ଚନ୍ଦାହାଣ୍ଡି: ନବରଂଗପୁର ଜିଲ୍ଲା ଚନ୍ଦାହାଣ୍ଡି ବ୍ଲକ୍‌ରେ ମଣ୍ଡି ପରିସ୍ଥିତି ସମ୍ପୂର୍ଣ୍ଣ ସଙ୍ଗୀନ ହୋଇ ପଡ଼ିଛି। ମାସମାସ ଧରି ଚାଷୀଙ୍କ ଧାନ ମଣ୍ଡିରେ ପଡ଼ି ରହିଥିବାବେଳେ ଚାଷୀ ମୁଣ୍ଡରେ ହାତ ଦେଇ ବସିଛି। ଆଜି ଏଭଳି ଏକ ପରିସ୍ଥିତି ହୋଇଛି ଯେ ଧାନ ମଣ୍ଡି ଟୋକେନ୍ ଲେପ୍ସ ହୋଇ ଯିବାରୁ ଖବର ଜାଣି ପାରି ଜଣେ ଚାଷୀ ଚନ୍ଦାହାଣ୍ଡି ବ୍ଲକ୍ ସିନାପାଲି ଧାନମଣ୍ଡିରେ ବେହୋସ୍ ହୋଇ ପଡ଼ିଯିବା ପରେ ଚନ୍ଦା ହାଣ୍ଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି।

Advertisment

ପ୍ରକାଶଯୋଗ୍ୟ, ଭେଣ୍ଡିଆ ଗାଁର ଯୁବ ଚାଷୀ ଚିତ୍ତରଞ୍ଜନ ସାହୁ ନିଜ ସ୍ତ୍ରୀଙ୍କ ସୁନା ଗହଣା ବନ୍ଧକ ରଖି ଚାଷ କରିଥିଲେ। ତେବେ ଧାନ ମଣ୍ଡିରେ ଟୋକେନ ଲେପ୍ସ ହେଇଥିବାରୁ ବିହୋସ ହୋଇ ପଡ଼ି ଯିବା ଖବର ପାଇ କଂଗ୍ରେସ ନେତା ହୁମେଶ୍ୱର୍ ହଂସ ହସ୍ପିଟାଲରେ ଭର୍ତ୍ତି କରିଥିବା ଖବର ହସ୍ତଗତ ହୋଇଛି। ଚିତରଞ୍ଜନ ସାହୁଙ୍କ ଟୋକେନ୍ ନମ୍ବର ୬୯୭୮୭୫ରେ ଗତ ୧୮ ଜାନୁଆରିରେ ୭୫ କୁଇଣ୍ଟାଲ ଧାନ ବିକ୍ରି କରିବାର ଥିଲା।

ଆହୁରି ପଢ଼ନ୍ତୁ: Cricket: ୭୦୦ ଟ୍ବେଣ୍ଟି-୨୦ ୱିକେଟ୍‌ ନେବାରେ ରସିଦ ପ୍ରଥମ

ତେବେ ସେ ଧାନ ମଣ୍ଡିରେ ଆଇ ସ୍କେନ କରିବାକୁ ଆଜି ପହଞ୍ଚି ଥିବା ବେଳେ ଟୋକେନ୍ ଲେପସ ହୋଇ ଥିବା ଜାଣିବାକୁ ପାଇଥିଲେ। ହେଲେ ଚନ୍ଦାହାଣ୍ଡି ବ୍ଲକ୍‌ର ବିଭିନ୍ନ ମଣ୍ଡିରେ ପ୍ରାୟ ୫୦ ହଜାର କ୍ୱିଣ୍ଟାଲ ଧାନ ପଡ଼ି ରହିଥିବା ଏକ ଆକଳନରୁ ଜଣା ପଡ଼ିଛି।ସେପଟେ ଆଜି  କଂଗ୍ରେସ ନେତା କ୍ଷେମରାଜ୍ ବାଘ,ହୂମେଶ୍ୱର୍ ହଂସ, ଧୋଡିପାଣି ସରପଞ୍ଚ ଦୂଳଭ ପୂଜାରୀ ପ୍ରମୁଖ ବିଭିନ୍ନ ମଣ୍ଡି ପରିଦର୍ଶନ କରି ଯଦି ଆଗାମୀ ଦିନେ ଦୁଇ ଦିନ ମଧ୍ୟରେ  ଯଦି ମଣ୍ଡି ରୁ ତୁରନ୍ତ ଧାନ ଉଠା ନ ଯାଏ ତେବେ ଏକ ବିରାଟ ଚାଷୀ ଆନ୍ଦୋଳନ କରାଯିବ ବୋଲି ଚେତାବନୀ ଦେଇଛନ୍ତି।