ଟ୍ରାକ୍ଟର ଜବତ କରାଯାଇଥିବା ବେଳେ ଜଣେ ଠିକାଦାର ନନ୍ଦପୁରା ନିକଟ ଭାସ୍କେଲ ନଦୀ ଉପରେ ପୋଲ ନିର୍ମାଣ ପାଇଁ ବେଆଇନ ବାଲି ଓ ପଥର ରଖିଥିବା ଜଣାପଡ଼ିଥିଲା। ଠିକାଦାରଙ୍କୁ ଆବଶ୍ୟକୀୟ କାଗଜ ପତ୍ର ଜମା କରିବାକୁ ତହସିଲଦାର କହିଥିଲେ।

ଲକ୍ଷାଧିକ ଟଙ୍କା ଜରିମାନା

ନନ୍ଦପୁରା-ବୋରିଗାଁ ରାସ୍ତାରେ ଗୋଟିଏ ବଜରି ଭର୍ତ୍ତି ହାଇୱା ଜବତ କରାଯାଇଥିଲା। ଜବତ ହାଇୱା ଓ ଟ୍ରାକ୍ଟରକୁ ପୁଲିସ ଜିମା ଦିଆଯାଇଥିବା ବେଳେ ଦୁଇଟି ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜରିମାନା ଆଦାୟ କରାଯାଇଛି। ଏହି ଚଢାଉ ସମୟରେ ସହକାରୀ ରାଜସ୍ବ ନିରୀକ୍ଷକ ଯୋଗେଶ ଦାସ, ଲକ୍ଷ୍ମଣ ହରିଜନ ଓ ଦଶରଥ ପାଟନିଆ ସହ ଅନ୍ୟମାନେ ସାମିଲ ଥିଲେ।

ଆହୁରି ପଢ଼ନ୍ତୁ: AIDS: ନବରଂଗପୁରରେ ୨୨ବର୍ଷରେ ଏଡ୍‌ସ କବଳରେ ୧୮୯୬ଜଣ, ମୃତ୍ୟୁ ୪୫୦

ବେଆଇନ ବାଲି ଚାଲାଣ

ସୂଚନା ଥାଉ କି ଡାବୁଗାଁ ତହସିଲ ଅନ୍ତର୍ଗତ ବିଭିନ୍ନ ବାଲିଘାଟରୁ ବାଲି ଉତ୍ତୋଳନ କରାଯାଇ ହାଇୱା ଗାଡ଼ିରେ ଆବଶ୍ୟକ ଠାରୁ ଅଧିକ ମାତ୍ରାରେ ବାଲି ବୋଝେଇ ହୋଇ ପ୍ରତିଦିନ ସନ୍ଧ୍ୟାରେ ଡାବୁଗାଁ ମୁଖ୍ୟ ଛକ ଦେଇ ବିଭିନ୍ନ ସ୍ଥାନକୁ ଯାଉଛି। ବାଲିକୁ ଠିକ୍‌ରେ ଘୋଡାଇ ନରଖିବା ଫଳରେ ରାସ୍ତାରେ ଯାଉଥିବା ଲୋକଙ୍କ ଆଖିରେ ବାଲି ପଡ଼ୁଛି। ପ୍ରଶାସନ ଏଥିପ୍ରତି ଗୁରୁତ୍ବ ଦେଉ ନ ଥିବା ବେଳେ ଦୈନିକ ‘ସମ୍ବାଦ’ରେ ଖବର ପ୍ରସାରଣ ପରେ ଗତ ସପ୍ତାହରେ ପୁଲିସ ପକ୍ଷରୁ ଚାଲାଣ ହେଉଥିବା ଗୋଟିଏ ବେଆଇନ ବାଲି ଭର୍ତ୍ତି ହାଇୱା ଜବତ କରାଯାଇଥିବା ବେଳେ ଆଜି ଏକ ଏନଫର୍ସମେନ୍ଟ ଦଳ ବେଆଇନ ବାଲି ଓ ପଥର ଚାଲାଣକାରୀଙ୍କୁ ଚଢଉ ପରେ ମାଫିଆ ମାନଙ୍କ ମଧ୍ୟରେ ଭୟର ବାତାବରଣ ଖେଳି ଯାଇଛି।

ଆହୁରି ପଢ଼ନ୍ତୁ: Goods Trading: ଉତ୍ପାଦ କାରବାର କ’ଣ ଜାଣନ୍ତୁ...

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe