ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ:ବିଡିଓଙ୍କ ନିକଟରେ ଫେରାଦ ହେଲେ ମହିଳା

Advertisment
ହିତାଧିକାରୀ ଚୟନରେ ଅନିୟମିତତା ଅଭିଯୋଗ:ବିଡିଓଙ୍କ ନିକଟରେ ଫେରାଦ ହେଲେ ମହିଳା

ଚନ୍ଦାହାଣ୍ତି: ଚନ୍ଦାହାଣ୍ତି ବ୍ଲକରେ ସରକାରଙ୍କ ବିଭିନ୍ନ ଜନକଲ୍ୟାଣ ଯୋଜନା ବାଟବଣା ହେଉଥିବା ଅଭିଯୋଗ ହୋଇଛି। ସ୍ଥାନୀୟ ଅସହାୟ ଗରିବ ତଥା ବିଧବା ମହିଳା ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରୁ ବ˚ଚିତ କରି ଅନ୍ୟ ଜିଲ୍ଲାରୁ ବ୍ୟବସାୟ କରିବାକୁ ଆସିଥିବା ବ୍ୟକ୍ତି ବିଶେଷଙ୍କ ଠାରୁ ହାତ ଗୁ˚ଜା ନେଇ ବିଜୁ ପକ୍କା ଘର, ପ୍ରଧାନମନ୍ତ୍ରୀ ଆବାସ, ଖାଦ୍ୟ ସୁରକ୍ଷା ଯୋଜନାରେ ଖାଉଟି କାର୍ଡ ଏବଂ ଭତା ପ୍ରଦାନ କରାଯାଉଛି। ସରକାରୀ ଯୋଜନାରୁ ସ୍ଥାନୀୟ ଲୋକଙ୍କୁ ଏକ ପ୍ରକାର କୋଣଠେସା କରି ସମ୍ପୂର୍ଣ୍ଣ ବ˚ଚିତ କରାଯାଉଥିବା ନେଇ ଆଜି ଚନ୍ଦାହାଣ୍ତି ସଦର ପ˚ଚାୟତରେ ପଲ୍ଲୀସଭା ଠାରୁ ଆରମ୍ଭ କରି ବିଡିଓଙ୍କ କାର୍ଯ୍ୟାଳୟ ପର୍ଯନ୍ତ ଉତ୍ୟକ୍ତ ମହିଳା ଓ ସ୍ଥାନୀୟ ଅଧିବାସୀ ହୋହାଲ୍ଲା କରିଥିବା ଦେଖିବାକୁ ମିଳିଛି। କେବଳ ଚନ୍ଦାହାଣ୍ଡି ପ˚ଚାୟତରେ ନୁହେଁ ବ୍ଲକରେ ପ୍ରତ୍ୟକ କ୍ଷେତ୍ରରେ ସ୍ଥାନୀୟ ହିତାଧିକାରୀଙ୍କୁ ଉଭୟ ଲୋକ ପ୍ରତିନିଧି ଓ ସରକାରୀ ବାବୁ ମାନେ ଜାଣିଶୁଣି ବ˚ଚିତ କରୁଥିବା ଅଭିଯୋଗ ହୋଇଛି।
ପ୍ରକାଶ ଥାଉକି, ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଗରିବ ପରିବାର ପାଇଁ ବିଭିନ୍ନ ଉନ୍ନୟନ ମୂଳକ ଯୋଜନାରେ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି। କିନ୍ତୁ, ଏଥିରେ ପ୍ରକୃତ ହିତାଧିକାରୀ ବ˚ଚିତ ହେଉଛନ୍ତି। ଏହାର ନଗ୍ନ ଉଦାହରଣ ହେଉଛି ଚନ୍ଦାହାଣ୍ତି ସଦର ପ˚ଚାୟତ। ଏହା ବ୍ଲକ ସଦର ମହକୁମା ହୋଇଥିବାରୁ ଏଠାକୁ ବିଭିନ୍ନ ଅଞ୍ଚଳର ଲୋକେ ଆସି ପେଟ ପାଟଣା ପାଇଁ ପସରା ମେଲାଇଥିବା ବ୍ୟବାସୟୀ ମାନଙ୍କୁ ବିଭିନ୍ନ ସରକାରୀ ଯୋଜନାରେ ସାମିଲ କରାଯାଉଛି। ତେବେ ସ୍ଥାନୀୟ ହିତାଧିକାରୀ ମାନେ କେଉଁ ଅଜଣା କାଳରୁ ସେମିତି ନଡା ଛପର ଘରେ ମ୍ୁ‌ଣ୍ତ ଗୁ˚ଜି ନିଜ ପରିବାର ସହ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି। ତେଣୁ ବେଳ ଥାଉଣୁ ସ୍ଥାନୀୟ ଲୋକ ପ୍ରତିନିଧି ଓ ବ୍ଲକ ପ୍ରଶାସନ ହିତାଧିକାରୀ ଚୟନ କ୍ଷେତ୍ରରେ ଟାଳଟୁଳ ନୀତି ଅବଲମ୍ବନ ନକରି ଶୀଘ୍ର ସୁଧାର ନଆଣନ୍ତି, ତେବେ ଆଗାମୀ ଦିନରେ ଏଠାରେ ଆଇନ ଶୃଙ୍ଖଳା ପରିସ୍ଥିତିକୁ କେହି ରୋକି ପାରିବେ ନାହିଁ। ଚନ୍ଦାହାଣ୍ତି ବ୍ଲକର ବିଭିନ୍ନ ପ˚ଚାୟତରେ ପଲ୍ଲୀସଭା, ଗ୍ରାମସଭା ଅନୁଷ୍ଠିତ ହୋଇ ହିତାଧିକାରୀ ଚୟନ ସହ ବିଭିନ୍ନ ଯୋଜନାର କାର୍ଯ୍ୟଖସଡା ସ˚ପୃକ୍ତ ଗ୍ରାମବାସୀଙ୍କ ଦସ୍ତଖତ ନେଇ ପ୍ରସ୍ତୁତ ହେଉଥିବା ବେଳେ ବ୍ଲକ କାର୍ଯ୍ୟାଳୟକୁ ଆସିବା ସମୟରେ ତାହା ବଦଳି ଯାଉଛି। ଆଜି ଚନ୍ଦାହାଣ୍ତି ସାପ୍ତାହିକ ହାଟପଦା ଠାରେ ପଲ୍ଲୀସଭା ଅନୁଷ୍ଠିତ ହେଉଥିବା ବେଳେ ଶତାଧିକ ଗ୍ରାମବାସୀ ଏହାର ପ୍ରତିବାଦ କରି ଏସ˚ପର୍କରେ ଅଭିଯୋଗ କରିବା ପାଇଁ ବ୍ଲକ କାର୍ଯ୍ୟାଳୟ ଭିତରେ ଧସେଇ ପଶିଥିଲେ। ଭାରପ୍ରାପ୍ତ ବିଡିଓ ଉତ୍ୟକ୍ତ ମହିଳାଙ୍କୁ ବୁଝାସୁଝା କରିବା ସହ ପ˚ଚାୟତ କାର୍ଯ୍ୟାଳୟକୁ ପଠେଇଥିଲେ। ଚୈତନ ପୂଜାରୀ, କୁମାରୀ ବେହେରା, ପ୍ରମିଳା ଚୌହାନ, ଜମିଲା ବାଇ, ଉଆଁସୁ ଲୋହରା, ନୀଳାମ୍ବର ବେହେରା, ଗଙ୍ଗା ଜଗତ, ହେମଲ ମାଝୀ, ସୁରତନ ମାଝୀ, ଇଡି ଦାସ, ପବିତ୍ର ବେସନ, ଜିତେନ ଚୌହାନ, ପ˚ଚୁ ମହାରଣା, ରୀନା ସାହୁ, ପିଙ୍କି ଚୌହାନ, ସୁନିତି ଚୌହାନ, ବାସନ୍ତି ବାଘ, ସବିତା ବେହେରାଙ୍କ ସମେତ ଶତାଧିକ ଗ୍ରାମବାସୀ ଆସି ବ୍ଲକ କାର୍ଯ୍ୟାଳୟରେ ଅଭିଯୋଗ କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe