ଡାବୁଗାଁ: ନବରଙ୍ଗପୁରଜିଲ୍ଲା ଡାବୁଗାଁ ଥାନା ଅନ୍ତର୍ଗତ ମେଦନା ଗ୍ରାମର ଜଣେ ବ୍ୟକ୍ତି ଆଜି ସକାଳେ ଶୌଚ ପାଇଁ ଯିବା ସମୟରେ ଭାଲୁ ଆକ୍ରମଣର ଶିକାର ହୋଇଛନ୍ତି। ମୃତ ବ୍ୟକ୍ତି ହେଲେ ବନମାଳୀ ମାଝୀ (୫୪)।
ଏହି ଖବର ପଢ଼ନ୍ତୁ: ଭାଲୁ ଆକ୍ରମଣରେ ଚାଲିଗଲା ବୃଦ୍ଧଙ୍କ ଜୀବନ
ସୂଚନା ଅନୁଯାଇ ମେଦନା ଗ୍ରାମର ବନମାଳୀ ମାଝୀ ବୁଧବାର ସକାଳ ୫ଟା ୩୦ରେ ଘର ଠାରୁ ୨୦୦ ମିଟର ଦୂରରେ ଥିବା ଗ୍ରାମ ପୋଖରୀ ଆଡ଼କୁ ଶୌଚ ପାଇଁ ବାହାରିଥିଲେ। ତେବେ ଘର ଠାରୁ ଅଳ୍ପ ଦୂରରେ ଥିବା ନୀଳଗିରି ଜଙ୍ଗଲ ମଧ୍ୟରେ ହଠାତ୍ ତିନୋଟି ଜଙ୍ଗଲି ଭାଲୁ ବାହାରି ବନମାଳୀଙ୍କୁ ଆକ୍ରମଣ କରିଥିଲେ। ତିନୋଟି ଭାଲୁ ବନମାଳୀଙ୍କୁ କାମୁଡ଼ିବା ସହ କ୍ଷତବିକ୍ଷତ କରିଥିଲେ। ବନମାଳୀ ପ୍ରାଣ ବଞ୍ଚାଇବା ପାଇଁ ଚିତ୍କାର କରିଥିଲେ। ଚିତ୍କାର ଶୁଣି ଗ୍ରାମର ଲଳିତ ମାଝୀ, ଯୁଧେଷ୍ଟି ମାଝୀ ଓ ଭୁବନ ମାଝୀ ଘଟଣାସ୍ଥଳକୁ ପହଞ୍ଚି ଥିଲେ। ବନମାଳୀଙ୍କୁ ଆକ୍ରମଣ କରୁଥିବା ତିନୋଟି ଭାଲୁଙ୍କୁ ଘଉଡାଇବା ସହ ଭାଲୁମାନଙ୍କ କବଳରୁ ଉଦ୍ଧାର କରିଥିଲେ।
ଏହି ଖବର ପଢ଼ନ୍ତୁ: ଭାଲୁ ଆକ୍ରମଣରେ ମହିଳା ଗୁରୁତର
ନବରଙ୍ଗପୁର ଜିଲ୍ଲାରେ ପୁଣି ଭାଲୁ ଆତଙ୍କ ଦେଖାଯାଇଛି। ତିନୋଟି ଭାଲୁ ଅତର୍କିତ ଆକ୍ରମଣ କରି ଜଣେ ବ୍ୟକ୍ତିଙ୍କର ଜୀବନ ନେଇଛନ୍ତି। ମେଦନା ଗ୍ରାମର ବନମାଳୀ ମାଝୀ ଗ୍ରାମ ପୋଖରୀ ଆଡ଼କୁ ଶୌଚ ପାଇଁ ବାହାରିଥିବା ବେଳେ ଭାଲୁ ଆକ୍ରମଣ କରିଛନ୍ତି। ସେ ଘର ଠାରୁ ଅଳ୍ପ ଦୂରରେ ଥିବା ନୀଳଗିରି ଜଙ୍ଗଲ ମଧ୍ୟରେ ହଠାତ୍ ତିନୋଟି ଜଙ୍ଗଲି ଭାଲୁ ବାହାରି ବନମାଳୀଙ୍କୁ ଆକ୍ରମଣ କରିଥିଲେ।
ଏହି ଖବର ପଢ଼ନ୍ତୁ: ଡିସେମ୍ବର ୩୧ ଯାଏଁ ଚାଲିବାର ଥିଲା ଶୀତ ଅଧିବେଶନ
ଗୁରୁତର ଆହତ ବନମାଳୀଙ୍କୁ ୧୦୮ ଏମ୍ବୁଳାନ୍ସ ରେ ଡାବୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ତେବେ ଡାକ୍ତର ସେଠାରେ ବନମାଳୀଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ବନମାଳୀଙ୍କ ଭାଇ ହିରନ୍ୟ ମାଝୀ ଡାବୁଗାଁ ଥାନାରେ ଏତଲା ଦେବା ପରେ ପୁଲିସ ଶବ ଜବତ କରି ୩୬/୨୪ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲେ। ପରେ ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା। ଏଏସ୍ ଆଇ ଚନ୍ଦ୍ର ଶେଖର ହଜାରି ଘଟଣାର ତଦନ୍ତ କରୁଛନ୍ତି।
ଏହି ଖବର ପଢ଼ନ୍ତୁ: ପ୍ଲାନ୍ ‘ଏ’ ଏବଂ ‘ବି’ ସହିତ ଦିଲ୍ଲୀରେ ପହଞ୍ଚିଲେ ଫଡନାଭିସ୍