ଢିଲା ଶାସନ: ୧୦୨ ଆମ୍ବୁଲାନ୍ସରୁ ୬୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ଢିଲା ଶାସନ: ୧୦୨ ଆମ୍ବୁଲାନ୍ସରୁ ୬୦ ଲିଟର ଦେଶୀ ମଦ ଜବତ, ୨ ଗିରଫ

ନବରଙ୍ଗପୁର: ରାଜ୍ୟ ସରକାରଙ୍କ ଢିଲା ଶାସନରୁ ସରକାରୀ କର୍ମଚାରୀମାନେ ଭଲ ଫାଇଦା ଉଠାଉଛନ୍ତି। ଅନେକ ସମୟରେ ବହୁ ସରକାରୀ କର୍ମଚାରୀ ଖସି ଯାଉଥିବା ବେଳେ, ବହୁତ କମ୍‌ ଧରାପଡୁଛନ୍ତି। ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ଅଞ୍ଚଳରେ ମଙ୍ଗଳବାର ଏକ ୧୦୨ ଆମ୍ବୁଲାନ୍ସରୁ ୬୦ ଲିଟର ଦେଶୀ ମଦ ଜବତ ହୋଇଛି। କୋଷାଗୁମୁଡ଼ା ବ୍ଲକର କଟାଗାଁ ଉପ ସ୍ୱାସ୍ଥ୍ୟ କେନ୍ଦ୍ରର ୧୦୨ ଆମ୍ବୁଲାନ୍ସ ପାପାଡ଼ାହାଣ୍ଡି ବ୍ଲକର ତୁମୁଡ଼ା ଗାାଁରୁ ମଦ ନେଇ ଆସୁଥିବା ଅବକାରୀ ବିଭାଗକୁ ସୂଚନା ମିଳିଥିଲା।

ଅବକାରୀ ବିଭାଗର କର୍ମଚାରୀମାନେ ବିଶେଷ ଯୋଜନା ପ୍ରସ୍ତୁତ କରି ଆମ୍ବୁଲାନ୍ସ ଉପରେ ଚଢ଼ାଉ କରି ଥିଲେ। ଚଢ଼ାଉ ବେଳେ ୬୦ ଲିଟର ଦେଶୀ ଜବତ ମିଳିଥିଲା। ଏହି ଘଟଣାରେ ସଂପୃକ୍ତ ଆମ୍ବୁଲାନ୍ସର ଚାଳକ ଟୁଟୁ ହରିଜନ (୩୦) ଓ ନିଳାମ୍ବର ହରିଜନ(୨୨) ଗିରଫ ହୋଇଛନ୍ତି। ଆମ୍ବୁଲାନ୍ସକୁ ପାପଡ଼ାହାଣ୍ଡି ଅବକାରୀ କାର୍ଯ୍ୟାଳୟରେ ଠାରେ ରଖାଯାଇଛି।

publive-image

ରାଜ୍ୟରେ ଅନେକ ସମୟରେ ଲୋକଙ୍କ ପାଖକୁ ଆମ୍ବୁଲାନ୍ସ ପହଞ୍ଚି ପାରୁ ନାହିଁ। ସରକାରୀ ହସ୍ପିଟାଲରେ ଆମ୍ବୁଲାନ୍ସର ସହାୟତା ପାଇବା ପାଇଁ ଗରିବ ଲୋକଙ୍କୁ ବହୁ ହଇରାଣ ହେବାକୁ ପଡୁଛି। ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ପ୍ରତି ବର୍ଷ ଅନେକ ଆଦିବାସୀ ମହିଳାଙ୍କ ଜୀବନ ଚାଲି ଯାଉଛି। ପ୍ରଶାସନର ଅବହେଳା ଯୋଗୁଁ ସରକାରୀ କର୍ମଚାରୀମାନେ ପଦ ଓ ପଦବୀକୁ ଦୂରୁପଯୋଗ କରୁଛନ୍ତି। ଫଳରେ ସାଧାରଣ ଜନତାଙ୍କୁ ହଇରାଣ ହେବାକୁ ପଡୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe