Mandei: ମଣ୍ଡେଇ-୨୫ ଉଦ୍‌ଘାଟନ ଆଜି: ମୁଖ୍ୟ ଆକର୍ଷଣ ନିଷ୍ଠା ଶର୍ମା ଓ ନାଭ୍ୟା

Advertisment

ଆଜି ଠାରୁ ଆସନ୍ତା ୧୪ତାରିଖ ଯାଏଁ ନବରଂଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଜାରି ରହିବ। ଆସନ୍ତା ୧୪, ୧୫ ତାରିଖ ଦିନ ପଲ୍ଲୀଶ୍ରୀ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ଆଜି ଠାରୁ ଆସନ୍ତା ୧୪ତାରିଖ ଯାଏଁ ନବରଂଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଜାରି ରହିବ। ଆସନ୍ତା ୧୪, ୧୫ ତାରିଖ ଦିନ ପଲ୍ଲୀଶ୍ରୀ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ।

ngp-mondei-1 (2)

Mandai-25 Lok Mahotsav to be begins today. Photograph: (sambd.in)

ନବରରଙ୍ଗପୁର (ସୁରେଶ ନାଇଡୁ): ଆଜି ଠାରୁ ଆସନ୍ତା ୧୪ତାରିଖ ଯାଏଁ ନବରଂଗପୁର ଜିଲ୍ଲାର ଲୋକମହୋତ୍ସବ ମଣ୍ଡେଇ-୨୫ ଜାରି ରହିବ। ଆସନ୍ତା ୧୪, ୧୫ ତାରିଖ ଦିନ ପଲ୍ଲୀଶ୍ରୀ ମେଳାର ଉଦଘାଟନୀ ଉତ୍ସବ ଅନୁଷ୍ଠିତ ହେବ। ଜିଲ୍ଲାର ବିଭିନ୍ନ ମନ୍ଦିରର ସମ୍ମିଳିତ ରୁପ ମଂଚରେ ପ୍ରଦର୍ଶିତ କରାଯାଉଛି ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ଜିଲ୍ଲା ସଂସ୍କୃତି ପରିଷଦର ସଭାପତି ତଥା ଜିଲ୍ଲାପାଳ ଡ.ମହେଶ୍ବର ସ୍ବାଇଁ। ଜିଲ୍ଲା, ରାଜ୍ୟ ସହ ସର୍ବଭାରତସ୍ତରରେ ଖ୍ୟାତି ସମ୍ପର୍ଣ୍ଣ ଲୋକନୃତ୍ୟ ତିନି ଦିନ ମଂଚରେ ପ୍ରଦର୍ଶିତ ହେବ। ଏଥରର ମୁଖ୍ୟ ଆକର୍ଷଣରେ ଆଜି ସଂଧ୍ୟାରେ ବିଶିଷ୍ଟ ଓଡିଆ ଚଳଚ୍ଚିତ୍ର ଗାୟିକା ନାଭ୍ୟା ଜୟତି ଓ ଦଳ, ୧୩ରେ ସୁପରଷ୍ଟାର ସିଙ୍ଗର ସରେଗାମା ପା ୨୦୨୩ ବିଜେତା ନିଷ୍ଠା ଶର୍ମା ଓ ୧୪ତାରିଖ ଦିନ ବିଶିଷ୍ଟ ଓଡିଆ ଗାୟକ ଶଶାଙ୍କ ଶେଖର ଓ ହାସ୍ୟକାର ପ୍ରଜ୍ଞାରଂଜନ ଖଟୁଆ ଯୋଗ ଦେବେ ବୋଲି ଜିଲ୍ଲାପାଳ ସୂଚନା‌ ଦେଇଛନ୍ତି।  

ଆଜି ମଧ୍ୟାହ୍ନ ସାଢ଼େ ୨ଟାରେ ମାଁ ଭଣ୍ଡାରଘରଣୀଙ୍କ ପୀଠରେ ପୂଜାର୍ଚ୍ଚନା କରାଯାଇ ଆଜ୍ଞାମାଳ, ମଶାଲ ଆଦି ସାଂସ୍କୃତିକ ଶୋଭାଯାତ୍ରାରେ ଭାଗ ନେବେ। ଲୋକନୃତ୍ୟ, ଲୋକବେଶଧାରୀ ଆଦିଙ୍କ ସହ ବାଲିଚାଙ୍ଗୁଡି ସହ ଭୀମାଭୀମାଣି ଆଦିଙ୍କୁ ନେଇ ଏହିଶୋଭାଯାତ୍ରା‌ କରାଯିବ ବୋଲି ଜିଲ୍ଲାପାଳ କହିଛନ୍ତି।

କଳାକାରଙ୍କ ହେବ ସଂଗମ

ଅହୋରାତ୍ର ଦେଶିଆ ନାଟ ସହ ତିନିଦିନ ଧରି ଲାବଣି (ମହାରାଷ୍ଟ୍ର), ସାନ୍ତାଳି (ଝାଡ଼ଖଣ୍ଡ), ଓଡ଼ିଶୀ, ବାଜାସାଲ (କଳାହାଣ୍ଡି), ଦୁଦୁଲି (ବଲାଙ୍ଗୀର), ଡାଲଖାଇ (ବରଗଡ଼), ବିଛୁ (ଆସାମ), ରଣପା (ଗଞ୍ଜାମ), ଧୁରୁଆ (କୋରାପୁଟ), କୁଟିଆ କନ୍ଧନୃତ୍ୟ (ରାୟଗଡ଼ା), ବଣ୍ଡାନୃତ୍ୟ (ମାଲକାନଗିରି), ଢେମ୍‌ସା (ନବରଙ୍ଗପୁର), ସାଇଁଲୋଡ଼ି (ଡାବୁଗାଁ), ଗୋଣ୍ଡିନୃତ୍ୟ (ରାଇଘର), ମାଢ଼ିଆ (କୋଷାଗୁମୁଡ଼ା), ଘୁମୁରା (ଚନ୍ଦାହାଣ୍ଡି), ସିଂହବାଦ୍ୟ (ପାପଡ଼ାହାଣ୍ଡି), ଗୋଛି ବାଦ୍ୟ (ଉମରକୋଟ), କାଠିନୃତ୍ୟ (ଝରିଗାଁ), ଦଣ୍ଡନୃତ୍ୟ (ନନ୍ଦାହାଣ୍ଡି), ଗୋରଣ୍ଡି ନୃତ୍ୟ (ତେନ୍ତୁଳିଖୁଣ୍ଟି) ଏବଂ ନବରଙ୍ଗପୁର ଓ ଉମରକୋଟ ପୌରପାଳିକାର ଢେମ୍‌ସା ନୃତ୍ୟ ସହ ଅନ୍ୟାନ୍ୟ ବ୍ଲକର ନୃତ୍ୟ ଆଦି ୨୪ଟି ଦଳ ଭାଗ ନେବେ। ପଲ୍ଲୀଶ୍ରୀ ମେଳାରେ ଓରମାସର ୧୫୦ଟି ଷ୍ଟଲ, ବିଭିନ୍ନବ ବିଭାଗର ୯୦ଟି ପ୍ରଦର୍ଶନୀ ଷ୍ଟଲ, ୧୧୦ଟି ବାଣିଜ୍ୟିକ ଷ୍ଟଲ ସହ ୫୦ଟି ଖାଦ୍ୟ ଷ୍ଟଲ ଏଭଳି ୪୦୦ଷ୍ଟଲ ହେବ ବୋଲି ଜିଲ୍ଲାପାଳ ଓ ଓରମାସ ସିଇଓ ରୋଶନ କାର୍ତ୍ତିକ ସୂଚନା ଦେଇଛନ୍ତି। ଉଦଘାଟନୀ ଉତ୍ସବରେ ମୁଖ୍ୟଅତିଥି ଭାବେ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ବିଭୂତି ଭୁଷଣ ଜେନା, ବରେଣ୍ୟ ଅତିଥି ଭାବେ  ଶିକ୍ଷାମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ, ସମ୍ମାନନୀତ ଅତିଥି ଭାବେ ସାଂସଦ ଇଂ. ବଳଭଦ୍ର ମାଝୀ, ରାଜ୍ୟସଭା ସାଂସଦ ମୁନ୍ନା ଖାନ, ଡାବୁଗାଁ ବିଧାୟକ ମନୋହର ରନ୍ଧାରୀ,ନବରଙ୍ଗପୁର ବିଧାୟକ ଗୌରୀଶଙ୍କର ମାଝୀ, ଝରିଗାଁ ବିଧାୟକ ନରସିଂ ଭତରା, ଜିଲ୍ଲାପରିଷଦ ଅଧ୍ୟକ୍ଷ ମୋତିରାମ ନାୟକ ଯୋଗ ଦେବେ।  ଦ୍ବିତୀୟ ଦିନ ମୁଖ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ଦକ୍ଷିଣାଞ୍ଚଳ ରାଜସ୍ବ କମିସନର।

ଆହୁରି ପଢ଼ନ୍ତୁ: Mandei: ମଣ୍ଡେଇ-୨୦୨୫ କାନ୍ଥ ଚିତ୍ରକଳା ପ୍ରତିଯୋଗିତା ଅନୁଷ୍ଠିତ

ଯୋଗଦେବେ ବିଶିଷ୍ଟ ବ୍ୟକ୍ତି

ସଂଗ୍ରାମ କେଶରୀ ମହାପାତ୍ର, ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ, କାର୍ଯ୍ୟ ନିର୍ବାହୀ ନିର୍ଦ୍ଦେଶକ, ଡଃ. କମଳଲୋଚନ ମିଶ୍ର, ଜିଲ୍ଲା ଦୌରାଜଜ୍  ସୁବ୍ରତ ମହାନ୍ତି, ଏସପି ମଡ଼କର ସନ୍ଦୀପ ସମ୍ପତ୍, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ), ତପନ କୁମାର ଖୁଣ୍ଟିଆ, ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ), ବିଶ୍ବଜିତ୍ ଚନ୍ଦ୍ର ବର୍ମନ୍, ଜିଲ୍ଲା ପରିଷଦ ମୁଖ୍ୟ ଉନ୍ନୟନ ତଥା ନିର୍ବାହୀ ଅଧିକାରୀ ବିରଞ୍ଚି ନାରାୟଣ ଦରଓ୍ବାନ୍, ଉପ-ଜିଲ୍ଲାପାଳ ପ୍ରକାଶ କୁମାର ମିଶ୍ର ଯୋଗ ଦେବେ। ଉଦଯାପନୀ ଉତ୍ସବରେ  ମୁଖ୍ୟଅତିଥି ଭାବେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାରାୟଣ ନାଏକଙ୍କ ସହ   ଶିକ୍ଷାମନ୍ତ୍ରୀ ଶ୍ରୀ ଗଣ୍ଡ, ସମ୍ମାନନୀତ ଅତିଥି ସାଂସଦ ଇଂ. ମାଝୀ, ରାଜ୍ୟସଭା ସାଂସଦ ଶ୍ରୀ ଖାନ, ୩ବିଧାୟକ, ଜିଲ୍ଲାପରିଷଦ ଅଧ୍ୟକ୍ଷ ଯୋଗଦେବେ ବୋଲି ଜିଲ୍ଲାପାଳ ସୂଚନା ଦେଇଛନ୍ତି।ଏହି କାର୍ଯ୍ୟକ୍ରମକୁ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ଏସପିଙ୍କ ନେତୃତ୍ବରେ ନବରଙ୍ଗପୁର ଏସଡିପିଓ କୃଷ୍ଣଚନ୍ଦ୍ର ଭତରା, ଥାନାଅଧିକାରୀ ସମ୍ଭିତ ବେହେରା ଆଜି ୮ପ୍ଲାଟୁନ ଫୋର୍ସକୁ ନେଇ ପଡିଆରେ ରିହର୍ସଲ କରାଇବା ସହ ଦାୟିତ୍ବ ବିତରଣ କରିଥିଳେ। ସମସ୍ତ କାର୍ଯ୍ୟକ୍ରମକୁ ଏସପି, ଏଏସପି ଆଦିତ୍ୟ ସେନ, ଏସଡିପିଓ ଓ ନବରଙ୍ଗପୁର ଥାନା ଅଧିକାରୀଙ୍କ ତତ୍ବାବଧାନରେ ୩ଜଣ ଡିଏସପି,୧୦ଜଣ ଇନିସପେକ୍ଟର, ୩୦ଜଣ ଏସଆଇ ଓ ଏଏସଆଇ ଶାନ୍ତିଶୃଙ୍ଖଳା ଓ ଟ୍ରାଫିକ ସମ୍ଭାଳିବେ। 

ଆହୁରି ପଢ଼ନ୍ତୁ: Demand: ‘୧୫ ଦିନ ମଧ୍ୟରେ ଚାଷୀଙ୍କ ଦାବି ପୂରା ନହେଲେ ଅଧା ନବରଂଗପୁର ବନ୍ଦ’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe