ନବରଙ୍ଗପୁର: ଭାରତୀୟ ପ୍ରଶାସନିକ ସେବାରେ ଚୟନ ହୋଇଥିବା ୧୨ଜଣ ଯୁବକ ଓ ଯୁବତୀ ଦେଶର ଆକାଂକ୍ଷୀ ଜିଲ୍ଲାକୁ ଆସିଛନ୍ତି। ଏହି ଜିଲ୍ଲାର ୨ ଆକାଂକ୍ଷୀ ବ୍ଲକ ଡାବୁଗାଁ ଓ ତେନ୍ତୁଳିଖୁଣ୍ଟିରେ ପ୍ରଶିକ୍ଷଣ ନେବେ। ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁଙ୍କ ଅଧ୍ୟକ୍ଷତାରେ ରବିବାର ଆୟୋଜିତ ବୈଠକରେ ସବୁ ଜିଲ୍ଲାସ୍ତରୀୟ ଅଧିକାରୀ ଯୋଗ ଦେଇଥିଲେ। ଏସପି ମଡକର ସମ୍ପଦ ସମ୍ପତ, ଅତିରିକ୍ତ ଜିଲ୍ଲାପାଳ ବିଶ୍ବଜିତ ବର୍ମନ, ଜିଲ୍ଲାପରିଷଦ ମୁଖ୍ୟନିର୍ବାହୀ ଅଧିକାରୀ ବିରଂଚି ନାରାୟଣ ଦରୱାନ, ଉପଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର, ଡିଏଫଓ ଶୁଭେନ୍ଦୁ ପ୍ରସାଦ ବେହେରା ମଂଚସୀନ ରହିଥିଲେ।

Advertisment

ଜିଲ୍ଲାପାଳଙ୍କ ସହ ଅନ୍ୟ ଜିଲ୍ଲାସ୍ତରୀୟ ଅଧିକାରୀ ଓ ଓରମାସର ଡେପୁଟିସିଇଓ ରୋଶନ କୁମାର କାର୍ତ୍ତିକ, ଡିପିସି ମିସନଶକ୍ତି ନିରଞନ ଟାଙ୍ଗରଙ୍ଗ, ଜିଲ୍ଲା ଶିକ୍ଷା ଅଧିକାରୀ ଛତ୍ରପତି ସାହୁ, ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସୁଧି ରଂଜନ ବେହେରା ଆଦି ଯୋଗ ଦେଇ ଜିଲ୍ଲାର ଭୌଗଳିକ, ଆର୍ଥନୈତିକ  ସ୍ଥିତି, ସୁବିଧା, ଅସୁବିଧା  ସମ୍ପର୍କରେ କହିଥିଲେ। ଏହି ୧୨ଜଣିଆ ଦଳଙ୍କୁ ଜିଲ୍ଲାପାଳ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିଲେ। ଡାବୁଗାଁ ବିଡିଓ ଓ ତେନ୍ତୁଳିଖୁଣ୍ଟି ବିଡିଓଙ୍କ ସହ ଅନ୍ୟ ବ୍ଲକସ୍ତରୀୟ ଅଧିକାରୀ ଉପସ୍ଥିତ ଥିଲେ। ଆଗାମୀ ଦିନରେ ଏହି ୧୨ଜଣଙ୍କରୁ ୬ଜଣ ଲେଖାଏଁ ୨ ଆକାଂକ୍ଷୀ ବ୍ଲକ ଡାବୁଗାଁ ଓ ତେନ୍ତୁଳିଖୁଣ୍ଟିରେ ରହିବେ। ବିଡିଓଙ୍କ ଜରିଆରେ ଗାଁକୁ ଗାଁ ବୁଲି ବିଭିନ୍ନ ସରକାରୀ ଯୋଜନାର ସଫଳ ରୁପାୟନ ସହ ସାମାଜିକ ଅବସ୍ଥା ଆଦିର କ୍ଷେତ୍ର ପରିଦର୍ଶନ କରିବେ ବୋଲି ସୂଚନା ମିଳିଛି। 

ଆହୁରି ପଢ଼ନ୍ତୁ: Cyber Crime: ସାଇବର ଅପରାଧ: ୨ବର୍ଷରେ ୭୬ଟି ମାମଲା ରୁଜୁ

ଆହୁରି ପଢ଼ନ୍ତୁ: Dacoits Plan Fail: ସଶସ୍ତ୍ର ଡକାୟତି ପାଇଁ ଯୋଜନା ଫେଲ୍‌: ବନ୍ଧାହେଲେ ୫ ଡାକୟତ