ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ

Advertisment
ନବରଙ୍ଗପୁର: ଜମି ବିବାଦକୁ ନେଇ ହତ୍ୟାକାଣ୍ଡ

ନବରଙ୍ଗପୁର: ନବରଙ୍ଗପୁର ଜିଲ୍ଲା ଅନ୍ତର୍ଗତ ନନ୍ଦାହାଣ୍ଡି ବ୍ଲକ୍‌ ସ୍ଥିତ ନିଶନାହାଣି ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ଗ୍ରାମରେ ଜମି ବିବାଦକୁ ନେଇ ଦୁଇ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଜୋର୍‌ରେ ଗଣ୍ଡଗୋଳ ଉପୁଜିବା ପରେ ଜଣଙ୍କର ହତ୍ୟା ହୋଇଛି। ମୃତକ ଜଣକ ହେଉଛନ୍ତି ୫୫ ବର୍ଷ ବୟସ୍କ ସଦା ଭତ୍ରା।

ସଦା ବୁଧବାର ତାଙ୍କ ଜମିରେ ଧାନ କାଟୁଥିଲେ। ସେହି ସମୟରେ ସେଠାରେ ପହଞ୍ଚିଥିଲେ ଗ୍ରାମର ଆଉ ଜଣେ ଗ୍ରାମବାସୀ ପୂର୍ଣ୍ଣ ଭତ୍ରା। ପୂର୍ଣ୍ଣ ସେଠାରେ ପହଞ୍ଚି ଜମିଟି ତାଙ୍କର ବୋଲି ଦାବି କରିଥିଲେ। ସଦାଙ୍କୁ ଧାନ କାଟିବା ପାଇଁ ବାରଣ କରିଥିଲେ। ସଦା ଯଦି ଧାନ କାଟନ୍ତି ତେବେ ତାଙ୍କୁ ସେ ଧାନରୁ ଭାଗ ଦେବାକୁ ହେବ ବୋଲି ପୂର୍ଣ୍ଣ କହିଥିଲେ।

ଏହି କଥାକୁ ନେଇ ଉଭୟଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। କଥା ବଢ଼ି ଯିବାରୁ ଦୁହିଁଙ୍କ ମଧ୍ୟରେ ବାଡ଼ାପିଟା ବି ହୋଇଥିଲା। କ୍ରୋଧରେ ଆସି ପୂର୍ଣ୍ଣ ଏକ ଲୁହା ରଡ୍‌ରେ ସଦାଙ୍କୁ ବାଡ଼େଇବା ସହ ତାଙ୍କ ଉପରକୁ ପଥର ଫୋପାଡ଼ିଥିଲେ। ସଦା ଗୁରୁତର ହୋଇଯିବାରୁ ଗ୍ରାମବାସୀମାନେ ତାଙ୍କୁ ନେଇ ନବରଙ୍ଗପୁର ହସ୍ପିଟାଲ୍‌କୁ ଯାଇଥିଲେ। ହସ୍ପିଟାଲ୍‌ରେ ଡାକ୍ତରମାନେ ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe