Winter in Nabarangpur district. Photograph: (sambad.in)
ମୈଦଲପୁର: ଶୀତରେ ଥରୁଛି ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ ମୈଦଲପୁର ଅଞ୍ଚଳ। ଅପରାହ୍ଣ ୪ଟା ପରେ ଘରୁ ଗୋଡ଼ କାଢ଼ିବାକୁ ଇଚ୍ଛା ହେଉ ନାହିଁ। ବାହାରକୁ ଯିବା ପାଇଁ ଜାଡ଼ ମନା କରୁଛି। ସକାଳ ୯ଟା ଯାଏ ସମାନ ଅବସ୍ଥା ଲାଗିରହୁଛି। ପ୍ରବଳ ଶୀତରେ ଥରୁଛି ମୈଦଲପୁର। ସାଧାରଣ ଜନଜୀବନକୁ ଅସ୍ତବ୍ୟସ୍ତ କରି ପକାଉଛି ଶୀତର ପ୍ରକୋପ। ପ୍ରବଳ ଥଣ୍ଡାରେ ଲୋକେ ବାହାରକୁ ଯିବା କଷ୍ଟକର ହୋଇପଡ଼ିଥିବା ବେଳେ ବଣଜଙ୍ଗଲ ଘେରା ଗାଁଗୁଡ଼ିକରେ ଅଧିକ ଥଣ୍ଡା ହେଉଥିବା ଲୋକମାନେ ଅନୁଭବ କରୁଛନ୍ତି। ଦିନରେ ବି ଦୃଶ୍ୟମାନ ହେଉନାହିଁ ସୂର୍ଯ୍ୟ।
ଶୀତର ପସରା ମେଲିଛି
ନବରଙ୍ଗପୁର ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ଏବେ ଶୀତର ପସରା ମେଲିଛି। ଶୀତେଇ ଉଠିଛି ମୈଦଲପୁର ଅଞ୍ଚଳ। ଘରୁ ବହାରିବା ବି ମୁସ୍କିଲ ହୋଇପଡ଼ିଛି। ଶୀତ କାଳରେ ପାହାଡ଼ିଆ ପରିବେଶର ସୁନ୍ଦରତାକୁ ଉପଭୋଗ କରିବା ପାଇଁ ଜମିଛି ପର୍ଯ୍ୟଟକଙ୍କ ଭିଡ଼। ତଥାପି ଏଠିକାର ଆଦିବାସୀ ଶୀତରେ ଧାନ, ମକା, ମଣ୍ଡିଆ, ବିଭିନ୍ନ ପ୍ରକାର ପନିପରିବା ଓ ଫସଲ ଅମଳ କରିବାକୁ ଛୁଟି ଯାଆନ୍ତି। ଏହାପରେ ଆରମ୍ଭ ହୋ ହାଇଯାଏ ଶୀତଦିନିଆ ପରିବା ଚାଷ ପାଇଁ ପ୍ରସ୍ତୁତି। କାରଣ ଏଇଟା ହିଁ ଭଲ ଦୁଇପାଇସା ରୋଜଗାର କରିବାର ଲାଗି ପ୍ରକୃଷ୍ଟ ସମୟ। ଶୀତୁଆ ସକାଳରେ ଝାଳ ବୁହାଇବାଲାଗି ପରିବାରର ଲୋକେ ଏକାଠି ହୁଅନ୍ତି ଜମିରେ।
ଆହୁରି ପଢ଼ନ୍ତୁ: Press Meet State Bjp President: ନୂଆପଡ଼ାରେ ମେଡିକାଲ୍ କଲେଜ୍ କରିବୁ: ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ
ନିଆଁର ସାହାରା
ମୈଦଲପୁର ଅଞ୍ଚଳର ଆଦିବାସୀଙ୍କ ଜୀବନଚଳଣି ଅନ୍ୟ ଠାରୁ କିଛିଟା ଅଲଗା। ଏବେ ଏଅଞ୍ଚଳକୁ ଶୀତ କଷ୍ଟ ସତ୍ତ୍ୱେ ଲୋକେ ଉପଭୋଗ କରୁଥିବା ଦେଖାଯାଉଛି। ଗାଁ ଗାଁରେ ସକାଳ ଓ ସନ୍ଧ୍ୟାରେ ପ୍ରବଳ ଶୀତରୁ ରକ୍ଷା ପାଇବା ପାଇଁ ଲୋକେ ନିଆଁର ସାହାରା ନେଉଥିବା ଦେଖିବାକୁ ମିଳୁଛି।
ଆହୁରି ପଢ଼ନ୍ତୁ: Nuapada Election: ପୂର୍ବରୁ ସରକାର, ଏବେ ପ୍ରାର୍ଥୀ ଚୋରି ହୋଇଛି: ଅଖିଳେଶ
Follow Us