ନବରଙ୍ଗପୁର(ଝରିଗାଁ): ଝରିଗାଁ ସଦର ମହକୁମାର ଏକ ମାତ୍ର ଶ୍ମଶାନ ପରିତ୍ୟକ୍ତ ଅବସ୍ଥାରେ ପଡ଼ି ରହିଥିଲା। ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେଉନଥିବା ବେଳେ ସ୍ଥାନୀୟ ଲୋକଙ୍କ ସ୍ୱର ଉତ୍ତୋଳନ ମଧ୍ୟ ହେଉନଥିଲା। ତେଣୁ ଶ୍ମଶାନରେ ଅନ୍ତିମ ସଂସ୍କାର କ୍ରିୟା ସମ୍ପନ୍ନ କରିବା ବେଳେ ସମସ୍ୟା ହେଉଥିଲା। ବିଶେଷ କରି ଶ୍ମଶାନର ମୁଖ୍ୟ ଦ୍ୱାରର ସମ୍ବୁଖରେ ଗଛଲତା ଉଠି ଏକ କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇ ଯାଇଥିଲା। ଶବକୁ ନେଇ ପରିବାର ଲୋକ ଗଛଲତା ଆଡେଇ ଯିବା ପାଇଁ ପଡୁଥିଲା।
ସେହିପରି ଶ୍ମଶାନ ଭିତରକୁ ଯିବା ପାଇଁ କିଛି ଦୂର କଂକ୍ରିଟ ରାସ୍ତା ନିର୍ମାଣ ହୋଇଥିବା ବେଳେ ସେହି ରାସ୍ତାରେ ଲୋକମାନେ ମଳ ତ୍ୟାଗ କରିଦେଉଥିବା ଯୋଗୁଁ ଶବ ନେଇ ପାଦ ପକାଇବା କଷ୍ଟ ହେଉଥିଲା। ପ୍ରଶାସନ ପକ୍ଷରୁ ଶବଦାହ ପାଇଁ ପିଣ୍ଡି ଓ ବିଶ୍ରାମ ଗୃହ ନିର୍ମାଣ କରାଯାଇଥିଲା। ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ବିଶ୍ରାମ ଗୃହ ଧୀରେଧୀରେ ନଷ୍ଟ ହେବା ସହ ଗଛ ଲତା ଭର୍ତ୍ତି ହୋଇ ରହିଥିଲା। ଫଳରେ ବର୍ଷା ଦିନ ମାନଙ୍କରେ ଶବଦାହ କରିବା ସମୟରେ ମୃତକଙ୍କ ପରିବାର ଓ ସମ୍ପର୍କୀୟମାନେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଥିଲା।ଶ୍ମଶାନ ପରିସରରେ କୁତ୍ରିମ ଜଙ୍ଗଲ ସୃଷ୍ଟି ହୋଇ ଥିବା ବେଳେ ଆଉ କୌଣସି ଉପାୟ ନପାଇ ଶେଷରେ ଅସ୍ୱାସ୍ଥ୍ୟ କର ପରିବେଶରେ ଲୋକ ମାନେ ଶ୍ମଶାନରେ ଶବଦାହ କରିବା ପାଇଁ ବାଧ୍ୟ ହେଉଥିଲେ। ପ୍ରଶାସନ ପକ୍ଷରୁ ଶ୍ମଶାନରେ ପାନୀୟ ଜଳ ବ୍ୟବସ୍ଥା ଓ ଆଲୋକୀକରଣ ବ୍ୟବସ୍ଥା ହୋଇ ନଥିଲା।ଫଳରେ ଲୋକ ମାନେ ସମସ୍ୟାର ସମ୍ମୁଖୀନ ହେବା ପାଇଁ ପଡୁଥିଲା।
ଆହୁରି ପଢ଼ନ୍ତୁ: Court Judgement: ବିଚାରପତିଙ୍କୁ ଲାଞ୍ଚ ମାମଲାର ଭିଜିଲାନ୍ସ ତଦନ୍ତ ପାଇଁ ମାଡ୍ରାସ ହାଇକୋର୍ଟଙ୍କ ନିର୍ଦ୍ଦେଶ
ଏବେ କିନ୍ତୁ ଶ୍ମଶାନର ରୂପରେଖା ବଦଳାଇବା ପାଇଁ ସ୍ଥାନୀୟ ପ୍ରଶାସନ, ଲୋକ ପ୍ରତିନିଧି ଏବଂ ଗ୍ରାମବାସୀ ଏକଜୁଟ ହୋଇଛନ୍ତି। ସମସ୍ତଙ୍କ ସହଯୋଗରେ ଝରିଗାଁ ଶ୍ମଶାନର ପରିବେଶ ସଫାସୁତୁରା କରିବା ସହ ପାନୀୟ ଜଳ ବ୍ୟବସ୍ଥା, ଆଲୋକୀକରଣ ବ୍ୟବସ୍ଥା, ମହାଦେବଙ୍କ ପ୍ରତିମୂର୍ତ୍ତି ସ୍ଥାପନ ସହ ପାର୍କ ନିର୍ମାଣ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। କିଛି ମାସ ମଧ୍ୟରେ ସମସ୍ତ କାମ ସମ୍ପୂର୍ଣ୍ଣ ହେଲେ ଶବ ଦାହ ପାଇଁ ଏକ ଉତ୍ତମ ପରିବେଶ ମିଳିବ ବୋଲି ଗ୍ରାମବାସୀବାସୀ ଖୁସି ପ୍ରକଟ କରିଛନ୍ତି।
ଆହୁରି ପଢନ୍ତୁ - ଭୋଟର ସୂଚୀର SIR ଉପରେ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଗୁରୁତ୍ୱାରୋପ
Follow Us