ବର୍ଷାପାଣି ପଶି ମୂଲ୍ୟବାନ କାଗଜପତ୍ର ନଷ୍ଟ

Advertisment
ବର୍ଷାପାଣି ପଶି ମୂଲ୍ୟବାନ କାଗଜପତ୍ର ନଷ୍ଟ

ଡାବୁଗାଁ: ଲଗାଣ ବର୍ଷାରେ ଡାବୁଗାଁ ଲ୍ୟାମ୍ପ୍‌ସ କାର୍ଯ୍ୟାଳୟର କମ୍ପ୍ୟୁଟର କକ୍ଷରେ ପାଣି ପଶି ମୂଲ୍ୟବାନ କାଗଜପତ୍ର ନଷ୍ଟ ହୋଇଯାଇଛି। ଗତକାଲି ପ୍ରବଳ ବର୍ଷା ଯୋଗୁଁ ଲ୍ୟାମ୍ପସ୍‌ର କମ୍ପ୍ୟୁଟର କକ୍ଷରେ ଆଣ୍ଠୁଏ ପାଣି ଭରି ରହିଥିଲା। ଏହି କକ୍ଷରେ ଥିବା ଚଳିତ ଖରିଫ ଋତୁରେ ପଞ୍ଜୀକୃତ ହୋଇଥିବା ଚାଷୀ ମାନଙ୍କ କାଗଜପତ୍ର ସହ ଅନ୍ୟ ମୂଲ୍ୟବାନ କାଗଜପତ୍ର ଓଦା ହୋଇ ନଷ୍ଟ ହୋଇଯାଇଛି। ସୂଚନା ଅନୁଯାୟୀ, ଡାବୁଗାଁ ତାରିଣୀ ମନ୍ଦିର ଛକରୁ ମାନିଗାଁ ପର୍ଯ୍ୟନ୍ତ ପୂର୍ତ୍ତ ବିଭାଗ ତରଫରୁ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟ ଚାଲୁ ରହିଛି। ରାସ୍ତାଟି ଉଚ୍ଚ ହୋଇଯିବାରୁ ଲ୍ୟାମ୍ପସ ପରିସରରୁ ବର୍ଷା ଜଳ ବାହାରକୁ ନିଷ୍କାସିତ ହୋଇନପାରି କମ୍ପ୍ୟୁଟ କକ୍ଷରେ ପାଣି ଭର୍ତ୍ତି ହୋଇ ରହିଥିଲା। ଡ୍ରେନେଜ୍‌ ସୁବିଧା ନଥିବାରୁ ବର୍ଷା ହେଲା ପୁଣିଥରେ ଏଭଳି ସମସ୍ୟ ସୃଷ୍ଟି ହେବାକୁ ଥିବାରୁ ଡ୍ରେନ ନିର୍ମାଣ ପାଇଁ ସାଧାରଣରେ ଦାବି ହୋଇଛି।
ଜଗବନ୍ଧୁଙ୍କ ସମାଧି ସ୍ଥଳରେ ଶ୍ରାଦ୍ଧ ଦିବସ
ଉମରକୋଟ,୨୪/୯(ଇମିସ): ଉମରକୋଟ-ଝରିଗାଁ ରାସ୍ତା ପାର୍ଶ୍ୱରେ ଥିବା ସମାଧି ସ୍ଥଳରେ ଉମରକୋଟର ପୂର୍ବତନ ବିଧାୟକ ସ୍ୱର୍ଗତ ଜଗବନ୍ଧୁ ମାଝୀଙ୍କ ଅଷ୍ଟମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ବିଧାୟକ ସୁବାସ ଚନ୍ଦ୍ର ଗଣ୍ଡ, ସାଂସଦ ପ୍ରତିନିଧି କାଳୁ ପଣ୍ଡା, ପି. ପ୍ରସାଦ ପାତ୍ର ପ୍ରମୁଖ ଯୋଗ ଦେଇଥିଲେ। ପାରମ୍ପରିକ ରୀତିନୀତିରେ ଶ୍ରାଦ୍ଧ ପାଳିତ ହୋଇଥିଲା।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe