ଭକ୍ତି ନା ଅନ୍ଧ ବିଶ୍ୱାସ ? ଭଗବାନଙ୍କ ଦର୍ଶନ ପାଇଁ ଘଞ୍ଚ ଜଙ୍ଗଲରେ ତପସ୍ୟାରେ ବସିଛନ୍ତି ଯୁବତୀ

Advertisment
ଭକ୍ତି ନା ଅନ୍ଧ ବିଶ୍ୱାସ ?  ଭଗବାନଙ୍କ ଦର୍ଶନ ପାଇଁ  ଘଞ୍ଚ ଜଙ୍ଗଲରେ ତପସ୍ୟାରେ ବସିଛନ୍ତି ଯୁବତୀ

ଉମରକୋଟ : ଆଜି ବି ଗ୍ରାମାଞ୍ଚଳ ଲୋକଙ୍କ ତପସ୍ୟା ଉପରେ ବିଶ୍ୱାସ ରହିଛି। ସେମାନଙ୍କ ବିଶ୍ୱାସ ରହିଛି ତପସ୍ୟା କଲେ ଭଗବାନଙ୍କ ପ୍ରାପ୍ତି ହେବ। ଏପରି ଏକ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ଉମରକୋଟ ବ୍ଲକ ଅନ୍ତର୍ଗତ ବଡ଼ ଭରନଦି ଗ୍ରାମ ପଞ୍ଚାୟତ ଅଧୀନରେ ଆସୁଥିବା ଚେଡଗୁଡା ଗ୍ରାମରେ ।

ଉମରକୋଟ ନିକଟସ୍ଥ ଧ।ମନ।ଗୁଡ଼ ଗ୍ରାମର କମୁଳୁ କଳାରଙ୍କ ଅବିବାହିତ ଝିଅ ନୀରାବତି କଳାର ଗଜଲକ୍ଷ୍ମୀ ପୂଜା ଦିନ ରାତିରେ ଘରେ କାହାକୁ ନ କହି ଘରୁ ପଳାଇଆସି ପୋଦଗୋଡ ପର୍ବତ ପ।ଦଦେଶରେ ଥିବା ଚେଡ଼ାଗୁଡାରେ ତପସ୍ୟାରେ ବସି ପଡ଼ିଥିଲେ । ତାଙ୍କ ପାଖରେ ତ୍ରିଶୂଳ, ଭଗବାନ ଶିବଙ୍କ ଫଟୋ ସହ ଧୂପ ମଧ୍ୟ ଲାଗିଥିବା ଦେଖିବାକୁ ମିଳିଛି । ସ୍ଥାନୀୟ ଲୋକ ନୀରବତି ଇଶ୍ଵରଙ୍କୁ ପ୍ରାପ୍ତି ପାଇଁ ଏହା କରୁଥିବା ବୋଲି ମତ ଦେଉଛନ୍ତି।

ଅପରପକ୍ଷେ ନୀରବତି ଯେଉଁ ସ୍ଥାନରେ ତପସ୍ୟାରେ ବସିଛନ୍ତି ତାହା ହିଂସ୍ରଜନ୍ତୁ ଙ୍କ ଚରାଭୂଇଁ । ଯେହେତୁ ନୀରବତିଙ୍କ ଦେହରେ ଇଶ୍ଵର ପ୍ରବେଶ କରିସାରିଲେଣି ତେଣୁ ହିଂସ୍ର ଜୀବଜନ୍ତୁ କିଛି କରୁନାହାନ୍ତି ଓ ନୀରବତି ମଧ୍ୟ ମୋଟେ ଭୟ କରୁନଥିବା ସ୍ଥାନୀୟ ଗ୍ରାମବାସୀ ବିଶ୍ବାସ କରୁଛନ୍ତି । କେହି କିଛି ପଚାରିଲେ ଖାଲି ମୁଣ୍ଡ ହଲାଉଚ୍ଚନ୍ତି ସିନା ପାଟି ଖୋଲୁନାହାନ୍ତି।  ନୀରବତି ଗତ ନବରାତ୍ରି ସମୟରେ ଉପବାସରେ ରହିଥିବା ପିତା କମୁଳୁ ପ୍ରକାଶ କରିଛନ୍ତି । ଆଜି  ନୀରବତିଙ୍କ ତପସ୍ୟାର ପଞ୍ଚମ ଦିନ ଓ ସେ ମୋଟ ୨୧ ଦିନ ପାଇଁ ତପସ୍ୟା କରିବାକୁ ଲକ୍ଷ୍ୟ ରଖିଛନ୍ତି ।  ତପସ୍ୟାର ପ୍ରଥମ ୪ ଦିନ ପର୍ଯ୍ୟନ୍ତ ସେ ଜଳ କିମ୍ବା କୌଣସି ଖାଦ୍ୟ ଗ୍ରହଣ କରିନଥିଲେ । କିନ୍ତୁ ଗ୍ରାମବାସୀ ବାରମ୍ବାର ଅନୁରୋଧ ପରେ ଆଜିଠାରୁ ଫଳ ଗ୍ରହଣ କରୁଛନ୍ତି । ନୀରବତି ଙ୍କୁ ଦେଖିବା ପାଇଁ ଆଖ ପାଖ ଗ୍ରାମର ବହୁ ଲୋକ ଆସୁଛନ୍ତି  ଓ ପୂଜାର୍ଚ୍ଚନା କରୁଛନ୍ତି ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe