ଅସ୍ଥାୟୀ ପୋଲ ଉପରେ ପାଣି, ପାପଡାହାଣ୍ଡି-ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ

ଅସ୍ଥାୟୀ ପୋଲ ଉପରେ ପାଣି, ପାପଡାହାଣ୍ଡି-ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଟୁରିନଦୀ ଅସ୍ଥାୟୀ ପୋଲ ଉପେର ପାଣି ବହିବାରୁ ପାପଡାହାଣ୍ଡି -ଡାବୁଗାଁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି। ଟୁରିନଦୀ ପୋଲ ଦୁଇ ପାଖେ ପ୍ରଶାସନ ରହି ଗାଡ଼ି ମୋଟର ଅଟକାଇ ଡ଼ାଇଭର୍ସନ ରାସ୍ତା ଦେଖାଯାଇଛି।
ପାପଡାହାଣ୍ଡିର ଟୁରିନଦୀ ପୋଲ ନିର୍ମାଣ କାମ ଜାରି ରହିଛି। ଏଥିଲାଗି ଅସ୍ଥାୟୀ ପୋଲ ନିର୍ମାଣ କରି ଲୋକଙ୍କ ପାଇଁ ଗମନାଗମନ ସୁବିଧା କରାଯାଇଛି। ସୋମବାର ଲଗାଣ ବର୍ଷାରେ ଅସ୍ଥାୟୀ ପୋଲ ଉପରେ ୩ ଫୁଟର ପାଣି ଚାଲିଥିବା ବେଳେ ପାପଡାହାଣ୍ଡି ଠାରୁ ଡାବୁଗାଁ ଯୋଗାଯୋଗ ବିଛିନ୍ନ ହୋଇଛି। ନବରଙ୍ଗପୁର ଜିଲ୍ଲାର ୫ଟି ବ୍ଲକ ରାଇଘର, ଚନ୍ଦାହାଣ୍ଡି, ଝରିଗାଁ, ଡାବୁଗାଁ, ଉମରକୋଟକୁ ଯୋଗାଯୋଗ ବିଚ୍ଛିନ୍ନ ହେବା ସହ ପାପଡାହାଣ୍ଡି ବ୍ଲକର ଜଟାବାଳ, ଘାଟଗୁଡା, ପାତ୍ରୀ, ମାନିଗା, ହାତୀବେଡା, ଚେରଚେଟା ଗ୍ରାମପଞ୍ଚାୟତ ଯୋଗାଯୋଗ ବିଛିନ୍ନ ରହିଛି।

ଜିଲ୍ଲାପାଳଙ୍କ ପୂର୍ବ ନିର୍ଦେଶ ଅନୁସାରେ ଗାଡ଼ିମଟର ବର୍ତ୍ତମାନ ତୁମ୍ବଲ୍ଲା ଛକ ଦେଇ ନାକଟିଗୁଡା,ମିଞ୍ଜା, କାଙ୍ଗମାଝୀଗୁଡା, ପାତ୍ରଗୁଡା, ସୁନାଡଙ୍ଗରି ଦେଇ ମୁଖ୍ୟ ରାସ୍ତା ବାହାରିବା ପାଇଁ ବ୍ୟବସ୍ଥା କରାଯାଇଛି। ସେହିପରି ଭାରୀ ଯାନ ଚଳାଚଳ ନିମନ୍ତେ ମଇଦପୁର ହୋଇ ଡାବୁଗାଁ ବାହାରିବା ପାଇଁ ନିର୍ଦେଶ ଜାରି ରହିଛି। କୌଣସି ଅଘଟଣ ଏଡ଼ାଇବାକୁ ନଦୀର ଉଭୟ ପାର୍ଶ୍ଵରେ ନବରଙ୍ଗପୁର ଅତିରିକ୍ତ ଜିଲ୍ଲାପାଳ, ପାପଡାହାଣ୍ଡି ବିଡ଼ିଓ କପିଳଦେବ ସାହୁ ,ପାପଡାହାଣ୍ଡି ତହସିଲଦାର ତପନ କୁମାର ନାୟକ, ପୁଲିସ ଟିମ, ଅଗ୍ନିଶମ ବାହିନୀର କର୍ମଚାରୀ ଉପସ୍ଥିତ ରହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe